Categories: ଜାତୀୟ

୩ କୃଷି ଆଇନ ଖାରଜ ପାଇଁ ଅଣାଯିବ ବିଲ୍‌

ନୂଆଦିଲ୍ଲୀ,୨୨।୧୧: ୩ ବିବାଦୀୟ କୃଷି ଆଇନକୁ ଖାରଜ କରିବା ପାଇଁ ଏକ ବିସ୍ତୃତ ବିଲ ଅଣାଯିବ। କେନ୍ଦ୍ର ସରକାର ଏହି ବଲ୍‌କୁ ପ୍ରସ୍ତୁତ ହେବା ପରେ ସଂସଦରେ ପାରିତ ହେବ ବୋଲି ସୂତ୍ରରୁ କୁହାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ କୃଷି ଆଇନ ଉଚ୍ଛେଦ ନେଇ ଘୋଷଣା ପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଦାବିରେ ଚାଷୀ ସଂଗଠନଗୁଡ଼ିକ ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ନୂଆ ବିଲରେ ଏମ୍‌ଏସ୍‌ପି ଉପରେ ସ୍ବତନ୍ତ୍ର ଗାଇଡ୍‌ଲାଇନ ଉଲ୍ଲେଖ କରାଯିବା ଉଚିତ ନା ନୁହେଁ, ତାହା ଉପରେ କୃଷି ମନ୍ତ୍ରଣାଳୟ ବିଚାର କରୁଛି। ନୂଆ ବିଲ ପାରିତ ହେଲା ପରେ ପୂର୍ବ ୩ କୃଷି ଆଇନ ପାଇଁ ଗଠିତ ବୋର୍ଡ(କମିଟି) ମଧ୍ୟ ବନ୍ଦ ହୋଇଯିବ। ଆଉ ସେହି କମିଟି ଦ୍ୱାରା ନିଆଯାଇଥିବା ସମସ୍ତ ନିଷ୍ପତ୍ତି ମଧ୍ୟ ବେକାର ହୋଇଯିବ ବୋଲି ସୂତରୁ ଜଣାପଡ଼ିଛି।

Share