୧.୮୨ ଲକ୍ଷ ଚାଷୀ ବୀମାରାଶି ପାଇବାରୁ ବଞ୍ଚିତ

ଯାଜପୁର ଅଫିସ,୮ା୪: ରାଜ୍ୟରେ ବିଭିନ୍ନ ତ୍ରୁଟି ଓ ବୀବାଦୀୟ କାରଣରୁ ୨୦୧୯ ଖରିଫ ଓ ୨୦୧୯-୨୦ ରବି ଋତୁରେ ୧,୮୨,୨୭୦ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାରାଶି ପାଇବାରୁ ବଞ୍ଚିତ ରହିଛନ୍ତି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ତଥା ମରୁଡ଼ି, ବାତ୍ୟା, ବନ୍ୟା ଓ ଅଦିନିଆ ବର୍ଷାରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି। ଏହାସହ କରୋନା କଟକଣା ସେମାନଙ୍କୁ ଦାଉ ସାଧୁଛି। ଏଭଳିସ୍ଥଳେ ଫସଲବୀମା ନ ପାଇ ଚାଷୀଙ୍କ ପରିବାରବର୍ଗ ଭୋକ ଉପାସରେ ଦିନ ବିତାଉଛନ୍ତି।
୨୦୧୯-୨୦ ଓ ୨୦୨୦-୨୧ ବର୍ଷ ନିମନ୍ତେ ସବ୍‌ସିଡି ଦେୟ ବାବଦକୁ ରାଜ୍ୟ ସରକାର ୧୫୬୯.୯୮ କୋଟି ଏବଂ ଚାଷୀ ୩୯୨.୪୨ କୋଟି ଟଙ୍କା ପଇଠ କରିଛନ୍ତି। ମାର୍ଚ୍ଚ ମାସ ସୁଦ୍ଧା ଖରିଫ ୨୦୧୯ରେ ୫,୯୨,୫୧୦ ଜଣ ଚାଷୀଙ୍କୁ ୧୦୪୧.୩୭ କୋଟି ଓ ୨୦୧୯-୨୦ ରବିଋତୁରେ ୩୯,୧୪୩ ଜଣ ଚାଷୀଙ୍କୁ ୯୫.୩୫ କୋଟି ବୀମା ରାଶି ପ୍ରଦାନ କରାଯାଇଛି। ଖରିଫ ୨୦୧୯ରେ ମୟୂରଭଞ୍ଜର ୫,୯୪୭ ଜଣ ଚାଷୀ ୫.୨୦ କୋଟି, କେନ୍ଦ୍ରାପଡ଼ାର ୧୮,୧୫୯ ଚାଷୀ ୪୫.୯୬ କୋଟି, ଦେବଗଡ଼ର ୬,୧୪୭ ଚାଷୀ ୧୬.୭୧ କୋଟି, ଗଞ୍ଜାମର ୮,୫୭୬ ଚାଷୀ ୯.୬୨ କୋଟି, କଳାହାଣ୍ଡିର ୭,୧୧୩ ଚାଷୀ ୨୪.୬୬ କୋଟି, ସୁବର୍ଣ୍ଣପୁରର ୩,୫୩୫ ଚାଷୀ ୩.୬୮ କୋଟି, ପୁରୀର ୧୫,୦୫୮ ଚାଷୀ ୧୩.୩୯ କୋଟି, ବରଗଡ଼ର ୧,୦୨,୧୯୭ ଚାଷୀ ୩୬୨.୬୫ କୋଟି, ଭଦ୍ରକର ୫୦,୯୫୩ ଜଣ ୮୯.୫୯ କୋଟି, ଗଜପତିର ୨୨ ଜଣ ୦.୦୧ କୋଟି, ଯାଜପୁରର ୩୮,୬୯୯ ଜଣ ୮୦.୧୨ କୋଟି, ଜଗତ୍‌ସିଂହପୁରର ୧୬,୮୮୪ ଜଣ ୧୯.୨୩ କୋଟି, ସୁନ୍ଦରଗଡ଼ର ୪୪,୩୪୯ ଜଣ ୮୭.୫୧ କୋଟି, ସମ୍ବଲପୁରର ୧୨,୩୫୯ ଜଣ ୫୩.୯୭ କୋଟି, କୋରାପୁଟର ୫୦୫ ଜଣ ୦.୧୬ କୋଟି, ନୂଆପଡ଼ାର ୨୧୯ ଜଣ ୦.୦୫ କୋଟି, କନ୍ଧମାଳର ୯୯୪ ଜଣ ୦.୩୦ କୋଟି, ବଲାଙ୍ଗୀରର ୨,୧୫,୫୧୬ ଜଣ ୧୭୯.୪୨ କୋଟି, ବାଲେଶ୍ୱରର ୩୦,୮୩୯ ଜଣ ୩୮.୨୫ କୋଟି, ମାଲକାନଗିରିର ୬୨ ଜଣ ୦.୦୫ କୋଟି, ଢେଙ୍କାନାଳର ୧୯୪୧ ଜଣ ୦.୦୧ କୋଟି, କେନ୍ଦୁଝରର ୮୮୪ ଜଣ ୦.୪୭ କୋଟି, କଟକର ୪,୫୬୯ ଜଣ ୩.୫୨ କୋଟି, ଖୋର୍ଦ୍ଧାର ୩,୯୧୪ ଜଣ ୩.୬୮ କୋଟି, ରାୟଗଡ଼ାର ୧୧୬ ଜଣ ୦.୦୧ କୋଟି, ଝାରସୁଗୁଡ଼ାର ୨,୯୫୩ ଚାଷୀ ୩.୧୫ କୋଟି ଟଙ୍କା ବୀମାରାଶି ପାଇଛନ୍ତି।
ବୀମାରାଶି ପାଇବାରୁ ବଞ୍ଚିତ ଥିବା ୯୭,୯୨୭ଟି ମାମଲା ତଦନ୍ତ ପରେ ଅନୁମୋଦିତ ହୋଇଛି। ଏହି ମାମଲାଗୁଡିକର ବୀମା କ୍ଷତିପୂରଣ ପ୍ରଦାନ ନିମନ୍ତେ ବୀମା କମ୍ପାନୀକୁ ଅନୁରୋଧ କରାଯାଇଛି। ଅବଶିଷ୍ଟ ୮୪,୩୪୩ ମାମଲା ମଧ୍ୟରୁ ୬,୩୩୪ଟିର ତଦନ୍ତ ପ୍ରକ୍ରିୟା ଚାଲୁ ଅଛି। ୫୬୫ଟି ମାମଲା ସମାଧାନ ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ସୂଚନା ମିଳିଛି। ଏଥିରେ ବଲାଙ୍ଗୀର ଜିଲାର ଖରିଫରେ ୧,୬୪,୮୧୪ ଜଣ ଚାଷୀଙ୍କ ୭୨୫୪୦.୨୮ ହେକ୍ଟର ଓ ସମ୍ବଲପୁର ଜିଲାର ୯,୯୯୨ ଜଣ ଚାଷୀଙ୍କ ୨,୮୯୬.୫୪ ହେକ୍ଟର ଏବଂ ରବି(୨୦୧୯-୨୦)ରେ ୫୬୫ ଜଣ ଚାଷୀଙ୍କ ୧୨୪.୭୬ ହେକ୍ଟର ଜମି ବାବଦକୁ ତଦନ୍ତ ସରିଥିବା ଜଣାପଡିଛି। ଏଥିସହ ସମ୍ବଲପୁର ଜିଲାର ତଦନ୍ତ ରିପୋର୍ଟ ବୀମା ଏଜେନ୍ସି ଏଆଇସିକୁ ପଠାଯାଇଛି। ଅନ୍ୟପକ୍ଷେ ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସ କମ୍ପାନୀ ଦ୍ୱାରା ପଞ୍ଜୀକୃତ ଜଗତ୍‌ସିଂହପୁର ଜିଲାର ୫୫ଟି ଆବେଦନ ଓ ଭଦ୍ରକ ଜିଲାର ୮୯ଟି ଆବେଦନ ଉପରେ ତଦନ୍ତ ଚାଲିଛି। ଏହାସହ ଏଆଇସି ଦ୍ୱାରା ପଞ୍ଜୀକୃତ ସୁନ୍ଦରଗଡ ଜିଲାର ୬,୧୮୬ ଓ ସମ୍ବଲପୁରର ୪ଟି ମାମଲା ତଦନ୍ତାଧୀନ ରହିଛି। ରୟାଲ ସୁନ୍ଦରମ୍‌ ଜିଆଇସି ଅଧୀନ ବାଲେଶ୍ୱରର ୫୬୫ ଆବେଦନକୁ ବିଚାର ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି।
ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଫସଲର କ୍ଷତି ୩୩ ପ୍ରତିଶତରୁ ଊର୍ଦ୍ଧ୍ୱ ହେଲେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬,୮୦୦ ଟଙ୍କା ଏବଂ ଜଳସେଚିତ ଜମି ପାଇଁ ୧୩,୫୦୦ ଟଙ୍କା ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ନିୟମ ରହିଛି। ପଞ୍ଜୀକୃତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅସଙ୍ଗତି ଥିବା ଯୋଗୁ ବୀମା ଟଙ୍କା ପ୍ରଦାନରେ ଅସୁବିଧା ଦେଖାଦେଇଥିବା ସମବାୟ ବିଭାଗ ପକ୍ଷରୁ ଦର୍ଶାଯାଇଛି। ସଦ୍ୟସମାପ୍ତ ବିଧାନସଭାର ବଜେଟ ଅଧିବେଶନରେ ବିଧାୟକ ନବଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ସମବାୟ ସମିତିର ଡେପୁଟି ରେଜିଷ୍ଟ୍ରାରଙ୍କ ତଥ୍ୟରୁ ଏହା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୨୬ରେ ଓଡ଼ିଶା ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ୱର,୬।୩(ବ୍ୟୁରୋ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ଓଡ଼ିଶା ଆସିବେ। ଏହି ଗସ୍ତ ସମୟରେ ଶାହା ଭଦ୍ରକ ଲୋକ ସଭା...

ପଣ୍ୟ ବୋଝେଇ ପରିବହନରେ ରେକର୍ଡ

ଭୁବନେଶ୍ୱର, ୨୫।୩(ବ୍ୟୁରୋ): ଚଳିତ ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ପୂର୍ବରୁ ପୂର୍ବତଟ ରେଳପଥ ପଣ୍ୟ ପରିବହନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ଏହି ବର୍ଷ ଶେଷ...

୨୫ ରାଉଣ୍ଡ: ଭଦ୍ରକ ଲୋକ ସଭାରେ ବିଜେଡି ଆଗୁଆ

ଭଦ୍ରକ ଅଫିସ, ୨୩।୫ – ୨୫ ରାଉଣ୍ଡ ସୁଦ୍ଧା ଭଦ୍ରକ ଲୋକ ସଭାରେ ବିଜେଡି ଆଗରେ ରହିଛି। ବିଜେଡି ୨,୫୨, ୬୮୩, ଭାଜପା ୨,୩୫,୬୧୩ ଓ...

ପୁଣି ରାଜ୍ୟରେ ୧୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୨ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୫୨ ରେ ପହଞ୍ଚିଥିବା...

ବାତ୍ୟା ଅମ୍ଫନ୍‌ କ୍ଷୟକ୍ଷତି ଆକଳନ: ବାଲେଶ୍ୱର, କେନ୍ଦ୍ରାପଡ଼ା ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍‌; ଶୁକ୍ରବାର ଗସ୍ତ କରିବେ ଜଗତ୍‌ସିଂହପୁର, ଭଦ୍ରକ 

ଭୁବନେଶ୍ୱର,୪ା୬(ବ୍ୟୁରୋ)/କେନ୍ଦ୍ରାପଡ଼ାଅଫିସ/ଭୋଗରାଇ/ବାଲିଆପାଳ, (ଡି.ଏନ୍‌.ଏ.): ବାତ୍ୟା ଅମ୍ଫନ୍‌ର କ୍ଷୟକ୍ଷତି ଆକଳନ କରିବାକୁ ଏକ ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ଶ୍ରୀ...

୨ ବାଇକ୍‌ ମୁହାଁମୁହିଁ: ପଛରୁ ଆସି ଚଢ଼ିଗଲା ଟ୍ରକ୍‌

ଏମ୍‌ଭି ୭୯,୨୬ା୮(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ସୀମାନ୍ତ ମୋଟୁ ଥାନାଠାରୁ ପ୍ରାୟ ୨ କି.ମି. ଦୂର ୩୨୬ ନଂ. ଜାତୀୟ ରାଜପଥରେ ୨ ବାଇକ୍‌...

ଫର୍ମ ପୂରଣ ପାଇଁ ବୋର୍ଡ ଅଫିସରେ ଭିଡ଼

କଟକ ଅଫିସ, ୧୮ା୧: କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଆସନ୍ତା ୩୧ରେ ପୁଣି ସ୍ବତନ୍ତ୍ର ଓଡ଼ିଶା...

ଅପରାଧରେ ବୁଡ଼ିଛନ୍ତି ୯୪୭ ପୋଲିସ ଅଧିକାରୀ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ। ଦୁର୍ନୀତି, ଅପରାଧ ଏବଂ ଅସଦାଚରଣ ଭଳି କୁତ୍ସିତ କାର୍ଯ୍ୟକଳାପ ଉପରେ ଲଗାମ ଲଗାଇବାକୁ ପ୍ରଶାସନିକ ସ୍ତରରେ...

Advertisement
Archives

Model This Week