Posted inଫୁରସତ

୯୨ ଯାତ୍ରୀଙ୍କୁ ନେଇ ଉଡିଥିବା ବିମାନ ୩୭ ବର୍ଷ ପରେ କରିଥିଲା ଅବତରଣ

କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। କିନ୍ତୁ ୯୨ ଯାତ୍ରୀଙ୍କୁ ନେଇ ଉଡିଥିବା ଏକ ବିମାନ ପ୍ରାୟ ୩୭ ବର୍ଷ ପରେ ଅବତରଣ କରିଥିବା କୁହାଯାଏ। ସାଣ୍ଟିଆଗୋ ଏୟାର ଲାଇନ୍ସର ୫୧୩ ନମ୍ବର ବିମାନ ପଶ୍ଚିମ ଜର୍ମାନୀର ଆକେନ ଏୟାରପୋର୍ଟରୁ ଉଡାଣ ଆରମ୍ଭ କରିଥିବା ବେଳେ ଏହା ଲ୍ୟାଣ୍ଡିଂ କରିଥିବା କେହି ଦେଖି ନ ଥିବା କୁହାଯାଏ। ୪ ସେପ୍ଟେମ୍ବର ୧୯୫୪ରେ ଉକ୍ତ ବିମାନଟି ବ୍ରାଜିଲର ର୍ପୋଟୋ ଆଲିଗ୍ରି ବିମାନ ବନ୍ଦରରେ ଅବତରଣ କରିବାର ଥିଲା। ହେଲେ ଏହା ହୋଇ ନ ଥିଲା। ଉଡିବାର କିଛି ସମୟ ପରେ ଏହା ନିଖୋଜ ହୋଇଯାଇଥିଲା। ହେଲେ ଏହାର ଭଗ୍ନାବଶେଷ ବି କେଉଁଠି ମିଳିପାରି ନ ଥିଲା। କୁହାଗଲା ଆଟଲାଣ୍ଟିକ ମହାସାଗରେ ଏହା ବୋଧହୁଏ ଦୁର୍ଘଟଣା ଗ୍ରସ୍ତ ହୋଇଛି। ହେଲେ ଏହାର ସତ୍ୟାସତ୍ୟ ମଧ୍ୟ ଜଣାପଡି ନ ଥିବା କୁହାଯାଏ। ତେବେ ବିମାନଟି ଉଡିବାର ପ୍ରାୟ ୩୭ ବର୍ଷ ପରେ ର୍ପୋଟୋ ଆଲିଗ୍ରି ବିମାନ ବନ୍ଦରରେ ଏକ ଗୋଟିଏ ବିମାନ କୌଣସି ସୂଚନା ନ ଥାଇ ଅବତରଣ କରିବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ବିମାନ ବନ୍ଦରର କର୍ମଚାରୀ ରନ୍‌ ଓ୍ବେକୁ ଖାଲି କରିଦେଇଥିଲେ। ବିମାନଟି ଅବତରଣ କରିବା ପରେ ଏହା ସାଣ୍ଟିଆଗୋ ଏୟାର ଲାଇନ୍ସର ବିମାନ ବୋଲି ଜଣାପଡିଥିଲା। ଯେଉଁ ବିମାନଟି ନିଖୋଜ ଥିଲା ଉକ୍ତ କମ୍ପାନୀର ବିମାନ ଉଡିବାର ୨ ବର୍ଷ ପରେ ଅର୍ଥାତ୍‌ ୧୯୫୪ରେ ବନ୍ଦ କରି ଦିଆଯାଇଥିଲା। ତେଣୁ ନିଖୋଜ ହେବାର ଦୀର୍ଘ ୩୭ ବର୍ଷ ପରେ ପୁଣି ବିମାନଟିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ କେହି କିଛି ବୁଝିବା ପୂର୍ବରୁ ବିମାନଟି ପୁଣିଥରେ ଉଡିଯାଇଥିଲା ଓ ସେ କେଉଁଆଡେ ଯାଇଥିଲା ତା’ର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ନ ଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ,, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

କ’ଣ ମୋଦିଙ୍କ ଗୋଟିଏ କଥାରେ ବିଦେଶ ଯିବା ବନ୍ଦ କରିଦେଲେ ଭାରତୀୟ? ଚମକାଇ ଦେବ RBIର ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଅପିଲର ପ୍ରଭାବ ଭାରତୀୟମାନଙ୍କ ବିଦେଶ ଯାତ୍ରା ଧାରାରେ ପ୍ରକାଶ ପାଇବା ଆରମ୍ଭ କରିଛି କି? ଭାରତୀୟ ରିଜର୍ଭ…

ଭବିଷ୍ୟତରେ ବିଚାରପତି ହେବି: ଅନ୍ବେଷା

କୁଆଁରମୁଣ୍ଡା,୨୪।୫(ମହେନ୍ଦ୍ର କୁମାର ସାହୁ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +୨ ପରୀକ୍ଷା ଫଳରେ ୯୬.୮୩ ପ୍ରତିଶତ ନମ୍ବର ରଖିଥିବା ସୁନ୍ଦରଗଡ଼ ଜିଲାର ଝିଅ ଅନ୍ବେଷା ପରିଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri