୮ ଦିନ ଧରି ଆତଙ୍କ ଖେଳାଇ ଚାଲିଛି ହାତୀ: ଏହାକୁ ଧରିବା ଦାବିରେ ରାସ୍ତାରୋକୋ, ଯାତାୟାତ ବାଧାପ୍ରାପ୍ତ

କଳିଙ୍ଗନଗର,୨୭।୧(ଡି.ଏନ୍‌.ଏ.): ଯାଜପୁର ଜିଲା କଳିଙ୍ଗନଗର-ଦାନଗଦୀ ବ୍ଲକରେ ଗତ ୮ଦିନ ଏକ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ୮ ଦିନ ଭିତରେ ହାତୀଟି ୪ ଜଣଙ୍କ ଜୀବନ ନେଇଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷ ଉଗ୍ରରୂପ ଧାରଣ କରିଛି। ଏହାର ପ୍ରତିବାଦରେ ସୋମବାର ମାନପୁର ଓଭରବ୍ରିଜ୍‌ ମିଲଟାରୀ ଛକ ଏବଂ ଅନ୍ୟାନ୍ୟ ଗ୍ରାମ୍ୟରାସ୍ତାକୁ ଟାୟାର ଜାଳି ଅବିରୋଧ କରିଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା ଏବଂ ରାଜପୁରରୋଡ୍‌, ଯଖପୁରା ପୋଲିସ ପହଞ୍ଚି ଉତ୍ତ୍ୟେକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହିତ ଆଜି ହାତୀକୁ ଟ୍ରାଙ୍କୁଲାଇଜ୍‌ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷରେ ବନ୍ୟବିଭାଗର ୫ଟି ଟିମ୍‌ ଡ୍ରୋନ୍‌ କ୍ୟାମେରା ଯୋଗେ ହାତୀଟି ଧୂଳିଗଡ଼ ଜଙ୍ଗଲରେ ଥିବା ଠାବ କରିଛନ୍ତି। ଏହାକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଜଙ୍ଗଲ ମଧ୍ୟକୁ ଯାଇଛନ୍ତି। ଭୁବନେଶ୍ୱରସ୍ଥିତ ନନ୍ଦନକାନନରୁ ମଧ୍ୟ ଗୋଟିଏ ଟିମ୍‌ ଆସି କଳିଙ୍ଗନଗରରେ ପହଞ୍ଚିଛନ୍ତି।

ଘଟଣାସ୍ଥଳରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜକିଶୋର ଦୋରା ଏବଂ ରାଜପୁରରୋଡ୍‌, ଯଖପୁରା ପୋଲିସ ପହଞ୍ଚି ଉତ୍ତ୍ୟେକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହିତ ଆଜି ହାତୀକୁ ଟ୍ରାଙ୍କୁଲାଇଜ୍‌ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷରେ ବନ୍ୟବିଭାଗର ୫ଟି ଟିମ୍‌ ଡ୍ରୋନ୍‌ କ୍ୟାମେରା ଯୋଗେ ହାତୀଟି ଧୂଳିଗଡ଼ ଜଙ୍ଗଲରେ ଥିବା ଠାବ କରିଛନ୍ତି। ଏହାକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଜଙ୍ଗଲ ମଧ୍ୟକୁ ଯାଇଛନ୍ତି। ଭୁବନେଶ୍ୱରସ୍ଥିତ ନନ୍ଦନକାନନରୁ ମଧ୍ୟ ଗୋଟିଏ ଟିମ୍‌ ଆସି କଳିଙ୍ଗନଗରରେ ପହଞ୍ଚିଛନ୍ତି।