୮ ରେ ଭାରତ ବନ୍ଦ: କଂଗ୍ରେସ ଦେଲା ସମର୍ଥନ

ଭୁବନେଶ୍ୱର,୬।୧(ବ୍ୟୁରୋ): କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଜାନୁୟାରୀ ୮ରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଦରଦାମ ବୃଦ୍ଧି, ବେକାରି ଓ ସିଏଏ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହାକୁ ସମର୍ଥନ କରିଛି କଂଗ୍ରେସ। ସୋମବାର ଏ ନେଇ ବାମପନ୍ଥୀ ନେତାମାନେ କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନିରଞ୍ଜନ ଏହି ଧର୍ମଘଟକୁ ସମର୍ଥନ ଦେବେ ବୋଲି ଏଆଇଟିୟୁସି ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା କହିଛନ୍ତି। କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଅନ୍ୟାନ୍ୟ ସ୍ବାଧୀନ ଫେଡେରେଶନ ଯଥା ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ ଓ ବ୍ୟାଙ୍କ, ବୀମା, ପ୍ରତିରକ୍ଷା, ବିଏସ୍‌ଏନ୍‌ଏଲ୍‌, କୋଇଲା, ଖଣି, ବିଦ୍ୟୁତ୍‌ କର୍ମଚାରୀଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀମାନେ ଏହି ଧର୍ମଘଟକୁ ସମର୍ଥନ ଦେଇଛନ୍ତି।