୯ ଦିନରେ ୨.୭୦ କୋଟିରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

କଟକ ଅଫିସ, ୧୭।୪: କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଓଡ଼ିଶା ପୋଲିସ ପକ୍ଷରୁ ଶୁକ୍ରବାର ସ୍ପେଶାଲ ଡ୍ରାଇଭ୍‌ କରାଯାଇ ୯ ଦିନ ମଧ୍ୟରେ ୨.୭୦ କୋଟିରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ କରାଯାଇଛି। ମାତ୍ର ଏହି ଡ୍ରାଇଭ୍‌ର ନବମ ଦିନରେ ସାମାଜିକ ଦୂରତା ନିୟମ ଭଙ୍ଗ କରିଥିବା ୭୭୩ ଜଣଙ୍କ ୧ ଲକ୍ଷ ୫୨ ହଜାର ଟଙ୍କା ଓ ମାସ୍କ ପିନ୍ଧି ନଥିବା ୭, ୮୬୧ ଜଣଙ୍କଠାରୁ ୨୫ ଲକ୍ଷ ୬୫ ହଜାର ୦୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ରାଜ୍ୟରେ କରୋନା ନିୟମ ଉଲ୍ଲଂଘନକାରୀଙ୍କ ଉପରେ ରୋକ୍‌ ଲଗାଇବା ପାଇଁ ୧୩୬ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଏ ସମ୍ପର୍କରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି।