ଭୁବନେଶ୍ୱର,୨୨ା୬(ସତ୍ୟଜିତ୍ ରାଉତ) ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ)ର ଏଜେଣ୍ଟଙ୍କୁ ଓଟିପି ଶେୟାରିଂ ମାମଲାରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଅଧିକ ତଦନ୍ତ ଜାରି ରଖିଛି। ଗିରଫ ୫ ଅଭିଯୁକ୍ତ ଜେଲରେ ଦିନ କାଟୁଥିବାବେଳେ ଏସ୍ଟିଏଫ୍ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ଦୁଇ ଅଭିଯୁକ୍ତ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ପ୍ରୀତମ୍ କର ଓ ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଞ୍ଚଳର ସରୋଜ କୁମାର ନାୟକଙ୍କର କ୍ରିପ୍ଟୋ ଟ୍ରେଡିଂରେ ଲିଙ୍କ୍ ଥିବା ଏସ୍ଟିଏଫ୍ ପ୍ରମାଣ ପାଇଛି। ଉଭୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କ୍ରିପ୍ଟୋରେ ନିବେଶ କରିଛନ୍ତି। ତେଣୁ ସେମାନଙ୍କ ଦୁଇଟି କ୍ରିପ୍ଟୋ ଆକାଉଣ୍ଟକୁ ଏସ୍ଟିଏଫ୍ ବ୍ଲକ୍ କରିଥିବା ବୁଧବାର ସୂଚନା ଦିଆଯାଇଛି।
ଏସ୍ଟିଏଫ୍ର ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରୀତମ୍ ଏକ ଅଗ୍ରଣୀ କ୍ରିପ୍ଟୋ ଏକ୍ସଚେଞ୍ଜେସ୍ରେ ଇମେଲ୍ ଆଇଡି ଦ୍ୱାରା ରେଜିଷ୍ଟର ହୋଇଛନ୍ତି। ତାଙ୍କ କ୍ରିପ୍ଟୋ ଆକାଉଣ୍ଟରେ ୨ଟି ବ୍ୟାଙ୍କ ଆକାଉଣ୍ଟ ଓ ଗୋଟିଏ ୟୁପିଆଇ (ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍) ଆଇଡି ଲିଙ୍କ୍ ରହିଛି। ଗତ ଦୁଇବର୍ଷ ମଧ୍ୟରେ ସେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ରିପ୍ଟୋ କାରବାର କରିଛନ୍ତି। ଏପରିକି ତାଙ୍କ ଆକାଉଣ୍ଟ୍ ରେଡ୍ଫ୍ଲାଗ୍ ଏରିଆରେ ମଧ୍ୟ ଅନ୍ତର୍ଭୁକ୍ତ। ସେହି ଆକାଉଣ୍ଟରେ କଏନ୍ବେସ୍, ଏଫ୍ଟିଏକ୍ସ ଓ ବିଟ୍ମାର୍ଟ ଆଦି ଏକ୍ସଚେଞ୍ଜେସର ଅଜ୍ଞାତ ଉତ୍ସରୁ ଭାରତ ବାହାରୁ କ୍ରିପ୍ଟୋ ଡିପୋଜିଟ୍ ହେବା ସହ କ୍ରିପ୍ଟୋ ଟ୍ରାନ୍ସଫର୍ ମଧ୍ୟ ହୋଇଛି। ଆହୁରି ମଧ୍ୟ ପ୍ରୀତମ୍ କ୍ରିପ୍ଟୋ ପ୍ଲାଟ୍ଫର୍ମରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ରେଫର୍ କରିଛନ୍ତି। ଉକ୍ତ ସନ୍ଦିଗ୍ଧଙ୍କର ୧ ହଜାର ବ୍ୟକ୍ତିଙ୍କ ରେଫରାଲ ତଥ୍ୟ ମଧ୍ୟ ରହିଛି। ତେବେ ସମ୍ପୃକ୍ତ ସନ୍ଦିଗ୍ଧ ଜଣକ ଆଇଏସ୍ଆଇ ଏଜେଣ୍ଟ ହୋଇଥିବା ଏସ୍ଟିଏଫ୍ ସନ୍ଦେହ କରୁଛି।
ସେହିପରି ଅଭିଯୁକ୍ତ ସରୋଜ ମଧ୍ୟ ଏକ ଅଗ୍ରଣୀ କ୍ରିପ୍ଟୋ ଏକ୍ସଚେଞ୍ଜେସ୍ରେ ଇମେଲ୍ ଆଇଡି ଦ୍ୱାରା ରେଜିଷ୍ଟର କରିଥିବାବେଳେ ସେଥିରେ ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟ ଓ ଦୁଇଟି ୟୁପିଆଇ ଆଇଡି ଲିଙ୍କ୍ ରହିଛି। ସେ ପ୍ରାୟ ୩୦ ଲକ୍ଷ ଟଙ୍କାର କାରବାର କରିଛନ୍ତି। ଏପରିକି କ୍ରିପ୍ଟୋ ଏକ୍ସଚେଞ୍ଜେସ୍ ବ୍ୟବହାର କରି ବିଦେଶରୁ ଭାରତୀୟ ଟଙ୍କା ମଧ୍ୟ ଉଠାଇଥିବା ଏସ୍ଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ତଦନ୍ତବେଳେ ଏସବୁ ପ୍ରମାଣ ମିଳିବା ପରେ ଏସ୍ଟିଏଫ୍ ଦୁଇ ଅଭିଯୁକ୍ତଙ୍କ ୨ଟି ଆକାଉଣ୍ଟ ବ୍ଲକ୍ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ଏହି ମାମଲାରେ ଏସ୍ଟିଏଫ୍ ବିଭିନ୍ନ ଦିଗକୁ ନେଇ ଅଧିକ ତଦନ୍ତ ଜାରି ରଖିଛି।
ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତମାନେ ବିଭିନ୍ନ ସୋସିଆଲ ମିଡିଆ ଗ୍ରୁପ୍ ଦ୍ୱାରା ଆଇଏସ୍ଆଇ ଏଜେଣ୍ଟଙ୍କୁ ପ୍ରି-ଆକ୍ଟିଭେଟେଡ୍ ସିମ୍ର ଓଟିପି ଶେୟାର କରି ବିପୁଳ ଟଙ୍କା ପାଉଥିଲେ। ଏହି ମାମଲାରେ ଏସ୍ଟିଏଫ୍ ଗତ ମେ’ ୧୩ରେ ନୟାଗଡ଼ର ଆଇଟିଆଇ ଶିକ୍ଷକ ପଠାଣିସାମନ୍ତ ଲେଙ୍କା, ସରୋଜ, ଯାଜପୁରର ସୌମ୍ୟ ପଟ୍ଟନାୟକଙ୍କୁ ଗିରଫ କରିଥିଲା। ସେହିପରି ଜୁନ୍ ୭ରେ ନୟାଗଡ଼ରୁ ପ୍ରଦ୍ୟୁମ୍ନ କୁମାର ସାହୁ ଓ ୧୦ରେ ୫ମ ଅଭିଯୁକ୍ତ ପ୍ରୀତମ୍ ଗିରଫ ହୋଇଥିଲେ।
ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା
ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...
ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା
ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...
ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…
ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...
ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…
ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...
ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!
ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...
ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…
ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...
ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି
ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...
ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି
ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...
Archives


