୭ ଦିନ ପରେ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହର ପରିଚୟ

ରୂପସା, ୨୪।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ସଦର ବ୍ଲକ ଅଧୀନ ହଳଦୀପଦା ବାଇପାସ୍‌ ନିକଟସ୍ଥ ଏକ ପୋଲତଳୁ ଗତ ୧୬ ତାରିଖରେ ଜଣେ ଅଜଣା ଯୁବକଙ୍କ ଅର୍ଦ୍ଧଦଗ୍ଧ ଗଳିତ ମୃତଦେହ ଜବତ ହୋଇଥିଲା। ପାରିପାଶର୍‌ବିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଥିଲା। ବସ୍ତା ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ୭ ଦିନ ପରେ ମୃତକଙ୍କ ପରିଚୟ ଜଣାପଡ଼ିଛି। ମୃତ ଯୁବକ ହେଲେ ଆସାମ ଅଞ୍ଚଳର ଗୋବିନ୍ଦ ମୋଦକ୍‌ (୨୮)। ସେ ଜଣେ ଡ୍ରାଇଭର ଅଟନ୍ତି।
କିଛିଦିନ ତଳେ ଏକ ଗାଡ଼ି ନେଇ ସେ ଓଡ଼ିଶା ଆସିଥିବା ବେଳେ ନିଖୋଜ ଥିଲେ। ପୋଲ ତଳ ନାଳୁଆ ମୁହଁରେ ଏହି ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବସ୍ତା ପୋଲିସକୁ ଖବର ଦେଇଥିଲେ। ବସ୍ତା ଏସ୍‌ଡିପିଓ ଜଳନ୍ଧର ଜାଲି, ମାଜିଷ୍ଟ୍ରେଟ ଭାବେ ତହସିଲଦାର କାର୍ତ୍ତିକ କୁମାର ଦାସ, ଆଇଆଇସି ବାରିଣୀ ଦାସ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଥିଲେ। ଏହି ହତ୍ୟାକାଣ୍ଡ ଅନ୍ୟତ୍ର ହୋଇଥିବା ବେଳେ ଏଠାରେ ଆଣି ମୃତଦେହକୁ ଫିଙ୍ଗାଯାଇଥିବା ଅନୁମାନ କରାଯାଉଥିଲା। ହତ୍ୟାର ପ୍ରକୃତ କାରଣ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରହିଛି।