୮ ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ: ୨ ଗିରଫ

ଭଦ୍ରକଅଫିସ,୩୧ା୫: ରବିବାର ସକାଳୁ ଚରମ୍ପା ଓଭରବ୍ରିଜ ନିକଟରୁ ୮୧ ଗ୍ରାମ୍‌ ବ୍ରାଉନ ସୁଗାର ଜବତ ସହ ଦୁଇ ଜଣଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍‌ ।
ସୂଚନାନୁଯାୟୀ, ଧଳା ଜହର କାରବାର ଭଦ୍ରକ ଜିଲାରେ ବ୍ୟାପକ ମାତ୍ରା ଚାଲିଛି । ଏହାକୁ ନଜରରେ ରଖି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍‌ ସମ୍ପୂର୍ଣ୍ଣ ବ୍ରାଉନ ସୁଗାର ବେପାରୀଙ୍କ ଉପରେ ନଜର ରଖିଥିଲା। ଫଳରେ ଆଜି ଧରିବାରେ ସଫଳ ହୋଇଛି। ଦୁଇ ଅଭିଯୁକ୍ତ ଏକ ବାଇକ୍‌ ଯୋଗେ ବ୍ରାଉନ ସୁଗାର ନେଇ ଯାଉଥିବା ବେଳେ ଚରମ୍ପା ଓଭର ବ୍ରିଜ୍‌ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଧରି ସେମାନଙ୍କ ନିକଟରୁ ୮୧ ଗ୍ରାମ ବ୍ରାଉନ୍‌ ସୁଗାର ସହ ବାଇକ ଜବତ କରିଛି। ଜବତ ହୋଇଥିବା ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୮ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି । ଗିରଫ ଦୁଇ ଜଣ ଦୋଳସାହି ଅଞ୍ଚଳର ବୋଲି ଜଣାପଡ଼ିଛି । ଏହି ଦୁଇଜଣ ଜଳେଶ୍ୱରରୁ ବ୍ରାଉନସୁଗାର ଆଣି ଭଦ୍ରକ ଓ ଯାଜପୁର ଜିଲାରେ ବ୍ୟବସାୟ କରୁଥିଲେ। ଲକ୍‌ଡାଉନ୍‌ ବେଳେ ମଦ ଦୋକାନ ବନ୍ଦ ଥିବାରୁ ଏମାନେ ଅଧିକ ସକ୍ରିୟ ହୋଇଥିଲେ ବୋଲି କେନ୍ଦ୍ରାଞ୍ଚଳ ଗୋଇନ୍ଦା ଅବକାରୀ ନିରୀକ୍ଷକ ଜଗଦୀଶ ଚନ୍ଦ୍ର ସାମଲ ସୂଚନା ଦେଇଛନ୍ତି।