ଡିସେମ୍ୱର ୧ରୁ ବଦଳୁଛି ୭ ବଡ଼ ନିୟମ: LPG ଦର, SBI କାର୍ଡ ଚାର୍ଜରୁ ପେନଶନ ଯାଏ ପଡ଼ିବ ସିଧା ପ୍ରଭାବ

ନୂଆଦିଲ୍ଲୀ,୨୪।୧୧: ନଭେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ମାତ୍ର କିଛି ଦିନ ମଧ୍ୟରେ ଡିସେମ୍ୱର ୨୦୨୬ ଆରମ୍ଭ ହେବାକୁ ଯାଉଛି। ପ୍ରତ୍ୟେକ ନୂଆ ମାସର ପ୍ରଥମ ତାରିଖ ଏବଂ ପ୍ରାରମ୍ଭିକ ଦିନଗୁଡ଼ିକରେ ଏଭଳି ଅନେକ ନିୟମ ଓ ଦର ବଦଳେ, ଯାହାର ସିଧାସଳଖ ପ୍ରଭାବ ଆମ ଘରର ବଜେଟ, ଖର୍ଚ୍ଚ, ଋଣ, ନିବେଶ ଏବଂ ଦୈନନ୍ଦିନ ଜରୁରୀ କାମ ଉପରେ ପଡ଼ିଥାଏ।

1 December 2026 Rules Changes

୧ ଡିସେମ୍ୱର ୨୦୨୬ (ଏବଂ ଏହାର ପ୍ରାରମ୍ଭିକ ୨-୩ ଦିନ) ରୁ ମଧ୍ୟ ଏଭଳି ୭ଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି। ଏଗୁଡ଼ିକ ମଧ୍ୟରେ ଗ୍ୟାସ ସିଲିଣ୍ଡର ଦରଠାରୁ ଆରମ୍ଭ କରି SBI କାର୍ଡର ଟ୍ରାଞ୍ଜାକ୍ସନ ଚାର୍ଜ, RBIର ସୁଧ ହାର ବୈଠକ, କମୋଡିଟି ଟ୍ରେଡିଂର ମାର୍ଜିନ ନିୟମ, NRI/OCI ନିବେଶ, ଜୀବନ ପ୍ରମାଣ ପତ୍ର ଏବଂ ଆଧାର ଇମେଲ ଅପଡେଟ ଫିସ ପର୍ଯ୍ୟନ୍ତ ସାମିଲ ରହିଛି। ଜାଣନ୍ତୁ ଏହି ୭ଟି ପରିବର୍ତ୍ତନ କ’ଣ ଏବଂ ଏଗୁଡ଼ିକ ଦ୍ୱାରା ଆପଣଙ୍କ ପକେଟ ଓ ଦୈନନ୍ଦିନ ଯୋଜନା ଉପରେ କ’ଣ ପ୍ରଭାବ ପଡ଼ିପାରେ।

LPG ଏବଂ ଅନ୍ୟ ଇନ୍ଧନର ଦର

ମାସର ପ୍ରଥମ ତାରିଖରେ ତେଲ ମାର୍କେଟିଂ କମ୍ପାନୀଗୁଡ଼ିକ LPG (ଘରୋଇ ଓ କମର୍ସିଆଲ) ଏବଂ ଏଭିଏସନ ଟର୍ୱାଇନ ଫୁଏଲ (ATF) ଦରର ସମୀକ୍ଷା କରନ୍ତି, ଯେତେବେଳେକି ପେଟ୍ରୋଲ-ଡିଜେଲ ଦରରେ ଦୈନିକ ଆଧାରରେ ପରିବର୍ତ୍ତନ ହୋଇପାରେ। ଏହା ଦ୍ୱାରା ଘର ରୋଷେଇ ଏବଂ ପରିବହନ ଖର୍ଚ୍ଚ ଉପରେ ପ୍ରଭାବ ଦେଖିବାକୁ ମିଳିପାରେ।

SBI କାର୍ଡସ ଉପରେ ୧% ଚାର୍ଜର ନିୟମ

ଡିସେମ୍ୱରରୁ SBI କାର୍ଡସ ଅଧୀନରେ ୩୦,୦୦୦ ଟଙ୍କାରୁ ଅଧିକ ଟ୍ରାନ୍ସପୋର୍ଟ କାରବାର ଉପରେ ୧% ଶୁଳ୍କ ଏବଂ ଲାଗୁ ଟ୍ୟାକ୍ସ ଲାଗିବ। ସେହିପରି, ଯଦି କୌଣସି ଗୋଟିଏ ବିଲିଂ ସାଇକେଲରେ ଫୁଏଲ (ଇନ୍ଧନ) ଉପରେ ମୋଟ ଖର୍ଚ୍ଚ ୫୦,୦୦୦ ଟଙ୍କାରୁ ଅଧିକ ହୁଏ, ତେବେ ଏହି ଚାର୍ଜ ସମ୍ପୂର୍ଣ୍ଣ ଫୁଏଲ ଖର୍ଚ୍ଚ ଉପରେ ଲାଗୁ ହେବ। ତେଣୁ ବଡ଼ ଖର୍ଚ୍ଚ ପୂର୍ୱରୁ ଲିମିଟ ଏବଂ ଚାର୍ଜର ହିସାବ ନିଶ୍ଚୟ କରିନିଅନ୍ତୁ।

ସୁଧ ହାର ଏବଂ EMI ଉପରେ ନଜର

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ମନିଟାରୀ ପଲିସି କମିଟି (MPC) ୨ ରୁ ୪ ଡିସେମ୍ୱର ପର୍ଯ୍ୟନ୍ତ ବୈଠକ କରିବ। ଅକ୍ଟୋବରରେ ରେପୋ ରେଟ୍କୁ ୨୫ ବେସିସ ପଏଣ୍ଟ ବଢ଼ାଇ ୫.୫୦% କରାଯିବା ପରେ, ଯଦି ଏଥର ମଧ୍ୟ ଦର ବଢ଼େ ତେବେ ବ୍ୟାଙ୍କ ଲୋନ ମହଙ୍ଗା ହୋଇପାରେ ଏବଂ ଆପଣଙ୍କ EMI ଉପରେ ବୋଝ ବଢ଼ିପାରେ।

SEBI ର ନୂଆ କମୋଡିଟି ମାର୍ଜିନ ନିୟମ

୧ ଡିସେମ୍ୱରରୁ ଲାଗୁ ହେବାକୁ ଥିବା SEBI ର ନୂଆ ନିୟମ ଅନୁଯାୟୀ କମୋଡିଟି ଡେରିଭେଟିଭ୍ସ (କୃଷି ଏବଂ ଅଣ-କୃଷି ଉଭୟ) ରେ ବଜାରର ଅସ୍ଥିରତା ଅନୁଯାୟୀ ସର୍ୱନିମ୍ନ ପ୍ରାରମ୍ଭିକ ମାର୍ଜିନ ୬%, ୮% କିମ୍ୱା ୧୦% ରହିବ, ଯେତେବେଳେକି ରିସ୍କ ମାର୍ଜିନ୍ର ଅବଧି ୨ ରୁ ୩ ଦିନ ରହିବ।

ବିନା ଭାରତ ଆସି NRI/OCI ଙ୍କ ପାଇଁ ଡିଜିଟାଲ KYC

୩ ଡିସେମ୍ୱରରୁ FATF-କମ୍ପ୍ଲାଏନ୍ସ ଦେଶଗୁଡ଼ିକରେ ରହୁଥିବା NRI, OCI କାର୍ଡଧାରୀ ଏବଂ ବିଦେଶୀ ନାଗରିକ ଭାରତ ନ ଆସି ମଧ୍ୟ SEBI-ରେଜିଷ୍ଟର୍ଡ ମିଡିଆରିଜ ଜରିଆରେ ଡିଜିଟାଲ KYC ସମ୍ପୂର୍ଣ୍ଣ କରିପାରିବେ, ଯାହା ଦ୍ୱାରା ଭାରତରେ ନିବେଶ କରିବା ଅଧିକ ସୁବିଧାଜନକ ହେବ।

ପେନସନଭୋଗୀଙ୍କ ପାଇଁ ୧ ଡିସେମ୍ୱରର ଡେଡଲାଇନ

ଯେଉଁ ପେନସନଭୋଗୀମାନଙ୍କୁ ନିୟମିତ ମାସିକ ପେନସନ ମିଳେ, ସେମାନଙ୍କ ପାଇଁ ୧ ଡିସେମ୍ୱର ପୂର୍ୱରୁ ବାର୍ଷିକ କିମ୍ୱା ଡିଜିଟାଲ ଜୀବନ ପ୍ରମାଣ ପତ୍ର ଦାଖଲ କରିବା ଅତ୍ୟନ୍ତ ଜରୁରୀ। ବିଳମ୍ୱ ହେଲେ ଡିସେମ୍ୱରର ପେନସନରେ ବାଧା ଉପୁଜିପାରେ।

ଆଧାର ଆପ୍‌ରୁ ଇମେଲ ଅପଡେଟ ଉପରେ ୭୫ ଟଙ୍କାର ଛାଡ଼

UIDAI ୩୧ ଡିସେମ୍ୱର ପର୍ଯ୍ୟନ୍ତ ଅଫିସିଆଲ ଆଧାର ମୋବାଇଲ ଆପ ମାଧ୍ୟମରେ ଇମେଲ ଆଡ୍ରେସ ଯୋଡ଼ିବା କିମ୍ୱା ଅପଡେଟ କରିବା ଉପରେ ଲାଗୁ ହେଉଥିବା ୭୫ ଟଙ୍କାର ଫିସ ଛାଡ଼ କରିଛି। ଧ୍ୟାନ ରଖନ୍ତୁ ଯେ ଏହି ଛାଡ଼ କେବଳ ଆପ ଜରିଆରେ ହିଁ ମିଳିବ, ତେଣୁ ର୍ନିଦ୍ଧାରିତ ତାରିଖ ପୂର୍ୱରୁ ଏହାର ଲାଭ ଉଠାଯାଇ ପାରିବ।

୩ ଡିସେମ୍ୱରରୁ FATF-ଅନୁପାଳନ କରୁଥିବା ଦେଶର NRI, OCI ଏବଂ ବିଦେଶୀ ନାଗରିକ ଭାରତ ନ ଆସି SEBI-ରେଜିଷ୍ଟର୍ଡ ମାଧ୍ୟମରୁ ଡିଜିଟାଲ KYC କରିପାରିବେ। ଭାରତରେ ନିବେଶ ପ୍ରକ୍ରିୟା ଅଧିକ ସହଜ ଏବଂ ଦ୍ରୁତ ହେବ।

Share