Categories: ଫୁରସତ

୭ ପୋଷ୍ୟ କନ୍ୟାଙ୍କ ରାଜକୀୟ ବିବାହ: ଉପହାର ମିଳିଲା ୫ ଲକ୍ଷ ଏଫ୍‌ଡ଼ି ଓ ଘର ପାଇଁ ପ୍ଲଟ୍‌

ରାଜକୋଟ,୨୧।୧: ଗୁଜରାଟ ରାଜକୋଟ ଜିଲା ଗୋଣ୍ଡଲରେ ଥିବା ମହାରାଜା ସର ଭଗବତ୍‌ ସିଂଜୀ ବାଳାଶ୍ରମରେ ୭ ପୋଷ୍ୟ କନ୍ୟାଙ୍କ ବିବାହ ରାଜକୀୟ ଶୈଳୀରେ ହୋଇଛି। ଏଥିରେ ପ୍ରତି କନ୍ୟାଙ୍କୁ ୩ରୁ ୫ ଲକ୍ଷ ଟଙ୍କାର ଏଫ୍‌ଡି, ଘର ପାଇଁ ପ୍ଲଟ୍‌ ଏବଂ ବିଭିନ୍ନ ଅଳଙ୍କାର ଉପହାର ଦିଆଯାଇଛି। ୭ ବର ବ୍ୟାଣ୍ଡବାଜା ସହିତ ବାଣଫୁଟାଇ ଶୋଭାଯାତ୍ରାରେ ବିବାହ କରିବାକୁ ଆସିଥିଲେ। ସ୍ଥାନୀୟ ନିଲେଶ ଭାଇ ଲୁଣାଗରିଆ ଗ୍ରୁପ୍‌ ପକ୍ଷରୁ କନ୍ୟାଙ୍କୁ ଉପହାରରେ ଏସବୁ ପ୍ରଦାନ କରାଯାଇଛି। ଏହା ସହିତ ସମସ୍ତ କନ୍ୟାଙ୍କୁ ଘରକରଣା ସାମଗ୍ରୀ ଉପହାରରେ ଦିଆଯାଇଛି। ଏବେ ଏହା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share