୮ ମାସ ଧରି ବନ୍ଦ ରହିବ ଭୁବନେଶ୍ୱର ବିମାନବନ୍ଦର, ପ୍ରଭାବିତ ହୋଇପାରେ ବିମାନ ସେବା

ଭୁବନେଶ୍ୱର,୧୭।୯(ବ୍ୟୁରୋ): ୮ ମାସ ଧରି ବନ୍ଦ ରହିବ ଭୁବନେଶ୍ୱର ବିମାନବନ୍ଦର। ରନଓ୍ବେ ରିକାର୍ପେଟିଂ କାର୍ଯ୍ୟ ପାଇଁ ବିମାନବନ୍ଦରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ନଭେମ୍ବର ୧ରୁ ଜୁନ ୩୦ ଯାଏ ଏୟାରପୋର୍ଟ ପର୍ଯ୍ୟାୟକ୍ରମେ ବନ୍ଦ ରହିବ।

ସୂଚନାନୁଯାୟୀ, ଚଳିତ ବର୍ଷ ନଭେମ୍ବର ୧ରୁ ୨୦୨୦ ମାର୍ଚ୍ଚ ୩୧ ଯାଏ ରାତିରେ ଏୟାରପୋର୍ଟ ବନ୍ଦ ରହିବ। ରାତି ୧୦ଟାରୁ ସକାଳ ୫ଟା ୩୦ ଯାଏ ବନ୍ଦ ରହିବ ବିମାନ ଚଳାଚଳ କରିବ ନାହିଁ। ସେହିଭଳି ୨୦୨୦ ଏପ୍ରିଲ ୧ରୁ ଜୁନ୍‌ ୩୦ ଯାଏ ଦିନରେ ବିମାନବନ୍ଦର ବନ୍ଦ ରହିବ। ପୂର୍ବାହ୍ନ ୧୦ଟା ୩୦ରୁ ସନ୍ଧ୍ୟା ୬ଟା ଯାଏ ବିମାନ ଚଳାଚଳ ବନ୍ଦ ରହିବ । ଏବେ ଭୁବନେଶ୍ୱରରୁ ଦୈନିକ ୩୯ ବିମାନ ଯା’ ଆସ କରୁଥିବା ବେଳେ ଏହି ସମୟରେ ବିମାନସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେବେ ପୂର୍ବରୁ ୨୦୦୭ରେ ରନଓ୍ବେ ରି-କାର୍ପେଟିଂ କାମ କରାଯାଇଥିଲା।