୮.୫ ଟ୍ରିଲିୟନ ଡଲାର କ୍ଷତି ସହିବ ବିଶ୍ୱ

ନୂଆଦିଲ୍ଲୀ,୭।୬: କରୋନା ମହାମାରୀ ଲାଗି ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ଆଗାମୀ ୨ ବର୍ଷରେ ବିଶ୍ୱ ଅର୍ଥ ବ୍ୟବସ୍ଥା ପ୍ରାୟ ୮.୫ ଟ୍ରିଲିୟନ ଡଲାର କ୍ଷତି ସହିବ ବୋଲି ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗ ରିପୋର୍ଟ ପ୍ରକାଶ କରିଛି। କୋଭିଡ୍‌-୧୯ ଯୋଗୁ ୩୪ ନିୟୁତ ଲୋକ ଉତ୍କଟ ଦାରିଦ୍ର୍ୟକୁ ଠେଲି ହୋଇଯିବେ। ବର୍ତ୍ତମାନ କରୋନାରେ ୬.୬ ନିୟୁତ ଲୋକ ଆକ୍ରାନ୍ତ ହୋଇଛନ୍ତି। ୩.୯ ଲକ୍ଷ ଲୋକଙ୍କ ଜୀବନ ଏହାଦ୍ୱାରା ଚାଲିଯାଇଛି। ସମସ୍ୟାରୁ ବାହାରକୁ ବାହାରିବା ଲାଗି ଅର୍ଥ ବ୍ୟବସ୍ଥାଗୁଡିକ ଉଦ୍ୟମ ଜାରି ରଖିଛନ୍ତି। କେଉଁ କ୍ଷେତ୍ରକୁ କ୍ଷତି କ’ଣ ରହିଛି ସେ ଉପରେ ନଜର ପକାଇଲେ…

ତୈଳ କ୍ଷେତ୍ର
କରୋନା ଯୋଗୁ ବିଶ୍ୱର ଦୁଇ ତୃତୀୟାଂଶ ସ୍ଥାନ ତାଲାବନ୍ଦ ହୋଇଗଲା। ସବୁ କାମ ଠପ୍‌ ହୋଇଯିବା ଯୋଗୁ ତେଲ ଚାହିଦା ଉପରେ ଏହାର ପ୍ରଭାବ ପଡିଛି। ଅଶୋଧିତ ତେଲ ଉତ୍ପାଦନ ଦୈନିକ ଉତ୍ପାଦନ ୩୦ ନିୟୁତ ବ୍ୟାରେଲ ହ୍ରାସ ଘଟିଛି। ଏପ୍ରିଲ ୨୦୨୦ରେ ଆମେରିକାର ଅଶୋଧିତ ତେଳ ଦର ଐତିହାସିକ ନିମ୍ନ ସ୍ତରକୁ ଖସିଛି। ଏହି ସମୟରେ ବ୍ୟାରେଲ ପିଛା ଦର ଋଣାତ୍ମକ ୩୭ ଡଲାରକୁ ଖସିଥିଲା। ଲକ୍‌ଡାଉନ ଉଠିବା ପରେ ଏହି ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଚାହିଦା ପୂର୍ବ ସ୍ଥିତିକୁ ଫେରିନାହିଁ। ଚଳିତ ବର୍ଷ ଶେଷ ସୁଦ୍ଧା ତେଲ ଦର ବ୍ୟାରେଲ ପିଛା ୪୦ ଡଲାର ଛୁଇଁପାରେ। ଲକ୍‌ଡାଉନ ନ ବଢିଲେ ସ୍ଥିତିରେ ଉନ୍ନତି ଆସିବ।

ଅଟୋମୋବାଇଲ
କରୋନା ମହାମାରୀ ବିଶ୍ୱର ଅଟୋମୋବାଇଲ ବଜାରକୁ ପୂରା କ୍ଷତିଗ୍ରସ୍ତ କରିଛି। ପୂର୍ବରୁ ଏଭଳି କେବେ ଦେଖାଯାଇ ନ ଥିଲା। ୨୦୨୦ରେ ସାରା ବିଶ୍ୱର ଅଟୋମୋବାଇଲ ବଜାରର ବିକ୍ରି ୨୦% ଖସିବ। ଭାରତରେ ମଧ୍ୟ କମ୍ପାନୀଗୁଡିକ ଗତ ୨ ମାସ ହେବ ପୂରା କ୍ଷତି ସହି ଆସୁଛନ୍ତି। ମାନୁଫାକଚରିଂ ୟୁନିଟକୁ ପୂରା କ୍ଷମତାରେ ଚଳାଇବା ଲାଗି ସମୟ ଲାଗିବ।

ବିମାନ ଚଳାଚଳ
କରୋନା ନ ବ୍ୟାପିବା ଲାଗି ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଥିଲା। ଏପ୍ରିଲ ମାସରେ ପାସେଞ୍ଜର ଟ୍ରାଫିକ ୯୪% ଖସିଛି। ବିଭିନ୍ନ ରିହାତି ପ୍ୟାକେଜ ଦେବା ଲାଗି ସାରା ବିଶ୍ୱରେ ବିମାନ କମ୍ପାନୀଗୁଡିକ ଦାବି ଉଠାଉଛନ୍ତି। ପ୍ରମୁଖ ବିମାନ ପ୍ରସ୍ତୁତକାରୀ କମ୍ପାନୀ ବୋଇଂ, ଏୟାରବସ୍‌ ଭଳି କମ୍ପାନୀଗୁଡିକର ଚାପ ଏବେ ବଢ଼ିଯାଇଛି। ଯଦି କୌଣସି ସରକାରୀ ସହାୟତା ନ ମିଳେ ତେବେ ସମସ୍ୟା ବଢ଼ିଯିବ ବୋଲି କମ୍ପାନୀଗୁଡିକ କହିଛନ୍ତି। ବିଭିନ୍ନ ଦେଶରେ ଘରୋଇ ଉଡାଣକୁ ବର୍ତ୍ତମାନ ଅନୁମତି ମିଳିଛି। ଜୁନ୍‌ ମଧ୍ୟଭାଗ କିମ୍ବା ଆଗକୁ ଆଉ କିଛିଦିନ ପରେ ଅନ୍ତର୍ଜାତୀୟ ଉଡ଼ାଣକୁ ଅନୁମତି ମିଳିପାରେ। ମାତ୍ର ଲୋକଙ୍କ ମନରେ ଭୟ ରହିଥିବାରୁ ଏହି କ୍ଷେତ୍ରରେ ଚାପରେ ରହିବ ବୋଲି ଜଣାପଡିଛି।

ପର୍ଯ୍ୟଟନ
ଚଳିତ ବର୍ଷ ଅନ୍ତର୍ଜାତୀୟ ପର୍ଯ୍ୟଟନ କାର୍ଯ୍ୟକଳାପ ୬୦ରୁ ୮୦% ହ୍ରାସ ହେବ। ଏହି କ୍ଷେତ୍ରକୁ ୧ ଲକ୍ଷ କୋଟି ଡଲାର କ୍ଷତି ସହିବାକୁ ପଡିବ ବୋଲି ଆକଳନ କରାଯାଇଛି। ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରୁଥିବା ଦେଶଗୁଡିକ ଏହାଦ୍ୱାରା ଗଭୀର କ୍ଷତି ସହିଛନ୍ତି। ଏହି ସ୍ଥିତି ଶୀଘ୍ର ଠିକ୍‌ ହେବ ବୋଲି କହିହେବ ନାହିଁ। ଏହି କ୍ଷେତ୍ରରେ ୧୦୦ ନିୟୁତ ନିଯୁକ୍ତି ଉପରେ ବର୍ତ୍ତମାନ କଳାବାଦଲ ରହିଛି।

ବିଳାସପୂର୍ଣ୍ଣ ସାମଗ୍ରୀ
ଗତ ୨ମାସରେ ବିଳାସପୂର୍ଣ୍ଣ ସାମଗ୍ରୀ ବିକ୍ରି ୮୦% ଖସିଛି। ଇ-କମର୍ସ ପ୍ଲାଟ୍‌ଫର୍ମଗୁଡିକ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ିଦେଲେ ଅନ୍ୟ ସାମଗ୍ରୀ ପହଞ୍ଚାଇବାକୁ ସକ୍ଷମ ହୋଇ ନ ଥିବାରୁ ବିଭିନ୍ନ ସମସ୍ୟା ଉପୁଜିଛି। ବିଶ୍ୱର ୪୦% ଲକ୍‌ଜରି ଗୁଡ୍‌ସ ପ୍ରାୟ ଇଟାଲୀରେ ପ୍ରସ୍ତୁତ ହୋଇଥାଏ। ବର୍ତ୍ତମାନ ଏହି ଦେଶର କରୋନା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। ଫ୍ୟାଶନ ବ୍ରାଣ୍ଡଗୁଡିକ ସେମାନଙ୍କ ମାନୁଫାକଚରିଂ କାର୍ଯ୍ୟକଳାପ ଠିକ୍‌ କରିପାରି ନାହାନ୍ତି। ବିଭିନ୍ନ ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଟ୍ରାକ୍‌କୁ ଫେରୁଥିବା ବେଳେ ସ୍ଥିତି କେବେ ସମ୍ପୂର୍ଣ୍ଣ ସୁଧୁରିବ ସେ ନେଇ କହିହେବ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲର ବଡ଼ ଦାବି: ହିଜବୁଲ୍ଲା ମୁଖ୍ୟଙ୍କ ଘନିଷ୍ଠ ସହଯୋଗୀ ନିହତ

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ଆମେରିକା-ଇରାନ ଯୁଦ୍ଧରେ ମଧ୍ୟସ୍ଥତା କରିବା ପରେ ଏତେ ବଡ଼ ପୁରସ୍କାର ମାଗିଦେଲା ପାକିସ୍ତାନ, ସାରା ବିଶ୍ୱ ଚକିତ

ଇସଲାମାବାଦ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତିରେ ସାମିଲ ହେବାରେ ପାକିସ୍ତାନ ଅତ୍ୟନ୍ତ ଖୁସି। ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ଏହି ସଙ୍କଟକୁ ଏଡାଇବାରେ ଇସଲାମାବାଦ…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଆମେରିକା-ଇରାନ ମଧ୍ୟରେ କିପରି ଯୁଦ୍ଧବିରତି କରାଇଲା ଚାଇନା, ସାମ୍ନାକୁ ଆସିଲା ସେହି ୨୬ ଫୋନ କଲ୍‌ର ରହସ୍ୟ

ବେଜିଂ,୯।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିବା ପାଇଁ ନିଜକୁ ପିଠି ଥାପୁଡ଼ାଉଛି, କିନ୍ତୁ ଏହାକୁ ହାସଲ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri