Categories: ଗଞ୍ଜାମ

୭ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ହେବ

ଭଞ୍ଜନଗର,୨୮।୫(ଡି.ଏନ.ଏ)- ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭଞ୍ଜନଗର ବେଲେଶ୍ୱେର ଶୈବପୀଠରେ ଆଜକୁ ୪ଦିନ ହେବ ୭ ମନ୍ଦିର ପ୍ରତିଷ୍ଠା ଉସତ୍ବ ଚାଲିଛି। ବୁଧବାର ଉଦ୍‌ଯାପିତ ହେବ। ବୁଧବାର ବିଡେକା ପକ୍ଷରୁ ମନ୍ଦିର ପରିସରରେ ଆମ୍ବୁଲାନ୍ସ ସେବା ଓ ଲେଜର ଶୋ ଆରମ୍ଭ ହେବ। ଏଥିସହ ଶୀତତାପ ନିୟନ୍ତ୍ରୀତ ପାଠାଗାର, ଭୋଗମଣ୍ଡପ ଉଦ୍‌ଘାଟିତ ହେବ। ୭ଟି ଯାକ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ମଧ୍ୟ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ୪ଦିନ ହେବ ନାମଯଜ୍ଞ, ଅନ୍ନଯଜ୍ଞ ଏବଂ ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିବା ଯୋଗୁ ମନ୍ଦିର ପରିସର ଉସତ୍ବ ମୁଖର ହୋଇପଡିଛି। ଦୌନନ୍ଦିନ ୨୦ ହଜାରରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହେଉଛି। ଭିଡକୁ ଦେଖି ବିଡେକା ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅପରପକ୍ଷେ ଦୌନନ୍ଦିନ ଅନ୍ନ ପ୍ରସାଦ ପୁରୀରୁ ଆସିଥିବା ସୁଆରମାନେ ରୋଷେଇ କରୁଛନ୍ତି। ପୁରୀ ଅବଢା ଭଳି ରୋଷେଇ ହେଉଛି। ଉକ୍ତ ପ୍ରସାଦ ପାଇବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ହେଉଛି।