୮ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ଭାବେ ପଦୋନ୍ନତି

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ରାଜ୍ୟର ୮ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପିଭାବେ ପଦୋନ୍ନତି ମିଳିଛି। ଷ୍ଟେଟ୍‌ ପୋଲିସ ଏଷ୍ଟାବ୍ଲିଶ୍‌ମେଣ୍ଟ ବୋର୍ଡର ଅନୁମୋଦନକ୍ରମେ ଡିଜିପି ବି.କେ. ଶର୍ମା ଏହି ପଦୋନ୍ନତି ଦେଇଛନ୍ତି। ଏଥିସହ ସେମାନଙ୍କୁ ନୂଆ ପଦରେ ଅବସ୍ଥାପିତ କରାଯାଇଛି। ନିମାପଡା ଏସ୍‌ଡିପିଓ ଶରତ କୁମାର ମିଶ୍ରଙ୍କୁ ଅତିରିକ୍ତ ଏସ୍‌ପି ଭାବେ ପଦୋନ୍ନତି ଦିଆଯାଇ ପୁରୀ ମନ୍ଦିର ପ୍ରଶାସନିକ ବିଭାଗର ସୁରକ୍ଷା ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି। କଟକରେ ସିଆଇଡି/ସିବିରେ ଡିଏସ୍‌ପି ଥିବା ଆଲୋକ କୁମାର ଦାଶଙ୍କୁ ସିଆଇଡି/ସିବିରେ ଅତିରିକ୍ତ ଏସ୍‌ପିଭାବେ ପଦୋନ୍ନତି ଦିଆଯାଇଛି। ସେହିଭଳି ବ୍ରଜରାଜନଗର ଏସ୍‌ଡିପିଓ ଥିବା ନୃପ ଚରଣ ଦଣ୍ଡସେନାଙ୍କୁ ତାଳଚେର ଡିଆଇଜି ଅଫିସ ଓ ରବିନାରାୟଣ ବେହେରାଙ୍କୁ କଟକ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଡିଏସ୍‌ପି ସୁଶାନ୍ତ କୁମାର ସେନଙ୍କୁ କେନ୍ଦ୍ରାପଡା ପିସିଆର୍‌ ସେଲ ଡିଏସ୍‌ପି ଓ ବାରିପଦା ସଦର ଏସ୍‌ଡିପିଓ କୃଷ୍ଣପ୍ରସାଦ ପଟ୍ଟନାୟକଙ୍କୁ କନ୍ଧମାଳ ହୋମଗାର୍ଡ ଡିଏସ୍‌ପିଭାବେ ଅବସ୍ଥାପିତ କରାଯାଇଛି। ପୋଲିସ ମୁଖ୍ୟାଳୟରେ ଥିବା ଏସ୍‌ଡିପିଓ ଅରୁଣ କୁମାର ସାହୁଙ୍କୁ ଭୁବନେଶ୍ୱର ଏସ୍‌ଟିଏଫ୍‌ ଓ ଡିଏସ୍‌ପି ବ୍ରଜ ମୋହନ ପ୍ରଧାନଙ୍କୁ ରାଜ୍ୟ ଏଚ୍‌ଆର୍‌ପିସି(କଟକ)କୁ ବଦଳି କରାଯାଇଛି।