Categories: ଜାତୀୟ

୯ ବର୍ଷର କୁକୁର ‘ଡଚ୍‌’ର ମୃତ୍ୟୁରେ ଶୋକ ପ୍ରକାଶ କଲା ସେନା

ନୂଆଦିଲ୍ଲୀ,୧୪।୯: ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡ ଶନିବାର ୯ ବର୍ଷର କୁକୁର ‘ଡଚ୍‌’ର ମୃତ୍ୟୁରେ ଶୋକ ପ୍ରକାଶ କରିଛି। ଇଷ୍ଟର୍ଣ୍ଣ କମାଣ୍ଡରେ କାର୍ଯ୍ୟରତ ଥିବା ଏହି କୁକୁର ବିଭିନ୍ନ ପ୍ରକାର ଅପରେଶନ ସମୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ରାଷ୍ଟ୍ରର ସେବାରେ ତା’ର ଅବଦାନକୁ ମନେ ପକାଇ ଶୋକ କରିଥିଲା ଇଷ୍ଟର୍ଣ୍ଣ କମାଣ୍ଡ। ଅନେକ ଥର ଆଇଇଡି ଖୋଜିବାରେ ସେନାକୁ ସାହାଯ୍ୟ କରିଥିବା ‘ଡଚ’ ପ୍ରକୃତରେ ଦେଶପାଇଁ ରିୟଲ ହିରୋ ଥିବା ଆଲୋଚନା ହେଉଛି। ସେଥିପାଇଁ ସେନା ତାକୁ ସାଲ୍ୟୁଟ ଦେଇ ବିଦାୟ ଦେଇଥିଲା।

Share