Categories: ଖେଳ

୭ ବର୍ଷୀୟ ଫ୍ୟାନଙ୍କ ଅଟୋଗ୍ରାଫ ନେଲେ କୋହଲି

ହରାରେ,୪।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଲୋକପ୍ରିୟତା କେତେ ଅଧିକ ତାହା ସଭିଙ୍କୁ ଜଣା। କିନ୍ତୁ ଟିମ୍‌ ଇଣ୍ଡିଆ କ୍ୟାପଟେନ ଜଣେ ୭ ବର୍ଷୀୟ କୁନି ପ୍ରଶଂସକଙ୍କ ଅଟୋଗ୍ରାଫ ନେଇଛନ୍ତି। ନିକଟରେ ଟୁଇଟରରେ ଭାଇରାଲ ହୋଇଥିବା ଭିଡିଓରେ ଏହା ଦେଖିବାକୁ ମିଳିଛି। ବର୍ତ୍ତମାନ ଓ୍ବେଷ୍ଟଇଣ୍ଡିଜର ଜମାଇକାରେ ଥିବା କୋହଲିଙ୍କୁ ଜଣେ ୭ ବର୍ଷୀୟ ଫ୍ୟାନ ଅଟୋଗ୍ରାଫ ମାଗିଥିଲେ। ମାତ୍ର କୋହଲି ଅଟୋଗ୍ରାଫ ଦେବା ବଦଳରେ ଉକ୍ତ ଫ୍ୟାନଙ୍କୁ ଖଣ୍ଡେ କାଗଜ ଦେଇ ଅଟୋଗ୍ରାଫ ଦେବା ପାଇଁ କହିଥିଲେ। ୩୦ ବର୍ଷୀୟ ବ୍ୟାଟ୍ସମ୍ୟାନ କୋହଲି କାଗଜ ନେବା ପରେ ଖୁସି ପ୍ରକାଶ କରିଥିଲେ। ଏହି ଭିଡିଓରେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ନଜରକୁ ଆସୁଛନ୍ତି। ଏହି ଦମ୍ପତି ଫ୍ୟାନଙ୍କ ସହ ସେଲ୍‌ଫି ମଧ୍ୟ ନେଇଥିଲେ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍‌ ମୂଳପୋଛ କରିବା ସହ କୋହଲି ଦେଶର ସବୁଠୁ ସଫଳତମ ଅଧିନାୟକ ହୋଇପାରିଛନ୍ତି।

Share