୯୭ ବର୍ଷରେ ପାଦ ଦେଲେ ଟ୍ରାଜେଡି କିଙ୍ଗ୍‌ ଦିଲ୍ଲୀପ କୁମାର: ପାଇଛନ୍ତି ୮ଥର ଫିଲ୍ମ ଫେୟାର

ମୁମ୍ବାଇ: ଟ୍ରାଜେଡି କିଙ୍ଗ୍‌ ଦିଲ୍ଲୀପ କୁମାର ବୁଧବାର ୯୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୨୨ ଡିସେମ୍ବର ୧୧ରେ ସେ ପେଶଓ୍ବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ମହମ୍ମଦ୍‌ ୟୁସୁଫ ଖାଁ। ରାଜକପୁର, ଦେବାନନ୍ଦ ଏବଂ ଦିଲ୍ଲୀପ ବିଭାଜନ ସମୟରେ ପାକିସ୍ତାନରୁ ଭାରତ ଅସିଥିଲେ। ୧୯୬୬ ଅକ୍ଟୋବର ୧୧ରେ ସେ ୨୫ ବର୍ଷ ବୟସ୍କା ସାଏରା ବାନୋଙ୍କୁ ବିବାହ କରିଥିଲେ। ସେତେବେଳେ ଦିଲ୍ଲୀପଙ୍କୁ ୪୪ ବର୍ଷ ହୋଇଥିଲା। ତାଙ୍କ ବିବାହରେ ଦିଲ୍ଲୀପଙ୍କ ଘୋଡ଼ୀର ଲଗାମ ପୃଥିରାଜ କପୁର ଧରିଥିଲେ। ବରଯାତ୍ରୀଙ୍କ ମଧ୍ୟରେ ଦେବାନନ୍ଦ ଏବଂ ରାଜକପୁର ଡ୍ୟାନ୍ସ୍‌ କରିଥିଲେ। ଦିଲ୍ଲୀପ କୁମାର ଅନେକ ଫିଲ୍ମରେ ଅଭିନୟ କରି ବଲିଉଡ୍‌ରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ୮ ଥର ଫିଲ୍ମ ଫେୟାର ଆଓ୍ବାର୍ଡ ହାସଲ କରିଥିବା ସେ ହେଉଛନ୍ତି ପ୍ରଥମ ଅଭିନେତା। କିଙ୍ଗ୍‌ ଖାଁ ଶାହାରୁଖ୍‌ ଇତିମଧ୍ୟରେ ୮ଥର ଫିଲ୍ମ ଫେୟାର ଆଓ୍ବାର୍ଡ ହାସଲ କରି ଦିଲ୍ଲୀପଙ୍କ ସମକ୍ଷକ ହୋଇ ପାରିଛନ୍ତି। ଦିଲ୍ଲୀପ ଶାହରୁଖ୍‌ଙ୍କୁ ନିଜ ପୁଅ ଭଳି ମନେ କରନ୍ତି।

Share