୮୦୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା: ଏସିଆଠାରୁ ୟୁରୋପରେ ଅଧିକ

ନୂଆଦିଲ୍ଲୀ/ପ୍ୟାରିସ,୧୯ା୩: ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୁଧବାର ୮୦୦୦ ଅତିକ୍ରମ କରିଛି। ଓ୍ବାଲେର୍‌ଡାମିଟର୍ସ ଡଟ୍‌ ଇନ୍‌ଫୋ ଅନୁଯାୟୀ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୪ ହଜାର ୬୬୯ ହୋଇଥିବାବେଳେ ଏହି ରୋଗରେ ୮,୨୭୦ ଜଣ ପ୍ରାଣ ହରାଇଲେଣି। ସଂକ୍ରମିତଙ୍କ ମଧ୍ୟରୁ ୮୨,୮୭୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଲେଣି।
କରୋନା ଜନିତ ମୃତ୍ୟୁରେ ଏସିଆକୁ ଟପିଲାଣି ୟୁରୋପ। ଏସିଆରେ ମୃତ୍ୟୁସଂଖ୍ୟା ବୁଧବାର ସୁଦ୍ଧା ୩୩୮୪ ହୋଇଥିବାବେଳେ ୟୁରୋପରେ ୩୪୨୧ରେ ପହଞ୍ଚତ୍ଛି। ୟୁରୋପ ମହାଦେଶରେ ଇଟାଲୀ ସର୍ବାଧିକ ସଂକ୍ରମିତ ହୋଇଛି, ଯେଉଁଠି ମୃତ୍ୟୁସଂଖ୍ୟା ୨୫୦୩ରେ ପହଞ୍ଚତ୍ଥିବା ଜଣାପଡିଛି।

Share