Categories: ବାଣିଜ୍ୟ

୭.୭୧ ଲକ୍ଷ କୋଟି ଟଙ୍କା ବଢିଲା ନିବେଶକଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୮।୪: ଭାରତୀୟ ପୁଞ୍ଜି ବଜାରରେ ମଙ୍ଗଳବାର କାରବାର ଉନ୍ନତ ରହିବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୭.୭୧ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ବିଶ୍ୱ ବଜାରରେ କାରବାର ଉନ୍ନତ ରହିବା ଯୋଗୁ ଘରୋଇ ବଜାର ଉପରେ ଏହାର ଭଲ ପ୍ରଭାବ ପଡିଛି। ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୨୪୭୬.୨୬ ପଏଣ୍ଟ ବୃଦ୍ଧି ଘଟିଛି। ଏହି ସମୟରେ ସେନ୍‌ସେକ୍ସ ୩୦,୦୬୭.୭୧ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସୋମବାର ମହାବୀର ଜୟନ୍ତୀ ଯୋଗୁ କାରବାର ବନ୍ଦ ରହିଥିଲା। ହେଲେ ମଙ୍ଗଳବାର ଅଧିକାଂଶ ଶେୟାରଗୁଡିକର କାରବାର ଉନ୍ନତ ସ୍ଥିତିରେ ରହିଛି। ସବୁଠାରୁ ବେଶି ଅଭିବୃଦ୍ଧି ହାସଲ କରିଥିବା ଶେୟାର ମଧ୍ୟରେ ଇଣ୍ଡସଇଣ୍ଡ ବ୍ୟାଙ୍କ ରହିଛି। ଏହି ସମୟରେ ବ୍ୟାଙ୍କର ଶେୟାର ୨୩% ମଜଭୁତ ହୋଇଛି। ଏହାବାଦ ଆକ୍ସିସ ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ଆଇସିଆଇସିଆଇସିଆଇ ବ୍ୟାଙ୍କର କାରବାର ଉନ୍ନତ ରହିଛି।

Share