Categories: ଫୁରସତ

୮ ବର୍ଷ ପରେ ବିବାହ ମେସେଜର ଉତ୍ତର ଦେଲେ ଯୁବକ: କହିଲେ ଫୋନ୍‌ ଅପଡେଟ୍‌ ହେଉଥିଲା

ଅଷ୍ଟ୍ରେଲିଆର ୩୬ ବର୍ଷୀୟା ମହିଳା ଜେନିଫର ସେଲି ଏବେ ସୋସିଆଲ ମିଡିଆରେ ଏକ ସ୍କ୍ରିନ୍‌ ସଟ୍‌ ଶେୟାର କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି। ଏହି ସ୍କ୍ରିନ ସଟ୍‌ ସହ ମହିଳା ଜଣକ ବେଶ୍‌ ଖୁସିଥିବା ଦର୍ଶାଇଛନ୍ତି। ଜେନିଫର ତାଙ୍କ ପୂରୁଣା ପ୍ରେମିକଙ୍କ ସହ କଥା ହୋଇଥିବା ମାତ୍ର ୩ ଲାଇନର ଏକ ମେସେଜର ସ୍କ୍ରିନ୍‌ ସଟ୍‌ ଶେୟାର କରିଛନ୍ତି। ଜେନିଫର ତାଙ୍କ ପୁରୁଷବନ୍ଧୁଙ୍କୁ ଯେଉଁ ମେସେଜ କରିଥିଲେ ତାହାର ଯବାବ ତାଙ୍କୁ ପ୍ରାୟ ୮ ବର୍ଷ ୭ମାସ ପରେ ମିଳିଛି ବୋଲି ସେ କହିଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି, ତାଙ୍କ ପୁରୁଷବନ୍ଧୁ ଥୋମାସଙ୍କ ସହ ସେ ଏକାଠି ରହୁଥିଲେ। ସବୁକିଛି ଠିକ୍‌ଠାକ୍‌ ଥିଲା। ଉଭୟ ବିବାହ କରିବାକୁ ସ୍ଥିର କରିଥିଲେ। ହେଲେ ଥୋମାସଙ୍କ ଘରଲୋକ ଦୂରରେ ରହୁଥିବାରୁ ଜେନିଫର କେବେ ସେମାନଙ୍କ ସହ କଥା ହୋଇ ନ ଥିଲେ। ଆଉ ଏକଥା ଘର ଲୋକଙ୍କୁ ଜଣାଇବା ପରେ ଥୋମାସ ବିବାହ କରିବାକୁ କହି ହଠାତ୍‌ ନିଖୋଜ ହୋଇ ଯାଇଥିଲେ। ବହୁ ଖୋଜାଖୋଜି ପରେ ଜେନିଫର ତାଙ୍କୁ ନ ପାଇ ହତାସ ହୋଇଯାଇଥିବା କହିଛନ୍ତି। ହଠାତ୍‌ ଦିନେ ଜେନିଫର ତାଙ୍କ ବିବାହକୁ ନେଇ ଥୋମାସଙ୍କୁ ମେସେଜ୍‌ କରିଥିଲେ ହେଲେ ସେ ତା’ର କୌଣସି ଉତ୍ତର ଦେଇ ନ ଥିଲେ। ଏବେ ହଠାତ୍‌ ଦିନେ ଏହାର ଉତ୍ତର ମିଳିବାରୁ ଜେନିଫର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆଉ କାହିଁକି ଥୋମାସ ଏତେଦିନ ଚୁପ୍‌ ଥିଲେ ବୋଲି ଜେନିଫର ପଚାରିବାରୁ ସେ କହିଛନ୍ତି ମୋର ଫୋନ୍‌ ଅପ୍‌ ଡେଟ୍‌ ହେଉଥିଲା ସେଥିପାଇଁ ଉତ୍ତର ଦେଇପାରି ନ ଥିଲି।

Share