୭ ରକ୍ତ ନମୁନା ନେଗେଟିଭ

ପାଟଣା, ୧୫ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକକୁ ଫେରିଥିବା ୨ ବିଦେଶ ଫେରନ୍ତାଙ୍କୁ ମିଶାଇ ମୋଟ ୩୩୮ ଜଣଙ୍କ ହୋମ କ୍ୱାରାଣ୍ଟାଇନ ଶେଷ ହୋଇଛି। ସମସ୍ତେ ସୁସ୍ଥ ଥିବା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସୁପ୍ରକାଶ ଶତପଥୀ ପ୍ରକାଶ କରିଛନ୍ତି। ଏମାନଙ୍କ ମଧ୍ୟରୁ ୭ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ କଟକ ବଡ଼ ଡାକ୍ତରଖାନା ପଠା ଯାଇଥିଲା ବେଳେ ସମସ୍ତ ନମୁନା ନେଗେଟିଭ ଥିବା ଡା. ଶତପଥୀ କହିିଛନ୍ତି। ତେବେ ଅନ୍ୟ ଜିଲାକୁ କାମ ଅନ୍ବେଷଣରେ ଯାଇଥିବା କେତେକ ବ୍ୟକ୍ତି ଗାଁକୁ ଫେରିଛନ୍ତି। ସମସ୍ତଙ୍କୁ ସ୍ବାସ୍ଥ୍ୟ ବିଭାଗ ଘରେ ରହିବାକୁ ପରାମର୍ଶ ଦେଇଛି। ରାଜ୍ୟ ଭିତରୁ କୌଣସି ଜିଲାରୁ ଗାଁକୁ ଫେରିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବାର ବ୍ୟବସ୍ଥା ନାହିଁ ବୋଲି ଡାକ୍ତର ଶତପଥୀ ସୂଚନା ଦେଇଛନ୍ତି।