Categories: ଜାତୀୟ

୯ରେ ପିଟିବି ଉଦ୍‌ଘାଟନ କରିବେ ମୋଦି:ପାକ୍‌ରେ ପହଞ୍ଚତ୍ଲେ ୧୧୦୦ ଭାରତୀୟ ଶିଖ୍‌

ନୂଆଦିଲ୍ଲୀ,୧।୧୧(ପି.ଟି.):ଭାରତ-ପାକ୍‌ ସୀମାର ଉଭୟ ପାର୍ଶ୍ୱରେ ଦୁଇ ଐତିହାସିକ ଗୁରୁଦ୍ୱାରକୁ ସଂଯୋଗ କରୁଥିବା କର୍‌ତାରପୁର କରିଡରର ଆନୁଷ୍ଠାନିକ ଉଦ୍‌ଘାଟନ ଅବସରରେ ପଞ୍ଜାବର ଡେରା ବାବା ନାନକଠାରେ ଅତ୍ୟାଧୁନିକ ଯାତ୍ରୀ ଟର୍ମିନାଲ ବିଲ୍ଡିଂ (ପିଟିବି)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୯ରେ ଉଦ୍‌ଘାଟନ କରିବେ। ଉଦ୍‌ଘାଟନ ପରେ ମୋଦି ଏକ ସାଧାରଣ ସଭାକୁ ଉଦ୍‌ବୋଧନ ଦେବେ। ପରେ ସେ ସୁଲତାନପୁର ଲୋଧି ଯାଇ ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ। କର୍‌ତାରପୁର କରିଡର ପଞ୍ଜାବ ଗୁର୍‌ଦାସପୁରର ଡେରାବାବା ନାନକଙ୍କ ପୀଠକୁ ଅନ୍ତର୍ଜାତୀୟ ସୀମାଠାରୁ ୪ କି.ମି ଦୂରରେ ନରୋଓ୍ବାଲ ଜିଲାର ଶାକରଗଡ଼ରେ ଥିବା ଦର୍‌ବାର ସାହିବ ଗୁରୁଦ୍ୱାର ସହ ସଂଯୋଗ କରୁଛି। ରାବି ନଦୀକୂଳରେ ଅବସ୍ଥିତ ଉକ୍ତ ଗୁରୁଦ୍ୱାରରେ ନାନକ ଦେବ ୧୮ ବର୍ଷ ବିତାଇଥିଲେ।

ଗୁରୁ ନାନକଙ୍କ ୫୫୦ତମ ଜନ୍ମବାର୍ଷିକୀ ପାଳନ ଲାଗି ଗୁରୁବାର ଭାରତରୁ ପ୍ରଥମ ବ୍ୟାଚ୍‌ରେ ୧୧୦୦ ଶିଖ୍‌ ଯାଇ ପାକିସ୍ତାନରେ ପହଞ୍ଚତ୍ଛନ୍ତି। ନଭେମ୍ବର ୯ରେ କର୍‌ତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ସେମାନେ ସାମିଲ ହେବେ ବୋଲି ଇଭାକ୍ୟୁ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ (ଇଟିପିବି) ମୁଖପାତ୍ର ଅମିର ହାଶମି କହିଛନ୍ତି। ଓ୍ବାଘା ସୀମା ଅତିକ୍ରମ କରି ପାକିସ୍ତାନ ଯାଇଥିବା ଏହି ତୀର୍ଥଯାତ୍ରୀମାନେ ସାଙ୍ଗରେ ସୁବର୍ଣ୍ଣ ପାଲିଙ୍କି ନେଇଛନ୍ତି। ନଗର କୀର୍ତ୍ତନରେ ଯାଇଥିବା ଏହି ତୀର୍ଥଯାତ୍ରୀ ଦଳଙ୍କୁ ପଞ୍ଜାବ ରାଜ୍ୟପାଳ ଚୌଧରୀ ସରଓ୍ବାର, ଇବିପିବି ଅଧ୍ୟକ୍ଷ ଅମର ଅହମ୍ମଦ ଏବଂ ପାକିସ୍ତାନ ଗୁରୁଦ୍ୱାର ଶିଖ୍‌ ପ୍ରବନ୍ଧିକ କମିଟି ଅଧ୍ୟକ୍ଷ ସତଓ୍ବନ୍ତ ସିଂ ଓ୍ବାଘା ସୀମାରେ ସ୍ବାଗତ କରିଥିଲେ। ନାନକାନା ସାହିବ୍‌ଠାରେ ବାବା ଗୁରୁ ନାନକଙ୍କର ୫୫୦ତମ ଜନ୍ମବାର୍ଷିକୀ ପାଳନ କରାଯିବ।

Share