Posted inଫୁରସତ

୯୯୦ ଲକ୍ଷ ବର୍ଷ ତଳ ଡାଇନୋସର ପକ୍ଷୀର ଅବଶେଷାଂଶ ମିଳିଲା: ଓଜନ ୨ ଗ୍ରାମରୁ କମ୍‌

ବେଜିଂ,୧୩ା୩: ମିଆଁମାରରେ ବିଶ୍ୱର ସବୁଠୁ ଛୋଟ ଡାଇନୋସରର ଅବଶେଷାଂଶ ମିଳିଛି। ଏହା ଏକ ଆମ୍ବର(ପାରଦର୍ଶୀ ପଥର)ରେ ସୁରକ୍ଷିତ ଭାବେ ମିଳିଛି। ଗଛ କୋରଡ଼ରେ ମୁଣ୍ଡ କଟି ଏହାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାର ମୁଣ୍ଡର କିଛି ଅଂଶ ବର୍ତ୍ତମାନ ସୁରକ୍ଷିତ ରହିଛି। ଏହା ପ୍ରାୟ ୯୯୦ ଲକ୍ଷ ବର୍ଷ ପୁରୁଣା ବୋଲି କୁହାଯାଉଛି। ଗବେଷକମାନେ ଏହାର ନାଁ ‘ଅକ୍ୟୁଲୁଡେଣ୍ଟାଭିସ୍‌ ଖୋଙ୍ଗ୍ରେରାଏ’ ରଖାଯାଇଛି। ଏହି ଜୀବର ଓଜନ ବର୍ତ୍ତମାନ ୨ ଗ୍ରାମରୁ ବି କମ୍‌ ହେବ। ଏପରିକି ଏହାର ଓଜନ ହମିଂବାର୍ଡଠାରୁ ମଧ୍ୟ କମ୍‌ ଥିଲା। ଏହା ପରାଗକୋଣକୁ ଛାଡ଼ି କୀଟ-ପତଙ୍ଗକୁ ନିଜର ଶିକାର କରିଥାଏ।
ଏହାକୁ ଚିହ୍ନଟ କରିଥିବା ଗବେଷକ କୁହନ୍ତି, ଏହି ପକ୍ଷୀକୁ ଦେଖିଲେ ଲାଗୁଛି ଯେମିତି କାଲି ଏହାର ମୃତ୍ୟୁ ଘଟିଛି। ଏକ ଚତୁର୍ଥାଂଶ ଇଞ୍ଚ ଅବଶେଷର ଆକାର ଜାମୁକୋଳିଠାରୁ ମଧ୍ୟ ଛୋଟ। ଏହି ଆଧାରରେ ଗବେଷକମାନେ କମ୍ପ୍ୟୁଟର ସହିତ ଡାଇନୋସରର ସମ୍ପୂର୍ଣ୍ଣ ଗଠନ କରିଛନ୍ତି। ଅବଶିଷ୍ଟ ଅଂଶରେ ପ୍ରାୟ ୧୦୦ଟି ଦାନ୍ତ ରହିଛି। ଏହା ଦେଖିବାକୁ କରତ ସଦୃଶ।
ଚାଇନିଜ୍‌ ଏକାଡେମୀ ଅଫ୍‌ ସାଇନ୍ସର ଜୀବାଶ୍ମ ବୈଜ୍ଞାନିକ ଜିଙ୍ଗମା ଓକ୍‌ନୋର କହିଛନ୍ତି, ଏହା ବର୍ତ୍ତମାନ ଉଡ଼ିଯିବା ପରି ଦେଖାଯାଉଛି। ଏହା ପୂର୍ବରୁ ଏମିତି ପକ୍ଷୀ କେବେ ଦେଖି ନ ଥିଲି। ଏହି ପକ୍ଷୀର ଦାନ୍ତ ଥିବା ବେଳେ ଆଜିର ପକ୍ଷୀମାନଙ୍କର ଦାନ୍ତ ନାହିଁ। ଲସ୍‌ ଏଞ୍ଜେଲ୍‌ସ କାଉଣ୍ଟି ନ୍ୟାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ୍‌ର ଲାର୍ସ ସ୍ମିଜ୍‌ କୁହନ୍ତି, ଏହା ଏକ ବିରଳ ଏବଂ ଛୋଟ ପକ୍ଷୀ।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri