ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ: ୧.୨୦ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଆସିଲା ଚଳିତ ବର୍ଷର ବନ୍ୟାର କ୍ଷୟକ୍ଷତି ରିପୋର୍ଟ। ଲଗାଣ ବର୍ଷା ଏବଂ ବନ୍ୟାରେ ରାଜ୍ୟର ୧ ଲକ୍ଷ ୨୦ ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ବେଳେ ୨୪ଟି ଜିଲାର ଚାଷୀ ପ୍ରଭାବିତ ହୋଇଛନ୍ତି। ତେବେ ୧୦ଟି ଜିଲାର ଚାଷୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲାରେ ଅଧିକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । କେବଳ ଜଗତ୍‌ସିଂହପୁରରେ ସର୍ବାଧିକ ୨ ହଜାର ୪୨୦ ହେକ୍ଟର ଚାଷ ଜମି ବନ୍ୟାରେ କ୍ଷତି ହୋଇଛି । ସେହିପରି କଟକ, ଭଦ୍ରକ, ଯାଜପୁର, ବାଲେଶର, ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୋନପୁରରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।