Categories: ଜାତୀୟ

ତିରୁମାଲା ମନ୍ଦିରକୁ ୧.୦୨ କୋଟି ଦାନକଲେ ମୁସଲମାନ ଦମ୍ପତି

ତିରୁପତି,୨୧ା୯(ଆଇଏଏନ୍‌ଏସ୍‌): ବିଶ୍ୱର ସବୁଠୁ ଧନୀ ମନ୍ଦିର ଭାବେ ପରିଚିତ ତିରୁପତିର ତିରୁମାଲା ବାଲାଜୀ ମନ୍ଦିରକୁ ଚେନ୍ନାଇର ଏକ ମୁସଲମାନ ଦମ୍ପତି ୧.୦୨ କୋଟି ଟଙ୍କା ଦାନ କରିଛନ୍ତି। ଅବଦୁଲ ଘନି ଓ ନୁବିନା ବାନୁ ମଙ୍ଗଳବାର ମନ୍ଦିର ପରିଚାଳନାକରୀ ସଂସ୍ଥା ତିରୁମାଲା ତିରୁପତି ଦେବସ୍ଥାନମ୍‌ (ଟିଟିଡି) କର୍ତ୍ତୃପକ୍ଷଙ୍କୁ ଭେଟି ଚେକ୍‌ ପ୍ରଦାନ କରିଛନ୍ତି। ଉକ୍ତ ଅର୍ଥରୁ ୧୫ ଲକ୍ଷ ଟଙ୍କା ଶ୍ରୀଭେଙ୍କଟେଶ୍ୱର ଅନ୍ନ ପ୍ରସାଦମ୍‌ ଟ୍ରଷ୍ଟକୁ ଦିଆଯାଇଥିବାବେଳେ ଅବଶିଷ୍ଟ ୮୭ ଲକ୍ଷରେ ଶ୍ରୀ ପଦ୍ମାବତୀ ଗେଷ୍ଟ ହାଉସ୍‌ର ନୂଆ ଆସବାବପତ୍ର ଓ ରୋଷଶାଳା ଉପକରଣ କିଣାଯିବ। ମହାମାରୀ ସମୟରେ ୨୦୨୦ରେ ଘନି ମନ୍ଦିର ପରିସରରେ ବିଶୋଧନ ସିଞ୍ଚନ ଲାଗି ଟ୍ରାକ୍ଟରରେ ସଂଯୋଗ ହୋଇଥିବା ଏକ ସ୍ପେୟର ଦେଇଥିଲେ। ଏହା ପୂର୍ବରୁ ମନ୍ଦିରକୁ ପରିବା ବୋହିବା ଲାଗି ସେ ୩୫ ଲକ୍ଷ ଟଙ୍କାର ରେଫ୍ରିଜରେଟର ଟ୍ରକ୍‌ ଦାନ କରିଥିଲେ।

Share