ନୂଆଦିଲ୍ଲୀ,୧୪।୪: କୋଭିଡ୍-୧୯ ଲାଗି ସାରା ବିଶ୍ୱକୁ ଏବେ ଲକ୍ଡାଉନ ଘୋଷଣା କରାଯାଇଛି। କେତେକ ରାଷ୍ଟ୍ର ଏହାକୁ କଡ଼ାକଡ଼ି କରିଥିବା ବେଳେ ଆଉ କିଛି ରାଷ୍ଟ୍ର ନୂଆ କରି ଏହାକୁ ଲାଗୁ କରାଉଛନ୍ତି। ଭାରତ ଗତ ୨୫ ତାରିଖଠାରୁ ଲକ୍ଡାଉନରେ ରହିଛି। ମଙ୍ଗଳବାର ଲକ୍ଡାଉନ ଘୁଞ୍ଚିବ କି ନାହିଁ, ଯଦି ଅବଧି ବଢେ ଏହାର ରୂପରେଖ କିଭଳି ହେବ ସେ ନେଇ ପ୍ରଧାନମନ୍ତ୍ରୀ ମଙ୍ଗଳବାର ପୂର୍ବାହ୍ନରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଗତ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଦେଶ ମଧ୍ୟରେ ଲକ୍ଡାଉନ ଜାରି ରହିଥିବା ବେଳେ ଏଥିଯୋଗୁ ଦେଶର ଅଧିକାଂଶ ଫ୍ୟାକ୍ଟ୍ରି, ବାଣିଜି୍ୟକ ପ୍ରତିଷ୍ଠାନ, ଟ୍ରେନ, ଫ୍ଲାଇଟ ସହ ଯାନବାହନ ବନ୍ଦ ରହିଛି। ୨୧ ତାଲାବନ୍ଦ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ପ୍ରାୟ ୭ରୁ ୮ ଲକ୍ଷ କୋଟି ଟଙ୍କାର କ୍ଷତି ସହିବା ଆଶଙ୍କା ଉପୁଜିଛି।
ଏକ ଶିଳ୍ପ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟ ମୁତାବକ ତାଲାବନ୍ଦ ଯୋଗୁ ଦେଶ ମଧ୍ୟରେ ପ୍ରାୟ ୭୦% ଅର୍ଥନୈତିକ କାର୍ଯ୍ୟକଳାପ ଠପ୍ ହୋଇଯାଇଛି। ନିବେଶ, ରପ୍ତାନି ଏବଂ ଉପଯୋଗିତା ଭଳି କାର୍ଯ୍ୟକଳାପ ବନ୍ଦ ରହିଛି। ଲକ୍ଡାଉନରୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ବାଦ୍ ପଡିଛି। ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ସରକାର ଉଭୟ ଆର୍ଥତ୍କ ଏବଂ ବିତ୍ତୀୟ ପଦକ୍ଷେପ ଗ୍ରହଣ କରିଥିଲେ। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥା ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିବା କରୋନା ପୁଣି ଘାତକ ସାଜିଛି ବୋଲି ସେଣ୍ଟ୍ରମ ଇନ୍ଷ୍ଟିଚ୍ୟୁଶନାଲ ରିସର୍ଚ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୧ ଆର୍ଥତ୍କ ବର୍ଷରେ ଭାରତ ଏକ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ ବୋଲି ଏହା ମତ ରଖିଛି। ଏହାବାଦ ଅଭିବୃଦ୍ଧି ଅତି ନିମ୍ନ ରହିବା ନେଇ ଏହା ପୂର୍ବାନୁମାନ କରିଛି।
କିଛିଦିନ ତଳେ ଆକ୍ୟୁଟ ରେଟିଙ୍ଗ୍ସ ପକ୍ଷରୁ ହୋଇଥିବା ପୂର୍ବାନୁମାନରେ ଭାରତ ଦୈନିକ ୪.୬୪ ବିଲିୟନ ଡଲାର ବା ପ୍ରାୟ ୩୫ ହଜାର କୋଟି ଟଙ୍କା କ୍ଷତି ସହିବ ବୋଲି କୁହାଯାଇଛି। ୨୧ ଦିନିଆ ଲକ୍ଡାଉନ ଅବଧିରେ ଭାରତକୁ ୯୮ ବିଲିୟନ ଡଲାର ବା ପ୍ରାୟ ୭.୫ ଲକ୍ଷ କୋଟି କ୍ଷତି ସହିବାକୁ ପଡିବ ବୋଲି ଏହା ରିପୋର୍ଟରେ କହିଥିଲା। ଲକ୍ଡାଉନ ପାଇଁ କେବଳ ଭାରତ ନୁହେଁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ପରିବହନ, ହୋଟେଲ, ରେଷ୍ଟୁରାଣ୍ଟ, ରିୟଲ ଇଷ୍ଟେଟ ଭଳି କ୍ଷେତ୍ର ଏହା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି।
ଟ୍ରକର୍ସଙ୍କୁ ୩୫ ହଜାର କୋଟି ଟଙ୍କା କ୍ଷତି
ଏବେ ଲକ୍ଡାଉନ ପାଇଁ ସାରା ଦେଶରେ ପ୍ରାୟ ୧ କୋଟି ଟ୍ରକ୍ ଛିଡ଼ା ହୋଇଛି। ଟ୍ରକର୍ସ ମାନେ ଦୈନିକ ଭିତ୍ତିରେ ୨,୨୦୦ କୋଟି ଟଙ୍କା କ୍ଷତି ସହୁଛନ୍ତି। ଲକ୍ଡାଉନର ୧୫ ଦିନ ମଧ୍ୟରେ ଟ୍ରକର୍ସଙ୍କୁ ୩୫ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିଛି ବୋଲି ଅଲ୍ ଇଣ୍ଡିଆ ମୋଟର୍ସ ଟ୍ରାନ୍ସପୋର୍ଟ କଂଗ୍ରେସ(ଏଆଇଏମ୍ଟିସି) ପକ୍ଷରୁ ସୂଚନା ଦିଆଯାଇଛି। ଲକ୍ଡାଉନ ଖୋଲିବା ପରେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସ୍ଥିତି ସୁଧୁରିବା ଲାଗି ୨ରୁ ୩ ମାସ ସମୟ ଲାଗିବ ବୋଲି ସଂଘର ସାଧାରଣ ସମ୍ପାଦକ ନବୀନ ଗୁପ୍ତା ସୂଚନା ଦେଇଛନ୍ତି। ଏଆଇଏମ୍ଟିସିରେ ୯୩ ଲକ୍ଷ ଟ୍ରାନ୍ସପୋର୍ଟର ରହିଛନ୍ତି।
ରିୟଲ ଇଷ୍ଟେଟ କ୍ଷେତ୍ରର ଲକ୍ଷେ କୋଟି କ୍ଷତି
ରିୟଲ ଇଷ୍ଟେଟ ଡେଭଲପରଙ୍କ ସଂଘ ନ୍ୟାଶନାଲ ରିୟଲ ଇଷ୍ଟେଟ ଡେଭଲପମେଣ୍ଟ କାଉନସିଲ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି କ୍ଷେତ୍ର ପ୍ରାୟ ୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ। ସାରା ଦେଶ କଥା ବିଚାର କଲେ କ୍ଷତି ଅନ୍ତତଃ ପକ୍ଷେ ଲକ୍ଷେ କୋଟି ହେବ ବୋଲି ସଂଘର ସଭାପତି ନିରଞ୍ଜନ ହୀରାନନ୍ଦିନୀ ସୂଚନା ଦେଇଛନ୍ତି।
ଖୁଚୁରା ବ୍ୟବସାୟ କ୍ଷତିଗ୍ରସ୍ତ
କରୋନା ସାରା ଦେଶରେ ଖୁଚୁରା ବ୍ୟବସାୟକୁ କ୍ଷତିଗ୍ରସ୍ତ କରିଥିବା କନ୍ଫେଡେରେଶନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ପକ୍ଷରୁ ଆକଳନ କରାଯାଇଛି। ଏହାଦ୍ୱାରା ପ୍ରାୟ ୩୦ ବିଲିୟନ ଡଲାରର କ୍ଷତି ସହିବାକୁ ପଡିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ରିଟେଲ ସେକ୍ଟରରେ ୭୦ ନିୟୁତ ଲୋକ କାମ କରୁଛନ୍ତି। ଏହି କ୍ଷେତ୍ରର ମାସିକ ବାଣିଜ୍ୟ କାରବାର ପ୍ରାୟ ୭୦ ବିଲିୟନ ଡଲାର।
ଅଭିବୃଦ୍ଧିକୁ ଲାଗିବ ଝଟକା
ଚଳିତ ଆର୍ଥତ୍କ ବର୍ଷ ଦେଶର ଅର୍ଥ ବ୍ୟବସ୍ଥାକୁ ବଡ଼ ଝଟକା ଲାଗିବ ବୋଲି ବିଶ୍ୱର ଅଧିକାଂଶ ଏଜେନ୍ସି ପୂର୍ବାନୁମାନ କରିଛନ୍ତି।
ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…
ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…
କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ
ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…
ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ
ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…
ଅପେକ୍ଷାର ଅନ୍ତ! ରୟାଲ ଏନ୍ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍, ଜବରଦସ୍ତ ଫିଚର ସହ ମୂଲ୍ୟ…
ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…
ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍
ନୂଆଦିଲ୍ଲୀ,୯।୪: ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…
ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍, ଜାଣନ୍ତୁ ପୂରା ବିବରଣୀ
ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…
ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ
ପ୍ର- ଅର୍ଗାନିକ୍ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…
ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ…
ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…
Archives

