ବାର୍ଷିକ ଆଧାରରେ ୧.୬ ଗୁଣ ଅଭିବୃଦ୍ଧି

ନୂଆଦିଲ୍ଲୀ,୨୪ା୫: ଦେଶର ପ୍ରମୁଖ ଘରୋଇ ଇ-କମର୍ସ ମାର୍କେଟ ପ୍ଲେସ୍‌ ଫ୍ଲିପ୍‌କାର୍ଟ ନିକଟରେ ଏକ ନୂଆ ମାଇଲଖୁଣ୍ଟ ସହ ଗ୍ରୋସରି ବ୍ୟବସାୟରେ ଉଲ୍ଲେଖନୀୟ ସଫଳତା ପାଇଛି। ଏପରିକି ପ୍ଲାଟ୍‌ଫର୍ମ ବାର୍ଷିକ ଆଧାରରେ ୧.୬ ଗୁଣ ଅଭିବୃଦ୍ଧି ହାସଲ କରିଛି। ଏକ ଗ୍ରାହକ-ପ୍ରଥମ ସଂସ୍ଥା ଭାବେ ଫ୍ଲିପ୍‌କାର୍ଟ ଗ୍ରୋସରି,ସୁଲଭ ମୂଲ୍ୟରେ ସତେଜ ଉପତ୍ାଦ ବ୍ୟବସ୍ଥାକୁ ସୁନିଶ୍ଚିତ କରୁଛି। ଏପରିକି ଉପଭୋକ୍ତାଙ୍କ ବିଶ୍ୱାସକୁ ମଜଭୁତ କରିବା ପାଇଁ ପ୍ଲାଟ୍‌ଫର୍ମର ସମସ୍ତ ଉପତ୍ାଦରେ ଉପତ୍ାଦନ ଓ ଏକ୍ସପାଏରି ତାରିଖ ଉଲ୍ଲେଖ ରହିଛି, ଯାହା ସର୍ବାଧିକ ସ୍ବଚ୍ଛତା ଓ ସତେଜତା ସୁନିଶ୍ଚିତ କରୁଛି।

ସେହିଭଳି ଉଚ୍ଚ ପ୍ରଦର୍ଶନକ୍ଷମ ବର୍ଗଗୁଡିକ ଦୃଷ୍ଟିରୁ ଫ୍ଲିପ୍‌କାର୍ଟ ତେଲ, ଘିଅ, ଅଟା ଏବଂ ଚା’, କଫି, ଡିଟରଜେଣ୍ଟ ଭଳି ଏଫ୍‌ଏମ୍‌ସିଜି ସାମଗ୍ରୀ ଓ ପର୍ସନାଲ କେୟାର ଆଦି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀଗୁଡିକ କ୍ଷେତ୍ରରେ ୧.୬ଗୁଣ ଅଭିବୃଦ୍ଧି ପରିଲକ୍ଷିତ କରିଛି। ଏପରିକି ପ୍ରିମିୟମ ବର୍ଗଗୁଡିକରେ ଲିକ୍ୱିଡ୍‌ ଡିଟରଜେଣ୍ଟରେ ୧.୮ ଗୁଣ, ଡ୍ରାଏ ଫ୍ରୁଟ୍‌ରେ ୧.୫ ଗୁଣ, ଏନର୍ଜି ଡ୍ରିଙ୍କ୍‌ରେ ୧.୫ ଗୁଣ ବୃଦ୍ଧି ହାସଲ କରିଛି। ଏ ସମ୍ପର୍କରେ ଫ୍ଲିପ୍‌କାର୍ଟର ଗ୍ରୋସରି ବିଭାଗର ମୁଖ୍ୟ, ଉପାଧ୍ୟକ୍ଷ ହରି କୁମାର କହିଛନ୍ତି, ଗ୍ରୋସରି ବର୍ଗରେ ଫ୍ଲିପ୍‌କାର୍ଟର ଅଭିବୃଦ୍ଧି ଉଦୀୟମାନ ବର୍ଗଗୁଡିକ ପାଇଁ ଉଦ୍ଭାବନ ଓ ଗ୍ରାହକ-କୈନ୍ଦ୍ରିକତା ନିର୍ମାଣ କରିବା ପାଇଁ ଆମର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି ଏବଂ ଉପଭୋକ୍ତାଙ୍କୁ ସେମାନଙ୍କର ଦୈନନ୍ଦିନ ଆବଶ୍ୟକତା ପାଇଁ ଠିକ୍‌ ମୂଲ୍ୟ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

Gold Rate: ଲକ୍ଷେ ତଳକୁ ଖସିଆସିବ ସୁନା ଦର? ବିଶେଷଜ୍ଞ କହିଦେଲେ ତାରିଖ!

ସୁନା ଦର ଲକ୍ଷେ ଟଙ୍କା ତଳକୁ ଖସିବ? ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ବଜାରରେ ଅସ୍ଥିରତା ରହିଥାଏ, ତେବେ ଆହୁରି ଟିକିଏ ହ୍ରାସ ହୋଇପାରେ। ତଥାପି, ହଠାତ୍…

ଦଶମ ପାସ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରେଳବାଇରେ ଆସିଲା ବମ୍ପର ନିଯୁକ୍ତି

ନୂଆଦିଲ୍ଲୀ,୨୧।୩: ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ହଜାର ହଜାର ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ସୁଯୋଗ ବିଶେଷ ଭାବରେ ଦଶମ ଶ୍ରେଣୀ ପାସ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri