ଦେଢ଼ ଲକ୍ଷରେ ବହୁରୂପୀ ଏଣ୍ଡୁଅ ଡିଲ୍‌

ଭୁବନେଶ୍ୱର, ୩୦ା୮(ବ୍ୟୁରୋ):ରାଜ୍ୟରେ ବଜ୍ରକାପ୍ତା ଭଳି ବହୁରୂପୀ ଏଣ୍ଡୁଅର ମଧ୍ୟ ଚୋରା ଚାଲାଣ ହେଉଛି। ରାଜଧାନୀ ଭୁବନେଶ୍ୱରରେ ଏହି ରାକେଟ ସକ୍ରିୟ ଥିବାବେଳେ ଲକ୍ଷ ଲକ୍ଷ ଟଙ୍କାରେ କାରବାର ହେଉଥିବା ଜଣାପଡିଛି। ସୋମବାର ସତ୍‌ସଙ୍ଗ ବିହାର ନିକଟ ଶ୍ୟାମାପ୍ରସାଦ ପାର୍କରେ ଚଢ଼ାଉ କରି ବନ ବିଭାଗ ସମ୍ପୃକ୍ତ ଅଜା ଓ ନାତିଙ୍କୁ ଗିରଫ କରିଛି। ସେମାନେ ହେଲେ ଜଗତ୍‌ସିଂହପୁରର ରଶ୍ମି ରଞ୍ଜନ ଦାସ(୧୯) ଓ ଅଜା କ୍ଷୀରୋଦ ମହାନ୍ତି(୭୩)।
ଗିରଫ ଦୁଇଜଣଙ୍କୁ ଭୁବନେଶ୍ୱର ରେଞ୍ଜ୍‌ ଅଫିସ୍‌ରେ ରଖାଯାଇଛି। ମଙ୍ଗଳବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପଚରାଉଚରାବେଳେ ଦୁଇ ଅଭିଯୁକ୍ତଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ସେମାନେ ଜଟଣୀ ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୫୦ହଜାର ଟଙ୍କାରେ ଉକ୍ତ ବହୁରୂପୀ ଏଣ୍ଡୁଅ କିଣିଥିଲେ। ଗୋଟିଏ ଦିନ ରଖିବା ପରେ ତାକୁ ଦେଢ଼ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଯୋଜନା କରିଥିଲେ। ଏହି ଖବର ବନ ବିଭାଗ ପାଖରେ ପହଞ୍ଚତ୍ବା ପରେ ନଗର ବନଖଣ୍ଡ ଅଧିକାରୀ ଅଜିତ କୁମାର ଶତପଥୀଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱର ବନାଞ୍ଚଳ ଓ ମଞ୍ଚେଶ୍ୱର ବନାଞ୍ଚଳର ୨୦ଜଣ କର୍ମଚାରୀଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଏସିଏଫ୍‌ ଅନନ୍ତ ପ୍ରଧାନଙ୍କ ନେତୃତ୍ୱରେ ଟିମ୍‌ ସଦସ୍ୟମାନେ ପୂରା ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିଥିଲେ। ପ୍ରଥମେ ଅଭିଯୁକ୍ତଙ୍କ ସହ କଥାହୋଇ ଏଣ୍ଡୁଅ କିଣିବା ପାଇଁ ଡିଲ୍‌ ହୋଇଥିଲା। ମୂଲଚାଲ ପରେ ଦେଢ଼ ଲକ୍ଷ ଟଙ୍କାରେ କଥା ଛିଣ୍ଡି ଥିଲା। ସେହି ଅନୁସାରେ ଅଜା ଓ ନାତି ଭୁବନେଶ୍ୱର ବାଣୀବିହାରସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କରେ ପହଞ୍ଚତ୍ଥିଲେ। ଜଣେ ଫରେଷ୍ଟର ଗ୍ରାହକ ହୋଇ ଏଣ୍ଡୁଅ କିଣିବା ପାଇଁ ସେମାନଙ୍କ ପାଖକୁ ଯାଇଥିଲେ। ସେମାନେ ଏଣ୍ଡୁଅକୁ ବାହାର କରି ଦେଖାଇବା ସମୟରେ ପୂର୍ବରୁ ପ୍ରସ୍ତୁତ ରହିଥିବା ଅନ୍ୟ ବନ କର୍ମଚାରୀମାନେ କାବୁ କରିନେଇଥିଲେ। ଏଥିସହ ଉକ୍ତ ବହୁରୂପୀ ଏଣ୍ଡୁଅକୁ ମଧ୍ୟ ଜବତ କରାଯାଇଥିଲା। ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ବହୁରୂପୀ ଏଣ୍ଡୁଅ ହେଉଛନ୍ତି ସିଡ୍ୟୁଲ-୨ ପ୍ରାଣୀ। ତେଣୁ ଏହାକୁ ରଖିବା କିମ୍ବା ବେପାର କରିବା ଦଣ୍ଡନୀୟ ଅପରାଧ। ଏହି ଏଣ୍ଡୁଅଟି ଦେଖିବାକୁ ସୁନ୍ଦର ହୋଇଥିବାରୁ ଏହାକୁ ସାଧାରଣତଃ ପୋଷା କରି ରଖିବାକୁ ଲୋକେ ପସନ୍ଦ କରିଥାନ୍ତି। କିନ୍ତୁ ଏହି ଏଣ୍ଡୁଅ କିଏ ଧରିଥିଲେ, ଅଭିଯୁକ୍ତ ଦ୍ୱୟ କାହାଠାରୁ କିଣିଥିଲେ ଓ କାହାକୁ ବିକ୍ରି କରିଥାନ୍ତେ, ତାହାର ଖୋଳତାଡ଼ କରୁଛି ବନ ବିଭାଗ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri