Categories: ଖେଳ

୮୬ ବର୍ଷ ତଳେ ଲାଲା ଅମରନାଥ ଇଂଲଣ୍ଡ ବିପକ୍ଷରେ କରିଥିଲେ ଶତକ ପୂରଣ: ଏବେ ସୁଦ୍ଧା ୮୬ ଭାରତୀୟ କ୍ରିକେଟର କରିଛନ୍ତି ୫୧୭ ଶତକ

ନୂଆଦିଲ୍ଲୀ, ୧୭।୧୨: କ୍ରିକେଟର ଲାଲା ଅମରନାଥ ୮୬ ବର୍ଷ ତଳେ ୧୯୩୩ ଡିସେମ୍ବର ୧୭ରେ ଭାରତର ପ୍ରଥମ ଖେଳାଳି ଭାବେ ଶତକ ପୂରଣ କରିଥିଲେ। ମୁମ୍ବାଇର ତତ୍‌କାଳୀନ ଜିମ୍‌ଖାନା ଷ୍ଟାଡିୟମ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳି ଲାଲା ଅମରନାଥ ୧୧୮ ରନ୍‌ ସଂଗ୍ରହ କରିଥିଲେ। ସେତେବେଳେ ତାଙ୍କୁ ୨୨ ବର୍ଷ ବୟସ ହୋଇଥିଲା। ଭାରତ ଏହି ଟେଷ୍ଟ ମ୍ୟାଚ୍‌ରେ ୯ ଓ୍ବିକେଟରେ ପରାଜିତ ହୋଇଥିଲା। ଲାଲା ଅମରନାଥ ମୋଟ ୨୪ ଟେଷ୍ଟ ମ୍ୟାଚ୍‌ ଖେଳି ୮୭୮ ରନ୍‌ ସଂଗ୍ରହ କରିବା ସହିତ ୪୫ ଓ୍ବିକେଟ ନେଇଥିଲେ। ସୂଚନାଯୋଗ୍ୟ, ଇତିମଧ୍ୟରେ ୮୬ ଜଣ ଭାରତୀୟ କ୍ରିକେଟର ୫୧୭ ଶତକ ପୂରଣ କରିଛନ୍ତି।

Share