୨୦୩୦ ସୁଦ୍ଧା ୧ ବିଲିଅନ ଡଲାର ହଳଦୀ ରପ୍ତାନି ଲକ୍ଷ୍ୟ

ଭୁବନେଶ୍ୱର,୫।୧୦ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଭାରତୀୟ ହଳଦୀର ବଜାର ସୃଷ୍ଟି କରିବା ସହ ରପ୍ତାନି କ୍ଷମତା ବଢ଼ାଇବା ଲକ୍ଷ୍ୟରେ ଗୁରୁବାର ଜାତୀୟ ହଳଦୀ ବୋର୍ଡ ଗଠନ କରିବାକୁ କେନ୍ଦ୍ର କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଉକ୍ତ ନିଷ୍ପତ୍ତି ଅନୁଯାୟୀ ଦେଶରେ ହଳଦୀ ଚାଷ ବଢ଼ାଇବା ଓ ତା’ର ଉନ୍ନତୀକରଣ ଦିଗରେ ଏହି ବୋର୍ଡ କାର୍ଯ୍ୟ କରିବ ବୋଲି ଜଣାପଡିଛି। ଏଥିସହ ସେଣ୍ଟ୍ରାଲ ଟର୍ମେରିକ୍‌ ବୋର୍ଡ, ସ୍ପାଇସ୍‌ ବୋର୍ଡ ଓ ଅନ୍ୟ ସରକାରୀ ଏଜେନ୍ସିଙ୍କ ସହଯୋଗରେ ହଳଦୀ ଉତ୍ପାଦନ କ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟ କରାଯିବ।

ସେହିଭଳି ବିଦେଶରେ ହଳଦୀର ଚାହିଦା ବୃଦ୍ଧି କରିବା ଓ ସଚେତନତା ବଢ଼ାଇବା, ରପ୍ତାନି ବୃଦ୍ଧି କରିବାକୁ ଅନ୍ତର୍ଜାତୀୟ ବଜାର ସୃଷ୍ଟି କରିବା, ନୂଆ ନୂଆ କିସମ ହଳଦୀ ଉତ୍ପାଦନରେ ଗବେଷଣାକୁ ପ୍ରୋତ୍ସାହିତ କରିବା ଆଦି ବୋର୍ଡର ପ୍ରଥମ ଲକ୍ଷ୍ୟ ହେବ ବୋଲି କୁହାଯାଇଛି। ଏଥିସହ ହଳଦୀର ମୂଲ୍ୟବୋଧ ବଢ଼ାଇବା ପାଇଁ ଏହାର ପାରମ୍ପରିକ ଜ୍ଞାନ ବର୍ଦ୍ଧନ କରିବା ମଧ୍ୟ ବୋର୍ଡର ପ୍ରାଥମିକ ଦାୟିତ୍ୱ ରହିବ। ଏପରିକି ହଳଦୀ ଚାଷୀଙ୍କ ଦକ୍ଷତା ଓ କୌଶଳ ବୃଦ୍ଧି କରିବା ସହ ଖାଦ୍ୟ ସୁରକ୍ଷା ମାନକ ନିୟମର ପାଳନ କରିବା ବିଷୟରେ ମଧ୍ୟ ବୋର୍ଡ ଅବଗତ କରାଇବା। ଅପରପକ୍ଷରେ ୨୦୩୦ ସୁଦ୍ଧା ଭାରତକୁ ଆଗ ଧାଡ଼ିର ହଳଦୀ ରପ୍ତାନିକାରୀ ଦେଶ ଭାବେ ଗଢ଼ି ତୋଳିବା ସହ ୧ ବିଲିଅନ ଡଲାର ହଳଦୀ ରପ୍ତାନି କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଳଦୀ ବୋର୍ଡ ବିଷୟରେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଥିଲେ। ବିଶେଷକରି ନ୍ୟାଶନାଲ ଟର୍ମେରିକ ବୋର୍ଡ ଗଠନକରି ହଳଦୀ ଚାଷୀମାନଙ୍କର ଦକ୍ଷତା ବୃଦ୍ଧି କରାଯିବ ବୋଲି ପରୋକ୍ଷରେ କହିଥିଲେ।

ଉଲ୍ଲେଖଯୋଗ୍ୟ, ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ସର୍ବାଧିକ ହଳଦୀ ଉତ୍ପାଦନ କରାଯିବା ସହ ଅଧିକ ଖାଉଟି ମଧ୍ୟ ରହିଛନ୍ତି। ବିଶ୍ୱ ହଳଦୀ ବଜାରରେ ଭାରତର ପ୍ରଭାବ ରହିଛି। ଗତ ବର୍ଷ (୨୦୨୨-୨୩) ଭାରତରେ ୩,୨୪,୦୦୦ ହେକ୍ଟର ଜମିରେ ହଳଦୀ ଚାଷ କରାଯାଇଥିଲାବେଳେ ଏଥିରେ ୧.୧ମିଲିଅନ ଟନ୍‌ ଉତ୍ପାଦନ ହୋଇଥିଲା, ଯାହା ବିଶ୍ୱର ମୋଟ ହଳଦୀ ଉତ୍ପାଦନର ୭୫% ହେବ ବୋଲି ଆକଳନ କରାଯାଇଛି। ଦେଶର ୨୦ଟି ରାଜ୍ୟରେ ୩୦ଟି କିସମର ହଳଦୀ ଚାଷ କରାଯାଉଛି।

ସେଥିମଧ୍ୟରୁ ମହାରାଷ୍ଟ୍ର, ତେଲଙ୍ଗାନା, କର୍ନାଟକ ଓ ତାମିଲନାଡୁ ଭଳି ରାଜ୍ୟରେ ସର୍ବାଧିକ ହଳଦୀ ଚାଷ କରାଯାଉଛି। ବର୍ତ୍ତମାନ ବିଶ୍ୱ ହଳଦୀ ବାଣିଜ୍ୟରେ ଭାରତର ଅଂଶ ୬୨% ରହିଛି। ଗତ ଆର୍ଥିକ ବର୍ଷରେ ଭାରତ ୩୮୦ ରପ୍ତାନିକାରୀଙ୍କ ଦ୍ୱାରା ୨୦୭.୪୫ ମିଲିୟନ ଡଲାର ମୂଲ୍ୟର ୧୫୩,୪୦୦ ଟନ୍‌ ହଳଦୀ ଓ ହଳଦୀ ଜାତୀୟ ସାମଗ୍ରୀ ରପ୍ତାନି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?