Categories: ଜାତୀୟ

ଯୋଗୀ ସରକାରଙ୍କ ଦ୍ୱିତୀୟ ପାଳିର ୧୦୦ ଦିନ ପୂରଣ

ଲକ୍ଷ୍ନୌ,୪ ।୭: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ ପାଳିକୁ ୧୦୦ ଦିନ ପୂରଣ ହୋଇଛି । ଏହି ୧୦୦ ଦିନ ମଧ୍ୟରେ ଅଧିକାଂଶ କାମ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଶେଷ ହୋଇଥିବା କୁହାଯାଇଛି । ବିଭାଗକୁ ଦିଆଯାଇଥିବା ୨୪ଟି କାମ ମଧ୍ୟରୁ ୨୨ଟି କାମ ସମ୍ପୂର୍ଣ୍ଣ ହୋଇଛି । ଅନ୍ୟପଟେ ୧୪ ସହରରେ ଇଲେକ୍ଟ୍ରିକ ବସ ସଂଖ୍ୟା ଦୁଇଗୁଣା ଓ ସିଟି ବସ ସେବା ପାଇଁ ମୋବାଇଲ ଆପ ପ୍ରସ୍ତୁତ କରିବାର କାମ ଏବେବି ଜାରି ରହିଛି । ହେଲେ ଏହାର ୭୦ ପ୍ରତିଶତ କାମ ସମ୍ପୂର୍ଣ୍ଣ ହୋଇଥିବା କୁହାଯାଉଛି ।
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଶାସନ କରିବା ପରଠାରୁ ଅନେକ ପରିବର୍ତ୍ତନ ହୋଇଥିବା ବେଳେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରେ ବି ସୁଧାର ଆସିଥିବା କୁହାଯାଉଛି । ହେଲେ ବିରୋଧି ସବୁବେଳେ ଆଦିତ୍ୟନାଥ ସରକାର ଅପାରଗ ବୋଲି କହି ଚାଲିଛି ।

Share