Posted inଜାତୀୟ

୧.୪ ମୋବାଇଲ ନମ୍ବର ବ୍ଲକ, ୩ ଲକ୍ଷ ସିମ ବନ୍ଦ, ୫୦୦ ଗିରଫ, ସାଧାରଣ ଜନତାଙ୍କ ସୁବିଧା ପାଇଁ ସରକାରଙ୍କ ବଡ ପଦକ୍ଷେପ

ନୂଆଦିଲ୍ଲୀ,୧୦।୨: ଡିଜିଟାଲ ଠକେଇକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ୧.୪ଲକ୍ଷ ମୋବାଇଲ ନମ୍ବରକୁ ଅବରୋଧ କରିଛନ୍ତି। ଏକ ସରକାରୀ ପ୍ରକାଶନ ଅନୁଯାୟୀ, ଏହି ମୋବାଇଲ ନମ୍ବର ଆର୍ଥିକ ଠକେଇରେ ଜଡିତ ଥିଲା। ଆର୍ଥିକ ସେବା ସଚିବ ବିବେକ ଯୋଶୀ ଶୁକ୍ରବାର ଆର୍ଥିକ ସେବା କ୍ଷେତ୍ରରେ ସାଇବର ସୁରକ୍ଷା ଉପରେ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ।
ଏପିଆଇ (ଆପ୍ଲିକେସନ ପ୍ରୋଗ୍ରାମିଂ ଇଣ୍ଟରଫେସ) ଏକୀକରଣ ମାଧ୍ୟମରେ ନାଗରିକ ଆର୍ଥିକ ସାଇବର ଠକେଇ ସୂଚନା ଏବଂ ପରିଚାଳନା ସିଷ୍ଟମ (CFCFRMS) ପ୍ଲାଟଫର୍ମରେ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ଅନବୋର୍ଡିଂ ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ବୟାନ ଅନୁଯାୟୀ, CFCFRMS ପ୍ଲାଟଫର୍ମକୁ ଜାତୀୟ ସାଇବର କ୍ରାଇମ ସୂଚନା ପୋର୍ଟାଲ (NCRP) ସହିତ ସଂଯୋଗ କରାଯିବ। ଏହା ପୋଲିସ, ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ମଧ୍ୟରେ ଉତ୍ତମ ସମନ୍ବୟକୁ ସକ୍ଷମ କରିବ।
ବିବୃତ୍ତିରେ କୁହାଯାଇଛି ଯେ ଟେଲି ଯୋଗାଯୋଗ ବିଭାଗ ବଲ୍କ ଏସଏମଏସ ପଠାଉଥିବା ୩୫ ଲକ୍ଷ ପ୍ରାଥମିକ ୟୁନିଟ ବିଶ୍ଳେଷଣ କରିଛି। ଏଥିମଧ୍ୟରୁ ୧୯,୭୭୬ ଟି ସଂସ୍ଥା ଅଯୌକ୍ତିକ ଏସଏମଏସ ପଠାଇବାରେ ଜଡିତ। ତେଣଉ ଏହାକୁ କଳା ତାଲିକା ଭୁକ୍ତ କରାଯାଇଛି। ଏ ବାବଦରେ ୫୦୦ରୁ ଅଧିକ ଗିରଫ କରାଯାଇଛି ଏବଂ ପ୍ରାୟ ୩.୦୮ ଲକ୍ଷ ସିମ ଅବରୋଧ କରାଯାଇଛି। ସୂଚeନାଯୋଗ୍ୟ, ଦେଶରେ ସାଇବର ଠକେଇ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି, ବିଶେଷକରି ସାଇବର ଅପରାଧୀମାନେ ମୋବାଇଲ ମାଧ୍ୟମରେ ଲୋକଙ୍କୁ ଡାକି ଠକେଇ କରୁଛନ୍ତି।
ସାଇବର ଠକେଇକୁ ଏଡାଇବା ପାଇଁ ସର୍ବଦା ସତର୍କ ରହିବା ଆବଶ୍ୟକ। ଏସଏମଏସ ଏବଂ ଇମେଲରେ ଆସୁଥିବା କୌଣସି ଅଜ୍ଞାତ ଲିଙ୍କ ଉପରେ କଦାପି କ୍ଲିକ କରନ୍ତୁ ନାହିଁ। କୌଣସି ଅଜ୍ଞାତ ବ୍ୟକ୍ତିଙ୍କୁ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଜଡିତ ଗୁପ୍ତ ସୂଚନା ଦିଅନ୍ତୁ ନାହିଁ । କୌଣସି ସନ୍ଦେହଜନକ କଲ, ବାର୍ତ୍ତା କିମ୍ବା ମେଲକୁ ଉତ୍ତର କରନ୍ତୁ ନାହିଁ ଏବଂ ସେମାନଙ୍କୁ ବ୍ଲକ କରନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri