ଦୁଇ ମାସରେ ଷ୍ଟ୍ରବେରୀ ଦେଲାଣି ଦେଢ଼ ଲକ୍ଷ

ଦାରିଙ୍ଗବାଡି,୨୧ା୨(ଡି.ଏନ.ଏ.): ଓଡ଼ିଶାର କାଶ୍ମୀରକଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଷ୍ଟ୍ରବେରୀ ଚାଷ ଏବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବଡ଼ ସଫଳତା ଦେଇଛି। ପୂର୍ବେ ବର୍ଷକୁ ରୋଜଗାର ମାତ୍ର ୧୦ ହଜାର ଟଙ୍କା ହେଉଥିବା ବେଳେ ଏବେ ଦୁଇ ମାସରେ ଷ୍ଟ୍ରବେରୀ ଦେଲାଣୀ ଦେଢ଼ଲକ୍ଷ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉକ୍ତ ବ୍ଲକ ଗ୍ରୀନ୍‌ବାଡି ପଞ୍ଚାୟତ କୁତୁବାଡି ଗ୍ରାମରେ ଥିବା ଏଲିଜାବେଥ୍‌ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ। ଜିଲା ପ୍ରଶାସନ ସହାୟତାରେ ମହିଳାମାନେ ୨ ଏକର ଜମିରେ ୨୦ ହଜାର ଚାରା ଲଗାଇ ମାତ୍ର ୨ ମାସରେ ଷ୍ଟ୍ରବେରୀ ଅମଳ କରି ବିକ୍ରି କରିଛନ୍ତି। ଏଥିପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କୌଣସି ଖର୍ଚ୍ଚ କରିବାକୁ ପଡିନି ବରଂ ଚାଷଜମିରେ ଶ୍ରମିକ ଭାବେ କାମ କରି ଏମ୍‌ଜିଏନ୍‌ଆରଇଜିଏସ୍‌ରୁ ପ୍ରାପ୍ୟ ପ୍ରାୟ ୧ ଲକ୍ଷ ୧୫ହଜାର ପାଇଛନ୍ତି। ଏହି ଚାଷ ଗତ ନଭେମ୍ବରରେ ଆରମ୍ଭ କରି ଜାନୁୟାରୀରେ ଷ୍ଟ୍ରବେରୀ ଫଳ ବିକ୍ରି ଆରମ୍ଭ ହୋଇଥିଲା। ଚଳିତ ମାସ ସୁଦ୍ଧା ପ୍ରାୟ ଦେଢ଼ଲକ୍ଷ ଟଙ୍କାର ବିକ୍ରି ସାରିଥିବା ବେଳେ ଆହୁରି ଷ୍ଟ୍ରବେରୀ ଅମଳ ହେଉଛି, ଯାହାକି ଦ୍ବିଗୁଣିତ ବିକ୍ରି ଲକ୍ଷ୍ୟ ରଖାଯାଇଥିବା ମହିଳା ଗୋଷ୍ଠୀର ସମ୍ପାଦିକା ରେଣୁକା ପ୍ରଧାନ କହିଛନ୍ତି। ଏବେ ଦାରିଙ୍ଗବାଡ଼ିରେ ଏହି ଚାଷ ସଫଳତାର ସହ ହୋଇପାରିଥିବାରୁ ଆହୁରି ଏକାଧିକ ଚାଷୀଙ୍କୁ ଏହି ଷ୍ଟ୍ରବେରୀ ଚାଷ କରିବାକୁ ପ୍ରୋତ୍ସାହନ ଦେବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ମହିଳାମାନେ ଦାରିଙ୍ଗବାଡିର ଚାରିଛକ, କଫି ବଗିଚା ସମ୍ମୁଖ ଏବଂ ଷ୍ଟ୍ରବେରୀ ଚାଷ ଜମି ସମ୍ମୁଖରେ ଷ୍ଟଲ କରି ବିକ୍ରି କରୁଛନ୍ତି। ଦାରିଙ୍ଗବାଡିକୁ ଆସୁଥିବା ପର୍ଯ୍ୟଟକମାନେ ଷ୍ଟ୍ରବେରୀ ଚାଷକୁ ବୁଲି ଦେଖିବା ସହ ଏହାକୁ କିଣି ନେଉଛନ୍ତି। ଷ୍ଟ୍ରବେରୀ ଚାଷ ଏବେ ସଫଳତା ଦେବା ପରେ ପ୍ରଶାସନ ଆଉ ଏକ ନୂଆ ଚାଷ ଡ୍ରାଗନ କରିବାକୁ ଯୋଜନା କରିବା ସହ କ୍ଷେତ୍ର ପ୍ରସ୍ତୁତି ଚଳାଇଛି, ଅନୁଦାନ ଆସିଲେ ଏହି ଚାଷ କରାଯିବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ପ୍ରକାଶ ଯେ, ଏହି ଚାଷ ପାଇଁ ଜିଲା ଉଦ୍ୟାନ ବିଭାଗ ସମେତ କୃଷି ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ଓ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ସହାୟତା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ରାସ୍ତା କଡରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ମୋହନା,୨୦।୧୨( ମନ୍ମଥ ମିଶ୍ର ): ସରକାର ନିରାମୟ ଯୋଜନାରେ ସାଧାରଣ ଗରିବ ଲୋକଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକୁ କୋଟିକୋଟି...

୧୮ ମାଓବାଦୀଙ୍କ ମୁଣ୍ଡ ପାଇଁ ୮ କୋଟି ୪୦ ଲକ୍ଷ ପୁରସ୍କାର

ଭୁବନେଶ୍ୱର,୨୦।୧୦: ମାଓବାଦୀଙ୍କୁ ଧରାଇ ଦେବା ପାଇଁ ପୋଲିସ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ବୌଦ୍ଧ ପୋଲିସ ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ୮ କୋଟି...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

‘ଗୁଣାତ୍ମକ ଶିକ୍ଷା ବିନା ଦେଶର ପ୍ରଗତି ଅସମ୍ଭବ’

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖର୍ଲିକାନିସ୍ଥିତ ଶେମର୍ଫୋଡ ଫ୍ୟୁଚ୍‌ରିଷ୍ଟିକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସମ୍ପାଦକ ସଞ୍ଜୀବ...

କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା

ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri