Categories: ଜାତୀୟ

୮ ବର୍ଷ ବାଳିକା ମୋଦିଙ୍କ ସମ୍ମାନ ଗ୍ରହଣ କରିବାକୁ ହେଲେ ଅମଙ୍ଗ

ନୂଆଦିଲ୍ଲୀ,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନିଜର ଟୁଇଟର ଅକାଉଣ୍ଟ୍‌କୁ ମହିଳାଙ୍କୁ ସମର୍ପିତ କରିବେ ବୋଲି ଘୋଷଣା କରିଥିଲେ। ଘୋଷିତ ତାଲିକାରେ ପ୍ରେରଣାଦାୟୀ ମହିଳାଙ୍କ ମଧ୍ୟରେ ୮ ବର୍ଷର ଜଣେ ବାଳିକାଙ୍କୁ ସାମିଲ୍‌ କରାଯାଇଥିଲା। ତେବେ ଏହି ସମ୍ମାନକୁ ଗ୍ରହଣ କରିବାକୁ ବାଳିକା ଜଣକ ଅମଙ୍ଗ ହୋଇଛନ୍ତି। ଏହି ବାଳିକା ଜଣକ ହେଉଛନ୍ତି ମଣିପୁରର ଲିସିପ୍ରିୟା କଙ୍ଗୁଜମ୍‌। ସେ ଜଣେ ପରିବେଶକର୍ମୀ ଭାବେ କାମ କରନ୍ତି। ଟୁଇଟରରେ ସେ ଲେଖିଛନ୍ତି ଯେ, ମତେ ସମ୍ମାନୀତ କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ଏବଂ ସମସ୍ତ ଏମ୍‌ପିଙ୍କୁ ଶୀଘ୍ର ପରିବେଶ ସୁରକ୍ଷା ପାଇଁ ଜଳବାୟୁ ପରିବର୍ତ୍ତନ ଉପଯୋଗୀ ନିୟମ ଜାରି କରିବାର ଆବଶ୍ୟକତା ରହିଛି। ଏବେ ଲିସିପ୍ରିୟାଙ୍କ ଏଭଳି ମନ୍ତବ୍ୟକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସୂଚନାଯୋଗ୍ୟ, ୨୦୧୯ରେ ଲିସିପ୍ରିୟାଙ୍କୁ ଓ୍ବାଲର୍‌ଡ ଚିଲଡ୍ରେନ୍‌ ପିସ୍‌ ପ୍ରାଇଜ୍‌ ଭାବେ ଡ.ଏପିଜେ ଅବଦୁଲା କାଲାମ ଚିଲଡ୍ରେନ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା।

Share