Categories: ଜାତୀୟ

ଅଢ଼େଇ ହଜାର କୋଟି ଟଙ୍କାର ହେରୋଇନ ଜବତ

ନୂଆଦିଲ୍ଲୀ,୧୦।୭: ଦିଲ୍ଲୀ ପୋଲିସ ଫରିଦାବାଦର ଏକ ଘରୁ ଶନିବାର ୩୫୪ କେଜି ଡ୍ରଗ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ଅଢ଼େଇ ହଜାର କୋଟି ଟଙ୍କାରୁ ଅଧିକ ହେବ। ଏକକାଳିନ ଏତେ ମାତ୍ରାରେ ଡ୍ରଗ୍ସ ଦେଶରେ କଦାପି ଜବତ ହୋଇ ନ ଥିବା କୁହାଯାଉଛି।

ଏହି ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଥିବାବେଳେ ତଦନ୍ତ ଚାଲିଛି। ଆଫଗାନିସ୍ତାନର ହାଜରତ ଅଲି, କଶ୍ମୀରର ଅନନ୍ତନାଗ ଅଞ୍ଚଳର ରିଜଓ୍ବାନ ଅହମ୍ମଦ ଓ ଗୁରଜୋତ ସିଂ ଏବଂ ଜଳନ୍ଧର(ପଞ୍ଜାବ)ର ବାସୀନ୍ଦା ଗୁରଦୀପ ସିଂଙ୍କୁ ଗିରଫ କରାଯାଇଛି। ହେରୋଇନ ସହ ଏଥିରେ ବ୍ୟବହାର ହେଉଥିବା ୧୦୦ କେଜି କେମିକାଲ ମଧ୍ୟ ଜବତ ହୋଇଛି। ଏହି ହେରୋଇନକୁ ଅଖା ଓ ପେଟିରେ ଲୁଚାଇ ଇରାନର ଛାବାହାର ପୋର୍ଟରୁ ମୁମ୍ବାଇ ଦେଇ ଜାଓ୍ବାହାର ଲାଲ ନେହରୁ ପୋର୍ଟ ଚୋରା ଚାଲାଣ କରାଯାଇଥିଲା ବୋଲି ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ କମିଶନର ନୀରଜ ଠାକୁର କହିଛନ୍ତି।

Share