Posted inଜାତୀୟ

୧.୨୫ ଲକ୍ଷ ସୁରକ୍ଷା ପଦବୀ ଖାଲି

ନୂଆଦିଲ୍ଲୀ,୧୯ା୬(ପି.ଟି.): ଭାରତୀୟ ରେଲଓ୍ବେର ସୁରକ୍ଷା ବର୍ଗରେ ମଞ୍ଜୁରୀପ୍ରାପ୍ତ ୧୦ ଲକ୍ଷ ପଦବୀ ମଧ୍ୟରୁ ୧.୫ ଲକ୍ଷରୁ ଊର୍ଦ୍ଧ୍ୱ ଖାଲିପଡ଼ିଛି। ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ଗତ ମାର୍ଚ୍ଚରେ ରେଳ ମନ୍ତ୍ରଣାଳୟରୁ ହସ୍ତଗତ ତଥ୍ୟରୁ ଏହା ଜଣାପଡ଼ିଛି।

ଅଧିକାରୀମାନେ ଟ୍ରେନ୍‌ଗୁଡ଼ିକର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଥିବା ବିଷୟ କହୁଥିବାବେଳେ ଦେଶର ବିଭିନ୍ନ ଭାଗରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଏହାର କାରଣ ହେଲା ଡ୍ରାଇଭର, ଇନ୍ସପେକ୍ଟର, କ୍ରିଉ କଣ୍ଟ୍ରୋଲର, ଲୋକୋ ଇନ୍‌ଷ୍ଟ୍ରକ୍ଟର, ଟ୍ରାକ୍‌ ମ୍ୟାଣ୍ଟେନର, ଷ୍ଟେଶନ ମାଷ୍ଟର, ପଏଣ୍ଟ୍‌ସମ୍ୟାନ, ଇଲେକ୍ଟ୍ରିକାଲ ସିଗ୍‌ନାଲ ମ୍ୟାଣ୍ଟେନର ଓ ସିଗ୍‌ନାଲିଂ ସୁପରଭାଇଜର ଭଳି ସୁରକ୍ଷା ବର୍ଗରେ ୧.୨୫ ଲକ୍ଷ ପଦବୀ ଖାଲିପଡ଼ିଛି। ୨୦୨୪ ମାର୍ଚ୍ଚ ୧ ସୁଦ୍ଧା ୧୦,୦୦,୯୪୧ ପଦବୀ ମଞ୍ଜୁର ହୋଇଥିବାବେଳେ ସେଥିରୁ ୮,୪୮,୨୦୭ ପୂରଣ ହୋଇଥିଲା। ୧,୫୨,୭୩୪ ପଦବୀ ଖାଲି ପଡ଼ିଥିବା ଆର୍‌ଟିଆଇ ଆବେଦନର ଉତ୍ତରରେ ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି। ମେଲ୍‌/ଏକ୍ସପ୍ରେସ୍‌ /ପାସେଞ୍ଜର/ମାଲବାହୀ ଟ୍ରେନ୍‌ଗୁଡ଼ିକର ମଞ୍ଜୁରୀପ୍ରାପ୍ତ ଲୋକୋ ପାଇଲଟ ପଦବୀ ସଂଖ୍ୟା ୭୦,୦୯୩ ହୋଇଥିବାବେଳେ ସେଥିରୁ ୧୪,୪୨୯ ପଦବୀ ଖାଲିପଡ଼ିଛି। ସେହିପରି ୫୭,୫୫୧ ଆସିଷ୍ଟାଣ୍ଟ ଡ୍ରାଇଭର ପଦବୀ ମଞ୍ଜୁର ହୋଇଥିବାବେଳେ ୪,୩୩୭ ଖାଲିପଡ଼ିଛି। ମଧ୍ୟପ୍ରଦେଶର ଆର୍‌ଟିଆଇ କର୍ମୀ ଚନ୍ଦ୍ରଶେଖର ଗୌରଙ୍କୁ ରେଳ ମନ୍ତ୍ରଣାଳୟ ଏହି ତଥ୍ୟ ଦେଇଛି। ରେଲଓ୍ବେ ଟ୍ରେଡ୍‌ ୟୁନିୟନ୍‌ଗୁଡ଼ିକ ବାରମ୍ବାର ଏହି ପ୍ରସଙ୍ଗ ଉଠାଇବା ସତ୍ତ୍ୱେ ଖାଲି ପଦବୀ ପୂରଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ନ୍ୟାଶନାଲ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆନ୍‌ ରେଲଓ୍ବେମ୍ୟାନ୍‌ ଆସିଷ୍ଟାଣ୍ଟ ଜେନେରାଲ ସେକ୍ରେଟାରି ଅଶୋକ ଶର୍ମା କହିଛନ୍ତି, କର୍ମଚାରୀମାନେ ଚାପଗ୍ରସ୍ତ ଥିବାବେଳେ ସୁରକ୍ଷା ବର୍ଗ ପଦବୀ ପୂରଣ କରାଯାଉ ନାହିଁ। ଏଥିଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଛି। ସବୁଠୁ ଦୁର୍ଭାଗ୍ୟଜନକ ବିଷୟ ହେଉଛି ୨ ବର୍ଷ ପୂର୍ବେ ରେଳ ମନ୍ତ୍ରଣାଳୟ ସୁରକ୍ଷା ବର୍ଗ ପଦବୀ ସୃଷ୍ଟି କରିବା ବନ୍ଦ କରିଦେଇଛି। ବର୍ତ୍ତମାନ ଅର୍ଥ ମନ୍ତ୍ରଣାଳୟର ବିନା ସହମତିରେ ଏହି ପଦବୀ ସୃଷ୍ଟି କରାଯାଇପାରିବ ନାହିଁ। ଅନ୍ୟପକ୍ଷେ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୨୦୦୪-୧୪ରେ ସୁରକ୍ଷା ସମ୍ପର୍କିତ ପ୍ରକଳ୍ପଗୁଡ଼ିକ ପାଇଁ ୭୦,୨୭୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୪-୨୪ରେ ୧,୭୮,୦୦୦ କୋଟି ଟଙ୍କା ଅର୍ଥାତ୍‌ ପ୍ରାୟ ୨.୫ ଗୁଣ ଅଧିକ ନିବେଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri