Posted inଫୁରସତ

୯୨ ଯାତ୍ରୀଙ୍କୁ ନେଇ ଉଡିଥିବା ବିମାନ ୩୭ ବର୍ଷ ପରେ କରିଥିଲା ଅବତରଣ

କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। କିନ୍ତୁ ୯୨ ଯାତ୍ରୀଙ୍କୁ ନେଇ ଉଡିଥିବା ଏକ ବିମାନ ପ୍ରାୟ ୩୭ ବର୍ଷ ପରେ ଅବତରଣ କରିଥିବା କୁହାଯାଏ। ସାଣ୍ଟିଆଗୋ ଏୟାର ଲାଇନ୍ସର ୫୧୩ ନମ୍ବର ବିମାନ ପଶ୍ଚିମ ଜର୍ମାନୀର ଆକେନ ଏୟାରପୋର୍ଟରୁ ଉଡାଣ ଆରମ୍ଭ କରିଥିବା ବେଳେ ଏହା ଲ୍ୟାଣ୍ଡିଂ କରିଥିବା କେହି ଦେଖି ନ ଥିବା କୁହାଯାଏ। ୪ ସେପ୍ଟେମ୍ବର ୧୯୫୪ରେ ଉକ୍ତ ବିମାନଟି ବ୍ରାଜିଲର ର୍ପୋଟୋ ଆଲିଗ୍ରି ବିମାନ ବନ୍ଦରରେ ଅବତରଣ କରିବାର ଥିଲା। ହେଲେ ଏହା ହୋଇ ନ ଥିଲା। ଉଡିବାର କିଛି ସମୟ ପରେ ଏହା ନିଖୋଜ ହୋଇଯାଇଥିଲା। ହେଲେ ଏହାର ଭଗ୍ନାବଶେଷ ବି କେଉଁଠି ମିଳିପାରି ନ ଥିଲା। କୁହାଗଲା ଆଟଲାଣ୍ଟିକ ମହାସାଗରେ ଏହା ବୋଧହୁଏ ଦୁର୍ଘଟଣା ଗ୍ରସ୍ତ ହୋଇଛି। ହେଲେ ଏହାର ସତ୍ୟାସତ୍ୟ ମଧ୍ୟ ଜଣାପଡି ନ ଥିବା କୁହାଯାଏ। ତେବେ ବିମାନଟି ଉଡିବାର ପ୍ରାୟ ୩୭ ବର୍ଷ ପରେ ର୍ପୋଟୋ ଆଲିଗ୍ରି ବିମାନ ବନ୍ଦରରେ ଏକ ଗୋଟିଏ ବିମାନ କୌଣସି ସୂଚନା ନ ଥାଇ ଅବତରଣ କରିବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ବିମାନ ବନ୍ଦରର କର୍ମଚାରୀ ରନ୍‌ ଓ୍ବେକୁ ଖାଲି କରିଦେଇଥିଲେ। ବିମାନଟି ଅବତରଣ କରିବା ପରେ ଏହା ସାଣ୍ଟିଆଗୋ ଏୟାର ଲାଇନ୍ସର ବିମାନ ବୋଲି ଜଣାପଡିଥିଲା। ଯେଉଁ ବିମାନଟି ନିଖୋଜ ଥିଲା ଉକ୍ତ କମ୍ପାନୀର ବିମାନ ଉଡିବାର ୨ ବର୍ଷ ପରେ ଅର୍ଥାତ୍‌ ୧୯୫୪ରେ ବନ୍ଦ କରି ଦିଆଯାଇଥିଲା। ତେଣୁ ନିଖୋଜ ହେବାର ଦୀର୍ଘ ୩୭ ବର୍ଷ ପରେ ପୁଣି ବିମାନଟିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ କେହି କିଛି ବୁଝିବା ପୂର୍ବରୁ ବିମାନଟି ପୁଣିଥରେ ଉଡିଯାଇଥିଲା ଓ ସେ କେଉଁଆଡେ ଯାଇଥିଲା ତା’ର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ନ ଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri