ୱାଲ ପେଣ୍ଟିଂରେ ସୁନୀଲଙ୍କ କରୋନା ସଚେତନତା

ବାଲିଗୁଡା,୧ା୫(ଡି.ଏନ୍‌.ଏ.)- ବାଲିଗୁଡା ଉପଖଣ୍ଡ କ.ନୂଆଗାଁର ସୁନୀଲ ନାୟକ ନିଆରା ଢଙ୍ଗରେ କରୋନା ନେଇ ଲୋକଙ୍କୁ ସଚେତନ କରୁଛନ୍ତି। ଆର୍ଥିକ ସହାୟତା ପାଇଁ ସମର୍ଥ ନ ଥିଲେ ମଧ୍ୟ ଅନ୍ତର୍ନିହିତ କଳାକୁ ପାଥେୟ କରି ସେ କରୋନା ମୁକାବିଲା ପାଇଁ ଆଗେଇ ଆସିଛନ୍ତି। ୱାଲ ପେଣ୍ଟିଂ ଜରିଆରେ ଲୋକଙ୍କୁ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା। ରଙ୍ଗ କିଣି ବିଭିନ୍ନ ସ୍ଥାନରେ ଅଦ୍ୟାବଧି ୩୦ରୁ ଉର୍ଦ୍ଧ୍ୱ ୱାଲ ପେଣ୍ଠି କରିଛନ୍ତି। ଘରେ ରହିବ, ହାତ ଧୋଇବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଆଦି ସଚେତନ ବାର୍ତ୍ତା ସହ ପୋଲିସ, ଡାକ୍ତର ଓ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଭାବେ ଅଭିହିତ କରି ୱାଲ ପେଣ୍ଠି କରିଛନ୍ତି। ଓଡ଼ିଶାରେ ସମସ୍ତ କଳାକାରଙ୍କୁ ଏଭଳି ଅସୁବିଧା ସମୟରେ ସଚେତନତା ପାଇଁ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଛନ୍ତି।