୯ ଦିନ ପରେ ଘୋଷଯାତ୍ରା; ରଥ ପାଇଁ କାଠ ଅଭାବ

ଢେଙ୍କାନାଳ ଅଫିସ, ୨୪।୬:  ଶ୍ରୀ କଳାଠାକୁରଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉମାତ୍ର ୯ ଦିନ। ରଥ ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ବା କଥା। ହେଲେ କାଠ ଅଭାବ ଯୋଗୁ ଢେଙ୍କାନାଳରେ ରଥ ନିର୍ମାଣ ଧିମେଇଛି। ଅନ୍ୟ ଉପାୟ ନ ଥିବାରୁ ରଥ କାମରେ ବ୍ୟବହୃତ ହେଉଛି ପୁରୁଣା କାଠ ରଥ। ଏପରି ଅବ୍ୟବସ୍ଥାର ସମାଧାନ କରିବା ପରିବର୍ତ୍ତେ ଦେବୋତ୍ତର ଏବଂ ବନ ବିଭାଗ ଏବେ ପରସ୍ପର ଉପରକୁ ଆରୋପ ପ୍ରତ୍ୟାରୋପ ଲଗାଇବା ଆରମ୍ଭ କରିଛନ୍ତି, ଯାହା ଜଗନ୍ନାଥପ୍ରେମୀଙ୍କୁ କ୍ଷୁବ୍ଧ କରାଇଛି।
ରଥଯାତ୍ରାକୁ ହାତଗଣତି ଦିନ ବାକିଥିବାବେଳେ ସ୍ଥାନୀୟ ରଥଗଡ଼ାରେ ଆରମ୍ଭ ହୋଇଛି ୨ ରଥର ନିର୍ମାଣ କାର୍ଯ୍ୟ। ହେଲେ ଏଥିରେ ବାଧକ ସାଜିଛି କାଠ ଅଭାବ। ରଥଯାତ୍ରା ପ୍ରସ୍ତୁତି ବୈଠକରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଧଉରା, ଶାଳ କାଠ ଯୋଗାଇଦେବାକୁ ବନ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ତଦନୁଯାୟୀ କାଠ ଆସିନାହିଁ। ତେଣୁ କାମ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ଏପରି ସ୍ଥିତିରେ ପୁରୁଣା କାଠକୁ ଭରସା କରିଛି ଦେବୋତ୍ତର ବିଭାଗ। ଆସନ୍ତା ବର୍ଷ ଏହି ସମସ୍ୟା ଆହୁରି ଜଟିଳ ହୋଇଯିବା ଆଶଙ୍କା ରହିଛି।
ଚଳିତବର୍ଷ ରଥ ନିର୍ମାଣ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ବନ ବିଭାଗକୁ ୧୮୦ ଶିଫ୍ଟ ଶାଳ କାଠ, ୨୨୫ ଶିଫ୍ଟ ଧଉରା କାଠ ଯୋଗାଇ ଦେବାକୁ କୁହାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୧୧୦ ଶିଫ୍ଟ ଶାଳକାଠ ଏବଂ ୧୨୫ ଶିଫ୍ଟ ଧଉରା କାଠ ଆସିଛି। ଅଳ୍ପ କିଛି କାଠ ବାହାରୁ କିଣିବାକୁ ପଡିଛି। ପ୍ରତିବର୍ଷ ବନ ବିଭାଗ ପକ୍ଷରୁ କାଠ ଯୋଗାଣ ସମୟରେ ଏକ ମାମଲା ରୁଜୁ କରାଯାଇ ପ୍ରାୟ ଅଢ଼େଇ ହଜାର ଟଙ୍କା ଡିିପୋଜିଟ୍‌ କରିବା ପରେ ଆବଶ୍ୟକ କାଠ ମିଳୁଥିଲା। ଚଳିତ ବର୍ଷ ରୟାଲ୍‌ଟି ବାବଦରେ ଦେବୋତ୍ତର ବିଭାଗଠାରୁ ବନ ବିଭାଗ ୭୫ହଜାର ଟଙ୍କା ନେଇଥିବା ଚର୍ଚ୍ଚା ହେଉଛି। ପ୍ରସ୍ତୁତି ବୈଠକରେ ନିର୍ଦ୍ଧାରିତ ସମୟରେ କାଠ ଯୋଗାଣ ଏବଂ ରଥ ନିର୍ମାଣ କାର୍ଯ୍ୟ କରିବା ପାଇଁ ଜିଲାପାଳଙ୍କ ଉପସ୍ଥିତିରେ ଉଭୟ ବିଭାଗ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସମନ୍ବୟ ଅଭାବରୁ ଏଥିରେ ବ୍ୟତିକ୍ରମ ହୋଇଛି।
ଏ ସଂକ୍ରାନ୍ତରେ ରଥ ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବା ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ କୁହନ୍ତି, ବନ ବିଭାଗ ପ୍ରତିଶ୍ରୁତି ଅନୁଯାୟୀ କାଠ ଯୋଗାଣ କରିନାହିଁ। କିଛି ପରିମାଣର କାଠ ବାହାରୁ କିଣାଯାଇଛି। କାଠ ଅଭାବ ଥିବାରୁ ପୁରୁଣା କାଠ ବ୍ୟବହାର କରାଯାଇଛି। ପ୍ରଥମ ଥର ରୟାଲ୍‌ଟି ଦେଇ କାଠ ଅଣାଯାଇଛି। ଏ ସମ୍ପର୍କରେ ଦେବୋତ୍ତର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଏ ନେଇ ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ଜିତେନ୍ଦ୍ରନାଥ ଦାସ କୁହନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଆବଶ୍ୟକ କାଠ ଦେବା ଲାଗି ସମସ୍ତ ପ୍ରସ୍ତୁତି କରାଯାଇଛି। ଦେବୋତ୍ତର ବିଭାଗ କାଠ ଚିରି ପାରିବନି ବୋଲି କହୁଛି। ତେଣୁ ମହଜୁଦ୍‌ କାଠ ନେଉ ନ ଥିବା ସେ କହିଛନ୍ତି। ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଅନୁଯାୟୀ ଗଠିତ କମିଟି ସଦସ୍ୟ ଏବଂ ଅଧିକାରୀ ନିର୍ଦ୍ଧାରିତ ସମୟରେ ସମୀକ୍ଷା କରୁ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ସାଧାରଣରେ ଆଲୋଚନା ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri