Categories: ଖେଳ

‌ସୁଶାନ୍ତଙ୍କ ମୃତ୍ୟୁରେ କ୍ରିକେଟ ଜଗତ ସ୍ତବ୍ଧ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ଶୁଣି କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ବିରାଟ କୋହଲି ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ସଚିନ ଟୁଇଟ୍‌ କରି କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ଖବର ମୋତେ ଆଶ୍ଚର୍ଯ୍ୟ କରିଛି। ସେହିପରି ବିରାଟ କୋହଲି ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁରେ ସ୍ତବ୍ଧ ଥିବା କହିଛନ୍ତି। ସେହିପରି ବିରେନ୍ଦ୍ର ସେହ୍ବାଗ, ପ୍ରଜ୍ଞାନ ଓଝା, ହରଭଜନ ସିଂ, ଶିଖର ଧାଓ୍ବନ, ରିଧିମାନ ଶାହ, ମହମ୍ମଦ କେଫ ପ୍ରମୁଖ ଖେଳାଳିମାନେ ସୁଶାନ୍ତଙ୍କ ମୃତ୍ୟୁ ଶୋକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ସୁଶାନ୍ତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ। ଟେଲି ସିରିଏଲ୍‌ରୁ ବଲିଉଡ୍‌କୁ ଆସି ବେଶ ସଫଳ ହୋଇଥିବା ସୁଶାନ୍ତଙ୍କୁ ମାତ୍ର ୩୪ ବର୍ଷ ହୋଇଥିଲା। ଶେଷଥର ପାଇଁ ୨୦୧୯ରେ ତାଙ୍କୁ ‘ଛିଛୋରେ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଶ୍ରଦ୍ଧା କପୁରଙ୍କ ସହିତ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ମୁକେଶ ଛାବ୍ରାଙ୍କ ‘ଦିଲ ବେଚାରା’ ଫିଲ୍ମ ରିଲିଜ୍‌ ହେବାର ଥିଲା।

Share