୧.୮୨ ଲକ୍ଷ ଚାଷୀ ବୀମାରାଶି ପାଇବାରୁ ବଞ୍ଚିତ

ଯାଜପୁର ଅଫିସ,୮ା୪: ରାଜ୍ୟରେ ବିଭିନ୍ନ ତ୍ରୁଟି ଓ ବୀବାଦୀୟ କାରଣରୁ ୨୦୧୯ ଖରିଫ ଓ ୨୦୧୯-୨୦ ରବି ଋତୁରେ ୧,୮୨,୨୭୦ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାରାଶି ପାଇବାରୁ ବଞ୍ଚିତ ରହିଛନ୍ତି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ତଥା ମରୁଡ଼ି, ବାତ୍ୟା, ବନ୍ୟା ଓ ଅଦିନିଆ ବର୍ଷାରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି। ଏହାସହ କରୋନା କଟକଣା ସେମାନଙ୍କୁ ଦାଉ ସାଧୁଛି। ଏଭଳିସ୍ଥଳେ ଫସଲବୀମା ନ ପାଇ ଚାଷୀଙ୍କ ପରିବାରବର୍ଗ ଭୋକ ଉପାସରେ ଦିନ ବିତାଉଛନ୍ତି।
୨୦୧୯-୨୦ ଓ ୨୦୨୦-୨୧ ବର୍ଷ ନିମନ୍ତେ ସବ୍‌ସିଡି ଦେୟ ବାବଦକୁ ରାଜ୍ୟ ସରକାର ୧୫୬୯.୯୮ କୋଟି ଏବଂ ଚାଷୀ ୩୯୨.୪୨ କୋଟି ଟଙ୍କା ପଇଠ କରିଛନ୍ତି। ମାର୍ଚ୍ଚ ମାସ ସୁଦ୍ଧା ଖରିଫ ୨୦୧୯ରେ ୫,୯୨,୫୧୦ ଜଣ ଚାଷୀଙ୍କୁ ୧୦୪୧.୩୭ କୋଟି ଓ ୨୦୧୯-୨୦ ରବିଋତୁରେ ୩୯,୧୪୩ ଜଣ ଚାଷୀଙ୍କୁ ୯୫.୩୫ କୋଟି ବୀମା ରାଶି ପ୍ରଦାନ କରାଯାଇଛି। ଖରିଫ ୨୦୧୯ରେ ମୟୂରଭଞ୍ଜର ୫,୯୪୭ ଜଣ ଚାଷୀ ୫.୨୦ କୋଟି, କେନ୍ଦ୍ରାପଡ଼ାର ୧୮,୧୫୯ ଚାଷୀ ୪୫.୯୬ କୋଟି, ଦେବଗଡ଼ର ୬,୧୪୭ ଚାଷୀ ୧୬.୭୧ କୋଟି, ଗଞ୍ଜାମର ୮,୫୭୬ ଚାଷୀ ୯.୬୨ କୋଟି, କଳାହାଣ୍ଡିର ୭,୧୧୩ ଚାଷୀ ୨୪.୬୬ କୋଟି, ସୁବର୍ଣ୍ଣପୁରର ୩,୫୩୫ ଚାଷୀ ୩.୬୮ କୋଟି, ପୁରୀର ୧୫,୦୫୮ ଚାଷୀ ୧୩.୩୯ କୋଟି, ବରଗଡ଼ର ୧,୦୨,୧୯୭ ଚାଷୀ ୩୬୨.୬୫ କୋଟି, ଭଦ୍ରକର ୫୦,୯୫୩ ଜଣ ୮୯.୫୯ କୋଟି, ଗଜପତିର ୨୨ ଜଣ ୦.୦୧ କୋଟି, ଯାଜପୁରର ୩୮,୬୯୯ ଜଣ ୮୦.୧୨ କୋଟି, ଜଗତ୍‌ସିଂହପୁରର ୧୬,୮୮୪ ଜଣ ୧୯.୨୩ କୋଟି, ସୁନ୍ଦରଗଡ଼ର ୪୪,୩୪୯ ଜଣ ୮୭.୫୧ କୋଟି, ସମ୍ବଲପୁରର ୧୨,୩୫୯ ଜଣ ୫୩.୯୭ କୋଟି, କୋରାପୁଟର ୫୦୫ ଜଣ ୦.୧୬ କୋଟି, ନୂଆପଡ଼ାର ୨୧୯ ଜଣ ୦.୦୫ କୋଟି, କନ୍ଧମାଳର ୯୯୪ ଜଣ ୦.୩୦ କୋଟି, ବଲାଙ୍ଗୀରର ୨,୧୫,୫୧୬ ଜଣ ୧୭୯.୪୨ କୋଟି, ବାଲେଶ୍ୱରର ୩୦,୮୩୯ ଜଣ ୩୮.୨୫ କୋଟି, ମାଲକାନଗିରିର ୬୨ ଜଣ ୦.୦୫ କୋଟି, ଢେଙ୍କାନାଳର ୧୯୪୧ ଜଣ ୦.୦୧ କୋଟି, କେନ୍ଦୁଝରର ୮୮୪ ଜଣ ୦.୪୭ କୋଟି, କଟକର ୪,୫୬୯ ଜଣ ୩.୫୨ କୋଟି, ଖୋର୍ଦ୍ଧାର ୩,୯୧୪ ଜଣ ୩.୬୮ କୋଟି, ରାୟଗଡ଼ାର ୧୧୬ ଜଣ ୦.୦୧ କୋଟି, ଝାରସୁଗୁଡ଼ାର ୨,୯୫୩ ଚାଷୀ ୩.୧୫ କୋଟି ଟଙ୍କା ବୀମାରାଶି ପାଇଛନ୍ତି।
ବୀମାରାଶି ପାଇବାରୁ ବଞ୍ଚିତ ଥିବା ୯୭,୯୨୭ଟି ମାମଲା ତଦନ୍ତ ପରେ ଅନୁମୋଦିତ ହୋଇଛି। ଏହି ମାମଲାଗୁଡିକର ବୀମା କ୍ଷତିପୂରଣ ପ୍ରଦାନ ନିମନ୍ତେ ବୀମା କମ୍ପାନୀକୁ ଅନୁରୋଧ କରାଯାଇଛି। ଅବଶିଷ୍ଟ ୮୪,୩୪୩ ମାମଲା ମଧ୍ୟରୁ ୬,୩୩୪ଟିର ତଦନ୍ତ ପ୍ରକ୍ରିୟା ଚାଲୁ ଅଛି। ୫୬୫ଟି ମାମଲା ସମାଧାନ ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ସୂଚନା ମିଳିଛି। ଏଥିରେ ବଲାଙ୍ଗୀର ଜିଲାର ଖରିଫରେ ୧,୬୪,୮୧୪ ଜଣ ଚାଷୀଙ୍କ ୭୨୫୪୦.୨୮ ହେକ୍ଟର ଓ ସମ୍ବଲପୁର ଜିଲାର ୯,୯୯୨ ଜଣ ଚାଷୀଙ୍କ ୨,୮୯୬.୫୪ ହେକ୍ଟର ଏବଂ ରବି(୨୦୧୯-୨୦)ରେ ୫୬୫ ଜଣ ଚାଷୀଙ୍କ ୧୨୪.୭୬ ହେକ୍ଟର ଜମି ବାବଦକୁ ତଦନ୍ତ ସରିଥିବା ଜଣାପଡିଛି। ଏଥିସହ ସମ୍ବଲପୁର ଜିଲାର ତଦନ୍ତ ରିପୋର୍ଟ ବୀମା ଏଜେନ୍ସି ଏଆଇସିକୁ ପଠାଯାଇଛି। ଅନ୍ୟପକ୍ଷେ ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସ କମ୍ପାନୀ ଦ୍ୱାରା ପଞ୍ଜୀକୃତ ଜଗତ୍‌ସିଂହପୁର ଜିଲାର ୫୫ଟି ଆବେଦନ ଓ ଭଦ୍ରକ ଜିଲାର ୮୯ଟି ଆବେଦନ ଉପରେ ତଦନ୍ତ ଚାଲିଛି। ଏହାସହ ଏଆଇସି ଦ୍ୱାରା ପଞ୍ଜୀକୃତ ସୁନ୍ଦରଗଡ ଜିଲାର ୬,୧୮୬ ଓ ସମ୍ବଲପୁରର ୪ଟି ମାମଲା ତଦନ୍ତାଧୀନ ରହିଛି। ରୟାଲ ସୁନ୍ଦରମ୍‌ ଜିଆଇସି ଅଧୀନ ବାଲେଶ୍ୱରର ୫୬୫ ଆବେଦନକୁ ବିଚାର ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି।
ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଫସଲର କ୍ଷତି ୩୩ ପ୍ରତିଶତରୁ ଊର୍ଦ୍ଧ୍ୱ ହେଲେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬,୮୦୦ ଟଙ୍କା ଏବଂ ଜଳସେଚିତ ଜମି ପାଇଁ ୧୩,୫୦୦ ଟଙ୍କା ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ନିୟମ ରହିଛି। ପଞ୍ଜୀକୃତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅସଙ୍ଗତି ଥିବା ଯୋଗୁ ବୀମା ଟଙ୍କା ପ୍ରଦାନରେ ଅସୁବିଧା ଦେଖାଦେଇଥିବା ସମବାୟ ବିଭାଗ ପକ୍ଷରୁ ଦର୍ଶାଯାଇଛି। ସଦ୍ୟସମାପ୍ତ ବିଧାନସଭାର ବଜେଟ ଅଧିବେଶନରେ ବିଧାୟକ ନବଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ସମବାୟ ସମିତିର ଡେପୁଟି ରେଜିଷ୍ଟ୍ରାରଙ୍କ ତଥ୍ୟରୁ ଏହା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?