ଓଏଲ୍‌ଆଇସି ଆକାଉଣ୍ଟରୁ ୧.୧୯ କୋଟି ଆତ୍ମସାତ୍‌:ସହକାରୀ ହିସାବରକ୍ଷକ ଫେରାର

ସୋନପୁର,୬ା୮: (ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଉଠା ଜଳସେଚନ ନିଗମ(ଓଏଲ୍‌ଆଇସି) ଆକାଉଣ୍ଟରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍‌ ହୋଇଛି। କାର୍ଯ୍ୟାଳୟର ସହକାରୀ ହିସାବରକ୍ଷକ ବଳରାମ ମେହେର ଏହି ଟଙ୍କା ଆତ୍ମସାତ କରିଛନ୍ତି। ଏ ସମ୍ପର୍କରେ ଜଣାପଡିବା ପରେ ଓଏଲ୍‌ଆଇସିର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ଟିମ୍‌ ଦ୍ୱାରା ତଦନ୍ତ ଜାରି ରହିଛି। ସେହିପରି ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ପ୍ରାରମ୍ଭିକ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପକ୍ଷେ କାର୍ଯ୍ୟାଳୟର ସହକାରୀ ହିସାବରକ୍ଷକ ଫେରାର ଅଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୁବର୍ଣ୍ଣପୁର ଜିଲାରେ ଗଭୀର ନଳକୂପ ଖନନ ଓ ବିଭିନ୍ନ ଯୋଜନାରେ ସରକାରଙ୍କ ପକ୍ଷରୁ ଆସୁଥିବା ଅର୍ଥ ନିଗମର ନିର୍ବାହୀ ଯନ୍ତ୍ରୀଙ୍କ ନାମରେ ୟୁନିୟନ ବ୍ୟାଙ୍କ ସୋନପୁର ଶାଖାରେ ଜମାଥିଲା। ଏହି ଅର୍ଥକୁ ଜାଲିଆତି କରି କାର୍ଯ୍ୟାଳୟର ହିସାବ ରକ୍ଷକ ମେହେର ନିଜ ଆକାଉଣ୍ଟକୁ ସ୍ଥାନାନ୍ତର କରି ନେଇଛନ୍ତି। ନିର୍ବାହୀ ଯନ୍ତ୍ରୀଙ୍କ ଆଇଡି, ପାସଓ୍ବାର୍ଡ, ଚେକ୍‌ ଓ ସିଲ୍‌ ବ୍ୟବହାର କରି ସେ ଏକାଧିକ ଥର ନିଜ ଆକାଉଣ୍ଟକୁ ବିପୁଳ ପରିମାଣର ଟଙ୍କା ଟ୍ରାନ୍ସଫର କରିଥିବା ଜଣାପଡିଛି। ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା ବିଳମ୍ବରେ ଏ ସମ୍ପର୍କରେ ଜାଣିବା ପରେ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କାର୍ଯ୍ୟାଳୟର ହିସାବରକ୍ଷକ ଜାଲିଆତି କରି ୧କୋଟି ୧୯ଲକ୍ଷ ୭୧ହଜାର ଟଙ୍କା ନିଜ ଫାର୍ମ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ ଘଟଣାର ତଦନ୍ତ ଭିଜିଲାନ୍ସ କିମ୍ବା ଅର୍ଥନୈତିକ ଅପରାଧ ଶାଖା କରିପାରିବ। ତେଣୁ ସେଠାରେ ଅଭିଯୋଗ କରିବାକୁ ଥାନା ଅଧିକାରୀ ରମେଶ ମାହାନା ପରାମର୍ଶ ଦେଇଛନ୍ତି। ସୂଚନା ପାଇବା ପରେ ସୁବର୍ଣ୍ଣପୁର ଭିଜିଲାନ୍ସ ଡିଏସ୍‌ପି ରୀତାଞ୍ଜଳି ପଧାନ ସୋମବାର ଉଠାଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ତଦନ୍ତ କରିଛନ୍ତି। ସେହିପରି ନିଗମର ଭୁବନେଶ୍ୱର ମୁଖ୍ୟାଳୟରୁ ଚିଫ୍‌ ଆକାଉଣ୍ଟସ୍‌ ଅଫିସର ତଥା ଅର୍ଥ ପରାମର୍ଶଦାତା ନିର୍ଝରଣୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଆକାଉଣ୍ଟସ୍‌ ଅଫିସର ସାଧନା ବେହେରା ଓ ଡେପୁଟି ଚିଫ୍‌ ଆକାଉଣ୍ଟସ୍‌ ଅଫିସର ଅଜୟ ନାୟକ ସୁବର୍ଣ୍ଣପୁର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ଆକଉଣ୍ଟସ୍‌ ନଥିପତ୍ର ଯାଞ୍ଚ କରୁଛନ୍ତି।
ପ୍ରକାଶ ଯେ, ସହକାରୀ ହିସାବ ରକ୍ଷକ ବଳରାମ ଜଣେ ଆଉଟ ସୋର୍ସିଂ କର୍ମଚାରୀ। ସେ ୨୦୧୪ ମସିହାରୁ ଏହି କାର୍ଯ୍ୟାଳୟରେ କାମ କରି ଆସୁଛନ୍ତି। ପୂର୍ବରୁ ସେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିଲେ। ପରେ ସହକାରୀ ହିସାବରକ୍ଷକ(ବାଣିଜ୍ୟ) ଭାବେ ନିଯୁକ୍ତ ହୋଇଛନ୍ତି। ନିର୍ବାହୀ ଯନ୍ତ୍ରୀ ବେହେରା ବିଶ୍ୱାସ କରି ବଳରାମଙ୍କୁ ନିଜର ଆଇଡି ଓ ପାସଓ୍ବାର୍ଡ ଦେଇଥିଲେ। ସେ ଆରଟିଜିଏସ୍‌ କରିବା ପାଇଁ ବଳରାମଙ୍କୁ ହିଁ ବ୍ୟାଙ୍କ୍‌କୁ ପଠାଉଥିଲେ। ବଳରାମ ତାଙ୍କୁ ଠକି ଦେଇଥିବା ନିର୍ବାହୀଯନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷେ ବଳରାମଙ୍କ ଆକାଉଣ୍ଟସ୍‌କୁ ଫ୍ରିଜ୍‌ କରିବା ପାଇଁ ସମ୍ପୃକ୍ତ ବ୍ୟାଙ୍କକୁ ଚିଠି ଲେଖା ଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri