Posted inଜାତୀୟ

୯ରେ କର୍‌ତାରପୁର କରିଡର ଉଦ୍‌ଘାଟନ

ଲାହୋର,୨୧ା୧୦(ପି.ଟି.): ବହୁପ୍ରତୀକ୍ଷିତ କର୍‌ତାରପୁର କରିଡର ଉଦ୍‌ଘାଟନ ନଭେମ୍ବର ୯ରେ ହେବ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ରବିବାର ଘୋଷଣା କରିଛନ୍ତି। ଏହି ପ୍ରସ୍ତାବିତ କରିଡର କର୍‌ତାରପୁରର ଦର୍‌ବାର ସାହିବ ସହ ପଞ୍ଜାବ ଗୁର୍‌ଦାସପୁରର ଡେରା ବାବା ନାନକ ପୀଠକୁ ସଂଯୋଗ କରିବ ଏବଂ ଭାରତୀୟ ତୀର୍ଥଯାତ୍ରୀଙ୍କୁ ଭିଜାମୁକ୍ତ ଭ୍ରମଣ ସୁଯୋଗ ମିଳିବ। ଗୁରୁ ନାନକ ଦେବଙ୍କ ଦ୍ୱାରା ୧୫୨୨ରେ କର୍‌ତାରପୁର ସାହିବ ସ୍ଥାପନ କରାଯାଇଥିଲା। ଭାରତୀୟ ସୀମାଠାରୁ ଦରବାର ସହିବ ଗୁରୁଦ୍ୱାରା ପର୍ଯ୍ୟନ୍ତ କରିଡର ପାକିସ୍ତାନ ନିର୍ମାଣ କରୁଛି। ସେହିପରି ସୀମା ଏପଟୁ ଡେରା ବାବା ନାନକଙ୍କ ପୀଠ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଭାରତ କରିବ। କରିଡର ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଥିଲାବେଳେ ୯ରେ ଉଦ୍‌ଘାଟନ ହେବ ଏବଂ ସାରା ବିଶ୍ୱର ଶିଖ୍‌ମାନଙ୍କୁ ବିଶ୍ୱର ସର୍ବବୃହତ ଗୁରୁଦ୍ୱାରା ଦର୍ଶନର ସୁଯୋଗ ମିଳିବ ବୋଲି ଇମ୍ରାନ ଫେସ୍‌ବୁକ୍‌ ପୋଷ୍ଟରେ କହିଛନ୍ତି। ନଭେମ୍ବର ୧୨ରେ ଶିଖ୍‌ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମବାର୍ଷିକୀ ପାଳନ ହେବ।
କରିଡର ଉଦ୍‌ଘାଟନ ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଯୋଗଦେବେ ନାହିଁ। ସେ ସେଠାକୁ ଜଣେ ସାଧାରଣ ତୀର୍ଥଯାତ୍ରୀ ଭାବେ ଯିବେ ବୋଲି ଜଣାପଡିଛି। ଉଦ୍‌ଘାଟନ ଉତ୍ସବରେ ଯୋଗଦେବା ପାଇଁ ମନମୋହନ ପାକିସ୍ତାନର ନିମନ୍ତ୍ରଣକୁ ଗ୍ରହଣ କରିଥିବା ଏହାର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶି ଶନିବାର କହିଥିଲେ। ସ୍ବତନ୍ତ୍ର ଅତିଥି ନୁହନ୍ତି, ଜଣେ ସାଧାରଣ ବ୍ୟକ୍ତି ଭାବେ ମନମୋହନ ନଭେମ୍ବର ୯ ଉଦ୍‌ଘାଟନ ଉତ୍ସବରେ ଯୋଗଦେବେ ବୋଲି କୁରେଶି ମୁଲ୍‌ତାନଠାରେ କହିଥିଲେ। ତେବେ ଉଦ୍‌ଘାଟନ ଉତ୍ସବରେ ମନମୋହନ ଯୋଗଦେଉ ନ ଥିବା ରବିବାର ତାଙ୍କ ଘନିଷ୍ଠ ସୂତ୍ରରୁ ସୂଚନା ଦିଆଯାଇଛି। ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନେତୃତ୍ୱରେ ଯିବାକୁ ଥିବା ଶିଖ୍‌ ପ୍ରତିନିଧି ଦଳରେ ସାମିଲ ହେବେ। କର୍‌ତାରପୁର ଯିବା ଲାଗି ରବିବାରଠାରୁ ତୀର୍ଥଯାତ୍ରୀଙ୍କ ଅନ୍‌ଲାଇନ ରେଜିଷ୍ଟ୍ରେଶନ ଆରମ୍ଭ ହେବାକୁ ଥିଲା। ତେବେ କେତେକ ପ୍ରସଙ୍ଗରେ ଦୁଇ ଦେଶ ସହମତି ହୋଇ ନ ଥିବାରୁ ପଞ୍ଜୀକରଣ ଆରମ୍ଭ ହୋଇପାରି ନାହିଁ। ମୁଖ୍ୟତଃ ପ୍ରତି ତୀର୍ଥଯାତ୍ରୀଙ୍କ ଉପରେ ଇସ୍‌ଲାମାବାଦ ୨୦ ଡଲାର ସେବା ଟିକସ ଧାର୍ଯ୍ୟ କରିଥିବାରୁ ଏହାକୁ ନୂଆଦିଲ୍ଲୀ ବିରୋଧ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri