Categories: ଜାତୀୟ

୯ ବର୍ଷର ବାଳିକା ହେଲେ ‘ ଚିଫ୍‌ ମିନିଷ୍ଟରର୍ସ ଗ୍ରୀନ ମଣିପୁର ମିଶନ’ର ଆମ୍ବାସାଡର

କାକଚିଙ୍ଗ,୧୦।୮: ମଣିପୁର କାକଚିଙ୍ଗ ଜିଲାର ହିୟାଙ୍ଗଲମ୍‌ ମାଖା ଲେଇକାଇର ୯ ବର୍ଷୀୟା ବାଳିକା ଭାଲେଣ୍ଟିନା ଏଲାଙ୍ଗବମଙ୍କୁ ‘ ଚିଫ୍‌ ମିନିଷ୍ଟରର୍ସ ଗ୍ରୀନ ମଣିପୁର ମିଶନ’ର ଆମ୍ବାସାଡର କରାଯାଇଛି। ରାସ୍ତା ନିର୍ମାଣ ପାଇଁ କିଛି ଗଛ କଟାଯିବା ପରେ ଏହାକୁ ଦେଖି ଭୋଭୋ ହୋଇ କାନ୍ଦିଥିଲେ ବାଳିକା ଜଣକ। ଏହାର ଏକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ‘ ଚିଫ୍‌ ମିନିଷ୍ଟରର୍ସ ଗ୍ରୀନ ମଣିପୁର ମିଶନ’ର ଆମ୍ବାସାଡର କରି ଦିଆଯାଇଛି। ଭବିଷ୍ୟତରେ ଜଣେ ବନ୍ୟ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥିବା ଭାଲେଣ୍ଟିନା କହିଛନ୍ତି ଗଛ କାଟିଦେବା ତାଙ୍କୁ ବହୁତ କଷ୍ଟ ଦେଇଛି। କାରଣ ୪ ବର୍ଷ ପୁର୍ବେ ସେ ଏସବୁ ଗଛ ଲଗାଇବା ସହ ନିଜ ଭାଇ ଭଳି ସ୍ନେହ ଦେଇ ସେ ଏଗୁଡିକର ଯତ୍ନ ନେଇଥିଲେ। ଆଉ ସ୍କୁଲରୁ ଫେରିବା ପରେ ଏହି ଗଛ ଗୁଡିକ କଟା ଯାଇଥିବା ଦେଖି ସେ ନିଜର କୋହ ସମ୍ଭାଳି ପାରି ନ ଥିବା କହିଛନ୍ତି। ଭବିଷ୍ୟତରେ ଜଣେ ବନ୍ୟ ଅଧିକାରୀ ହୋଇ ସେ ଉଜୁଡି ଯାଇଥିବା ପାର୍ବତ୍ୟାଞ୍ଚଳରେ ବୃକ୍ଷ ରୋପଣ କରିବେ ବୋଲି କହିଛନ୍ତି।

Share