Categories: ଜାତୀୟ

୮୦ ଦିନ ପରେ ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୭।୬: ପେଟ୍ରୋଲ ଏବଂ ଡିଜେଲର ଲିଟର ପିଛା ୬୦ ପଇସା ଲେଖାଏ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ୪୦ ଡଲାରରୁ ଊର୍ଦ୍ଧ୍ୱକୁ ବଢ଼ିବାରୁ ପେଟ୍ରାଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ୮୦ ଦିନ ପରେ ଅଏଲ ମାର୍କେଟିଂ କମ୍ପାନୀ ତେଲର ମୂଳ ଦରରେ ପରିବର୍ତ୍ତନ କରିଛନ୍ତି। ଶେଷଥର ମାର୍ଚ୍ଚ ୧୬ରେ ତେଲ ଦର ପରିବର୍ତ୍ତନ ହୋଇଥିଲା।

Share