Categories: ଜାତୀୟ

୯ ଦୃଷ୍ଟିବାଧିତ ତିଆରି କଲେ ୬୬ ଫୁଟ ଲମ୍ବ ଝୋଟ ବ୍ୟାଗ୍‌

କୋଇମ୍ବାଟୁର,୧।୯: କୌଣସି ଶାରୀରିକ ଅକ୍ଷମତା ଇଛା ଶକ୍ତି ଆଗରେ ହାର୍‌ ମାନିଥାଏ। ଏହା ଉଦାହରଣ ପାଲଟିଛନ୍ତି ତାମିଲ୍‌ନାଡୁ କୋଇମ୍ବାଟୁର ଜିଲାର ୯ ଜଣ ଦୃଷ୍ଟିବାଧିତ। ସେମାନେ ପ୍ଲାଷ୍ଟିକ ବ୍ୟବହାର ନ କରିବା ଲାଗି ସଚେତନତା ସୃଷ୍ଟି ଲାଗି ୬୬ ଫୁଟ ଲମ୍ବ ଏବଂ ୩୩ ଫୁଟ ଚୌଡ଼ା ଏକ ହ୍ୟାଣ୍ଡେଲ୍‌ ନ ଥିବା ଝୋଟ ବ୍ୟାଗ୍‌ ତିଆରି କରିଛନ୍ତି। ୫ ଘଣ୍ଟା ପରିଶ୍ରମ କରି ସେମାନେ ଏହା ତିଆରି କରିଛନ୍ତି। ଏହାକୁ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ଦେବାକୁ ପ୍ରୟାସ କରାଯାଉଥିବା କୁହାଯାଉଛି।

Share