୯ ବର୍ଷରେ ମଶା ନେଇଛି ୫୩ ମୁଣ୍ଡ : ଡେଙ୍ଗୁରେ ୨୬, ମ୍ୟାଲେରିଆରେ ୨୭ ମୃତ୍ୟୁ

ଅନୁଗୋଳ ଅଫିସ, ୧୮।୫ – ମଶା ନେଉଛି ମଣିଷ ଜୀବନ। ବିଶେଷକରି ଅନୁଗୋଳର ପାହାଡ଼ିଆ ତଥା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗରେ ଅଧିକ ଲୋକ ଆକ୍ରାନ୍ତ ହେଉଛନ୍ତି। ସଚେତନତା ଅଭାବରୁ ସେମାନେ ଏହି ମଶାଜନିତ ରୋଗର ଶିକାର ହେଉଥିବା ବେଳେ ଗତ ୯ ବର୍ଷରେ ୫୩ଜଣଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ଡେଙ୍ଗୁରେ ୨୬ଜଣଙ୍କ ଜୀବନ ଯାଇଥିବା ବେଳେ ମ୍ୟାଲେରିଆରେ ମରିଛନ୍ତି ୨୭ ରୋଗୀ।
ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୧ରେ ୧୦,୩୧୬ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ କେବଳ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି ୨୦୧୨ରେ ୭,୬୭୬ ରୋଗୀଙ୍କ ରକ୍ତରେ ମ୍ୟାଲେରିଆ ଥିବା ଚିହ୍ନଟ ହୋଇଥିଲା। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ପରବର୍ତ୍ତୀ ବର୍ଷ ଅର୍ଥାତ୍‌ ୨୦୧୩ରେ ୧୧,୫୩୩ ଜଣଙ୍କୁ ମ୍ୟାଲେରିଆ ହୋଇଥିବା ଜଣାପଡ଼ିଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୪ରେ ଏହି ରୋଗୀ ସଂଖ୍ୟା ଉଦ୍‌ବେଗଜନକ ଅବସ୍ଥାକୁ ଆସିଥିଲା। ଉକ୍ତ ବର୍ଷ ୨୭,୬୦୦ ଜଣ ମ୍ୟାଲେରିଆ ଭୂତାଣୁରେ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପର ବର୍ଷ ଅର୍ଥାତ୍‌ ୨୦୧୫ରେ ମ୍ୟାଲେରିଆ ରୋଗୀ ସଂଖ୍ୟା ରେକର୍ଡ ପରିମାଣର ବଢ଼ିଯାଇଥିଲା। ଏହି ବର୍ଷରେ ୨୯,୮୫୩ ଜଣଙ୍କଠାରେ ମ୍ୟାଲେରିଆ ଭୂତାଣୁ ଚିହ୍ନଟ ହୋଇଥିଲା। ଚିକିତ୍ସା ସତ୍ତ୍ୱେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୬ରେ ୧୭,୨୭୨ ଜଣଙ୍କ ଶରୀରରେ ମ୍ୟାଲେରିଆ ଭୂତାଣୁ ଦେଖାଦେଇଥିବାବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୭ରେ ୯,୮୫୪ ଜଣ ଏହି ରୋଗରେ ପୀଡ଼ିତ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୮ରେ ସ୍ବାସ୍ଥ୍ୟ ବିଭାଗକୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ମାତ୍ର ୬୪୭ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ହେଁ କାହାରି ମୃତ୍ୟୁ ହୋଇ ନ ଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ସେହିପରି ୨୦୧୯ରେ ଅଦ୍ୟାବଧି ୨୬ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କାହାରି ମୃତ୍ୟୁ ହୋଇ ନାହିଁ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।
ସେହିପରି ଡେଙ୍ଗୁ ସ୍ଥିତି ଜିଲାରେ ପୂର୍ବରୁ ସଙ୍ଗିନ ଥିଲେ ମଧ୍ୟ ଏଥିରେ ସାମାନ୍ୟ ରୋକ୍‌ ଲାଗିଛି। ୨୦୧୧ରେ ଡେଙ୍ଗୁ ୨୩ ଜଣଙ୍କ ପ୍ରାଣ ନେଲାପରେ ସ୍ବାସ୍ଥ୍ୟ ବିଭାଗ ଅଣନିଃଶ୍ୱାସୀ ହୋଇପଡ଼ିଥିଲା। ଏହାପର ବର୍ଷ କୌଣସି ଲୋକ ମୃତାହତ ହୋଇ ନ ଥିଲେ ମଧ୍ୟ କେତେଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। ୨୦୧୩ରେ ସ୍ବାସ୍ଥ୍ୟ ବିଭାଗକୁ ପୁଣି ଅଡ଼ୁଆରେ ପକାଇଥିଲା ଡେଙ୍ଗୁ। ଉକ୍ତ ବର୍ଷ ୩ ଜଣଙ୍କ ମୁଣ୍ଡ ଗଡ଼ିଥିଲା। ୨୦୧୪ରେ ୫୪ ଜଣ ଆକ୍ରାନ୍ତ ହୋଇଥିଲେ ହେଁ କାହାରି ମୃତ୍ୟୁ ହୋଇ ନ ଥିଲା। ୨୦୧୫ରେ ୫୬ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ୨୦୧୬ରେ ରୋଗୀ ସଂଖ୍ୟା ହ୍ରାସ ପାଇ ୪୫ ଓ ୨୦୧୭ରେ ୧୪କୁ ଖସିଆସିଥିଲା। ୨୦୧୮ରେ ସ୍ବାସ୍ଥ୍ୟ ବିଭାଗର ଖାମଖିଆଲି ନୀତି ଯୋଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଇ ୩୪ ହୋଇଯାଇଥିଲା।
ଏ ନେଇ ଜିଲା ମ୍ୟାଲେରିଆ ଓ ଡେଙ୍ଗୁ ଅଧିକାରୀ ଡାକ୍ତର ବିଶ୍ୱବିହାରୀ ମହାନ୍ତି କହିଛନ୍ତି, ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳରେ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ତେବେ ବିଗତ ବର୍ଷ ଅପେକ୍ଷା ସ୍ଥିତିରେ ସୁଧାର ଆସୁଛି। ଆଶାକର୍ମୀ, ସ୍ବାସ୍ଥ୍ୟ କର୍ମୀମାନଙ୍କୁ ମ୍ୟାଲେରିଆ ଓ ଡେଙ୍ଗୁ ରୋଗୀମାନଙ୍କ ପାଇଁ ସ୍ବତନ୍ତ୍ର କିଟ୍‌ ସହ ଔଷଧ ପ୍ରଦାନ କରାଯାଇଛି। ଏତଦ୍‌ବ୍ୟତୀତ ବିଭାଗ ପକ୍ଷରୁ ସବୁ ପ୍ରକାର ପ୍ରତିଷେଧକ ଏବଂ ନିରାକରଣ ବ୍ୟବସ୍ଥା ହାତକୁ ନିଆଯାଉଛି। ଆଗାମୀ ଦିନରେ ଏହି ରୋଗକୁ ନିପାତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଡାକ୍ତର ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri