Categories: ଜାତୀୟ

୮ ମାସ ୮ ତାରିଖ ସନ୍ଧ୍ୟା ୮ଟାରେ ଦେଶକୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ବେତାର କାର୍ଯ୍ୟକ୍ରମ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିବେ। ୮ ମାସ ୮ ତାରିଖ ଓ ସନ୍ଧ୍ୟା ୮ଟାରେ ଏହି କାର୍ଯ୍ୟକ୍ରମ ପ୍ରଚାର କରାଯିବାକୁ ଥିବା ବେଳେ ଏହାକୁ ନେଇ କିଛି ସ୍ବତନ୍ତ୍ରତା ଥିବା ଆଲୋଚନା ହେଉଛି। ସୋସିଆଲ ମିଡିଆରେ ଲୋକେ ପୁଣିଥରେ ନଭେମ୍ବର ୮ ରାତି କଥା ମନେପକାଇ ଲେଖିଛନ୍ତି ବନ୍ଧୁଗଣ ଆଜି ପୁଣି ରାତି ୮ଟାରେ ଆସିବେ ମୋଦି। କାରଣ ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ କି ଆଜିଠାରୁ ୫ଶହ ୧ହଜାର ଟଙ୍କିଆ ନୋଟ୍‌ ଆଉ ଚଳିବ ନାହିଁ। ଯାହା ପରବର୍ତ୍ତି ସମୟରେ ଲୋକଙ୍କୁ ବହୁ ଅସୁବିଧାରେ ପକାଇଥିଲା। ହେଲେ ଏଥର ମୋଦି ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଓ ୩୫ଏ ହଟାଇବାକୁ ନେଇ ସରକାରଙ୍କ ପକ୍ଷ ରଖିବେ ବୋଲି ଅନୁମାନ କରାଯାଉଛି। ତେବେ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇବା ପରେ ମୋଦି ପ୍ରଥମଥର ଲାଗି ଦେଶକୁ ସମ୍ବୋଧିତ କରିବେ।

Share