Posted inଜାତୀୟ

୮୨ କୋଟି ଲୋକ ଭୋକିଲା

ଜାତିସଂଘ,୧୬ା୭(ପି.ଟି.): ବିଶ୍ୱରେ ୮୨କୋଟିରୁ ଊର୍ଦ୍ଧ୍ୱ ଲୋକ କ୍ଷୁଧା, ଖାଦ୍ୟାଭାବ ଏବଂ ଅପପୁଷ୍ଟିର ଶିକାର ହୋଇଥିବା ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୫ରୁ ଖାଦ୍ୟ ଅଭାବ ବୃଦ୍ଧି ପାଇବାରେ ଲାଗିଛି। ୨୦୩୦ ସୁଦ୍ଧା ଜାତିସଂଘର ପୋଷଣୀୟ ଉନ୍ନୟନ ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖିଲେ ଏହି ଧାରା ବିପରୀତ ବୋଲି ସୂଚନା ମିଳୁଛି। ୨୦୩୦ ବେଳକୁ ବିଶ୍ୱର କୌଣସି ବି ଲୋକ ଭୋକ ଉପାସରେ ରହିବେ ନାହିଁ ପ୍ରସଙ୍ଗ ‘ଅତ୍ୟନ୍ତ ଆହ୍ବାନକାରୀ’ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି।
ଆଫ୍ରିକାରେ ୨୦ପ୍ରତିଶତ ଲୋକ ଅପପୁଷ୍ଟିର ଶିକାର ହୋଇଥିବାବେଳେ ଏସିଆରେ ୧୨ପ୍ରତିଶତରୁ ଅଧିକ ଏବଂ ଲାଟିନ ଆମେରିକା ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୭ପ୍ରତିଶତ ଲୋକ ଅପପୁଷ୍ଟିର ଶିକାର ହୋଇଛନ୍ତି। ବିଶ୍ୱର କିଛି ଅଞ୍ଚଳର ଲୋକେ ଖାଦ୍ୟ ସଂକଟର ସମ୍ମୁଖୀନ ହୋଇଛନ୍ତି। ସାମଗ୍ରିକ ଭାବରେ ବିଶ୍ୱରେ ୨୦୦କୋଟିରୁ ଊର୍ଦ୍ଧ୍ୱ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହୋଇଛନ୍ତି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନର ଏହି ଧାରା ବଜାୟ ରହିଲେ ୨୦୩୦ ସୁଦ୍ଧା ଅନେକ ଶିଶୁ ଅପପୁଷ୍ଟିର ଶିକାର ହେବେ ଏବଂ ‘କେହି ଜଣେ ଭୋକରେ ରହିବେ ନାହିଁ’ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ। ବର୍ତ୍ତମାନ ପାଖାପାଖି ୧୪କୋଟି ୯୦ଲକ୍ଷ ଶିଶୁଙ୍କର ଅଭିବୃଦ୍ଧି ଖାଦ୍ୟ ଅଭାବରୁ ବିଳମ୍ବ ହେଉଛି। ଉକ୍ତ ରିପୋର୍ଟରେ ପୁଣି କୁହାଯାଇଛି, ପୃଥିବୀର ସବୁ ଅଞ୍ଚଳରେ ମେଦ ବହୁଳତା ତଥା ଅଧିକ ଓଜନଯୁକ୍ତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ସ୍କୁଲ ଯିବା ବୟସର ପିଲା ଏବଂ ବୟସ୍କ ବ୍ୟକ୍ତି ଅଧିକ ସଂଖ୍ୟାରେ ଏହାର ଶିକାର ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ରାହୁଲଙ୍କ ନାକରୁ ବାହାରିଲା ରକ୍ତ: ଅଟକରୁ ମୁକ୍ତ ହେବା ପରେ ପିଏମ ମୋଦିଙ୍କୁ ଏମିତି ମେସେଜ୍‌ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri