Categories: ଖେଳ

୯୮ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ କର୍ନଓ୍ବାଲ

କିଙ୍ଗ୍‌ଷ୍ଟନ (ଜାମାଇକା),୩୧।୮: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଅଫ୍‌ ସ୍ପିନିଂ ଅଲରାଉଣ୍ଡର ରଖିମ କର୍ନଓ୍ବାଲ ପଦାର୍ପଣ କରିଛନ୍ତି। ଏଥିସହ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସବୁଠୁ ଓଜନଦାର କ୍ରିକେଟର ହେବାର ରେକର୍ଡ ସୃଷ୍ଟି କରିଛନ୍ତି। ୬ ଫୁଟ୍‌ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ କ୍ରିକେଟରଙ୍କ ଓଜନ ୧୪୦ କିଲୋ। ସେ ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଓ୍ବାଓର୍‌ବିକ ଆର୍ମଷ୍ଟଙ୍ଗଙ୍କୁ ଅତିକ୍ରମ କରିଛନ୍ତି। ୧୯୦୨ରୁ ୧୯୨୧ ମଧ୍ୟରେ ୫୦ ଟେଷ୍ଟ ଖେଳିଥିବା ଆର୍ମଷ୍ଟଙ୍ଗଙ୍କ ଓଜନ ୧୩୩-୧୩୯ ଥିଲା। ସେ ୧୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ନେତୃତ୍ୱ ନେଇଥିଲେ। ୨୬ ବର୍ଷୀୟ କ୍ରିକେଟର  କର୍ନଓ୍ବାଲ ୫୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୨୬୦ ଉଇକେଟ ନେବା ସହ ୨,୨୨୪ ରନ୍‌ କରିବା ପରେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିବାକୁ ସୁଯୋଗ ପାଇଛନ୍ତି। ସେ ପ୍ରଥମ ଟେଷ୍ଟରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି। ସବିନା ପାର୍କଠାରେ ୨୭ ଓଭର ବୋଲିଂ କରି ଚେତେଶ୍ୱର ପୂଜାରାଙ୍କ ଉଇକେଟ ହାସଲ କରିଛନ୍ତି। ଏଥିସହିତ ଦୁଇ କ୍ୟାଚ୍‌ ନେଇ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲଙ୍କୁ ଆଉଟ୍‌ କରିବାରେ ଭୂମିକା ନେଇଛନ୍ତି। ଭାରତୀୟ ଦଳ ପ୍ରଥମ ଦିନ ଶେଷ ସୁଦ୍ଧା ୫ ଉଇକେଟ ହରାଇ ୨୬୪ ରନ୍‌ କରିଛି। ହନୁମା ବିିହାରୀ ୪୨ ଓ ରିଷଭ ପନ୍ତ ୨୭ ରନ୍‌ କରି ଅପରାଜିତ ଅଛନ୍ତି।

Share