୯ ପ୍ରକଳ୍ପକୁ ୧.୫୩ ଲକ୍ଷ କୋଟି

ଭୁବନେଶ୍ୱର,୨୦ା୧(ବ୍ୟୁରୋ):ରାଜ୍ୟସ୍ତରୀୟ ହାଇଲେଭଲ କ୍ଲିୟରାନ୍ସ ଅଥରିଟି(ଏଚ୍‌ଏଲ୍‌ସିଏ) ପକ୍ଷରୁ ୧,୫୩,୦୭୪.୬୩ କୋଟି ଟଙ୍କାର ୯ଟି ବୃହତ୍‌ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଚ୍‌ଏଲ୍‌ସିଏ ବୈଠକରେ ଗ୍ରୀନ୍‌ ଏନର୍ଜି ଓ ଉପକରଣ କ୍ଷେତ୍ରର ୪ଟି ପ୍ରକଳ୍ପ, ପେପର ଶିଳ୍ପର ୨ଟି, ମେଟାଲ ଓ ମିନେରାଲ କ୍ଷେତ୍ରର ୨ଟି ଏବଂ ଆଇଟି କ୍ଷେତ୍ରର ଗୋଟିଏ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହାଦ୍ୱାରା ରାଜ୍ୟରେ ମୋଟ ୨୭,୦୩୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି ଜଣାପଡ଼ିଛି।
ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ମାଧ୍ୟମରେ ରାଜ୍ୟରେ ପୁଞ୍ଜିନିବେଶ ନିମନ୍ତେ ଆସିଥିଲା। ଏହି ପ୍ରକଳ୍ପଗୁଡ଼ିକ ବାଲେଶ୍ୱର, ଢେଙ୍କାନାଳ, ଜଗତ୍‌ସିଂହପୁର, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ ଓ ମୟୂରଭଞ୍ଜ ଜିଲାରେ ସ୍ଥାପନ ହେବ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ ଇଣ୍ଡିଆ ୩୮ହଜାର କୋଟି ଟଙ୍କା ବ୍ୟୟରେ ପାରାଦୀପରେ ବାର୍ଷିକ ୭ନିୟୁତ ଟନ୍‌ ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବ। ଏହାଦ୍ୱାରା ୧୧,୪୯୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ରୁଙ୍ଗ୍‌ଟା ମେଟାଲ୍‌ସ ପ୍ରାଃ ଲିମିଟେଡ୍‌ ୧୧୪୦କୋଟି ଟଙ୍କା ବ୍ୟୟରେ ମୟୂରଭଞ୍ଜରେ ନିଜର ଷ୍ଟିଲ୍‌ ପ୍ଲାଣ୍ଟକୁ ବାର୍ଷିକ ୦.୫ ନିୟୁତ ଟନ୍‌ରୁ ଏକ ନିୟୁତ ଟନ୍‌ କ୍ଷମତାକୁ ସମ୍ପ୍ରସାରଣ କରିବ। ଏହାଦ୍ୱାରା ଅଧିକ ୧୦୧୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ।
ଏସିଏମ୍‌ଇ କ୍ଲିନ୍‌ ଏନର୍ଜି ପ୍ରାଇଭେଟ ଲିମିଟେଡ୍‌ର ୫୮୨୦୯.୧୩ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। କମ୍ପାନୀ ଜଗତ୍‌ସିଂହପୁର ଜିଲାର କୁଜଙ୍ଗଠାରେ ୧.୧ ମିଲିୟନ କ୍ଷମତା ବିଶିଷ୍ଟ ଗ୍ରୀନ୍‌ ହାଇଡ୍ରୋଜେନ୍‌ ପ୍ଲାଣ୍ଟ ଓ ଗ୍ରୀନ୍‌ ଆମୋନିଆ ପ୍ଲାଣ୍ଟ ସ୍ଥାପନ କରିବ। ସେହିପରି କୋରାପୁଟ ଓ କଳାହାଣ୍ଡି ଜିଲାରେ ୪୫୦୦ ମେଗାୱାଟ ସୋଲାର ପାୱାର ପ୍ଲାଣ୍ଟ
ସ୍ଥାପନ କରିବ। ଏହା ଦ୍ୱାରା ମୋଟ ୩୪୦୦ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି। ସେହିପରି ଆଭାଦା ଗ୍ରୀନ୍‌ ଏଚ୍‌୨ପ୍ରାଇଭେଟ ଲିମିଟେଡ ଗଞ୍ଜାମ ଜିଲାରେ ୨୩,୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବ।
ଏହାଦ୍ୱାରା ୧୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରିନ୍ୟୁଏଫୁଏସସ ପ୍ରାଇଭେଟ ଲିମିଟେଡ ଏବଂ ଓସିଅର ଏନର୍ଜୀ ପ୍ରାଇଭେଟ ଲିମିଟେଡ ସବୁଜ ଶକ୍ତି ଓ ଉପକରଣ କ୍ଷେତ୍ରରେ ୨ଟି ପ୍ରକଳ୍ପ ସ୍ଥାପନ କରିବେ। ଏଥିରେ ୩,୩୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। କାଗଜ କ୍ଷେତ୍ରରେ ବ୍ୟାଙ୍କ ନୋଟ୍‌ ପେପର ମିଲ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ ଏବଂ ଦିବ୍ୟଶକ୍ତି ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ ବାଲେଶ୍ୱରରେ ୨୫୦୦ କୋଟି ବ୍ୟୟରେ ଏକ ବ୍ୟାଙ୍କ ନୋଟ ପେପର ୟୁନିଟ୍‌ ସ୍ଥାପନ କରିବେ। ଏଥିରେ ୮୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ସେହିପରି ଦିବ୍ୟଶକ୍ତି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ଢେଙ୍କାନାଳଠାରେ ୧ ହଜାର କୋଟି ବ୍ୟୟରେ ଇଣ୍ଟିଗ୍ରେଟେଡ ପଲପ ଆଣ୍ଡ ପେପର ମିଲ୍‌ ସ୍ଥାପନ କରିବ। ଏଥିରେ ୩ ହଜାର ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ଆଇଟି ଭିତ୍ତିଭୂମି କ୍ଷେତ୍ରରେ ମାଇଁ ହୋମ୍‌ କନ୍‌ଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ ଭୁବନେଶ୍ୱରରେ ୧୫୨୫.୫୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବ। ଏଥିରେ ପ୍ରାୟ ୨୫୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri